Advertisment

ନୌସେନାରେ ଚାକିରି : ଖାଲି ପଡିଛି ୧୨୭ ପୋଷ୍ଟ୍‌

୧୦ମ୍ ପାସ୍ କରିଥିବା ଯୁବକଙ୍କ ପାଇଁ ଭାରତୀୟ ନୌସେନାରେ ସରକାରୀ ଚାକିରି। ଫାର୍ମାସିଷ୍ଟ, ଫାୟାର୍‌ମ୍ୟାନ୍ ଏବଂ ପେଷ୍ଟ୍ କଣ୍ଟ୍ରୋଲର କର୍ମୀଙ୍କ ପାଇଁ ପଦବୀ ବାହାରିଛି। ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ଜୁନ୍ ୨୬ ପର୍ଯ୍ୟନ୍ତ ରହିଛି। ନୌସେନାରେ ନିଯୁକ୍ତି ପାଇଁ ଆବେଦନ ଅଫ୍‌ଲାଇନ୍‌ରେ କରାଯିବ।

author-image
Pramod Behera
Vacancy in Indian Navy

Vacancy in Indian Navy

ଭାରତୀୟ ନୌସେନାରେ ସରକାରୀ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ। ଫାର୍ମାସିଷ୍ଟ, ଫାୟାର୍‌ମ୍ୟାନ୍ ଏବଂ ପେଷ୍ଟ୍ କଣ୍ଟ୍ରୋଲର କର୍ମୀଙ୍କ ପାଇଁ ପଦବୀ ବାହାରିଛି। ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ବିଜ୍ଞାପନ ବାହାରିବା ଠାରୁ ୬୦ ଅର୍ଥାତ ଜୁନ୍ ୨୬ ପର୍ଯ୍ୟନ୍ତ ରହିଛି। ନୌସେନାରେ ନିଯୁକ୍ତି ପାଇଁ ଆବେଦନ ଅଫ୍‌ଲାଇନ୍‌ରେ କରାଯିବ।

Advertisment

ନୌସେନା ନିଯୁକ୍ତି ୨୦୨୨ ଖାଲି ପଦବୀ:

  • ଫାର୍ମାସିଷ୍ଟ - ୧ ପୋଷ୍ଟ୍‌
  • ଫାୟାରମ୍ୟାନ୍- ୧୨୦ ପୋଷ୍ଟ୍‌
  • ପେଷ୍ଟ୍ କଣ୍ଟ୍ରୋଲର କର୍ମୀ - ୬ ପୋଷ୍ଟ୍‌

ଅତ୍ୟାବଶ୍ୟକୀୟ ଯୋଗ୍ୟତା:

ଫାର୍ମାସିଷ୍ଟ୍‌ - ଦଶମ ପାସ୍

ଫାୟାରମ୍ୟାନ୍- ଦଶମ ପାସ୍ ଏବଂ ଶାରୀରିକ ଭାବରେ ଶକ୍ତିଶାଳୀ ହେବା ସହ ଉଚ୍ଚତା ଅତିକମରେ ୧୬୫ ସେମି ହେବା ଉଚିତ। ତେବେ ଉଚ୍ଚତାରେ IST ସଦସ୍ୟଙ୍କ କ୍ଷେତ୍ରରେ ୨.୫ ସେମି କୋହଳ କରାଯିବ। ଛାତି ବିନା ଚଉଡାରେ ୮୧.୫ ସେମି ଏବଂ ଚଉଡା କରି ୮୫ ସେମି ହେବା ଉଚିତ। ଓଜନ ଅତିକମରେ ୫୦କିଲୋଗ୍ରାମ ହେବା ଉଚିତ।

Advertisment

ପେଷ୍ଟ୍ କଣ୍ଟ୍ରୋଲର କର୍ମୀ – ଦଶମ ପାସ୍ ସହିତ ହିନ୍ଦୀ / ଆଞ୍ଚଳିକ ଭାଷା ଲେଖିବା, ପଢିବା ଓ କହିବାରେ ସକ୍ଷମ ଥିବେ।

ବୟସ ସୀମା:

ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୫୬ ବର୍ଷ ହୋଇଥିବ

ଚୟନ ପ୍ରକ୍ରିୟା:

ଶାରୀରିକ ଫିଟ୍‌ନେସ୍ ଟେଷ୍ଟ, ପ୍ରୋଭିଜନାଲ ଆଲଟ୍‌ମେଣ୍ଟ୍ ଲେଟର୍ ଏବଂ ଡକ୍ୟୁମେଣ୍ଟ ଯାଞ୍ଚ ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

କେଉଁଠିକୁ ପଠେଇବେ ଆବେଦନ ଫର୍ମ:

ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ (ସିପି ପାଇଁ SO), ହେଡ୍‌କ୍ୱାଟର୍ସ ୱେଷ୍ଟ୍‌ର୍ଣ୍ଣ ନାଭାଲ୍ କମାଣ୍ଡ୍‌, ବାଲାଡ୍ ପିୟର୍, ଟାଇଗର ଗେଟ୍ ନିକଟ, ମୁମ୍ବାଇ- ୪୦୦୦୦୧।

Govt Jobs Vacancy In Indian Navy
Advertisment
Advertisment