• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଇଲେକ୍ଟ୍ରୋନିକ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ECIL) ଅନେକ ଟ୍ରେଡ୍ ଆପ୍ରେଣ୍ଟିସ୍ ପୋଷ୍ଟ୍‌ ପୂରଣ କରିବାକୁ ଆବେଦନ ଜାରି ହୋଇଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ECIL ର ଅଫିସିଆଲ୍ ୱେବସାଇଟ୍ ecil.co.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.ecil.co.in/ ରେ କ୍ଲିକ୍ କରି ଏହି ପୋଷ୍ଟ୍‌ଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ। ସେହିପରି ଏହି ଲିଙ୍କ୍ ECIL Recruitment 2022 Notification PDF ମାଧ୍ୟମରେ ଆପଣ ଏହାର ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୮୪ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହାର ଶେଷ ତାରିଖ ଅଗଷ୍ଟ ୮ ରହିଛି।

ଖାଲି ବଦବୀ:

  • ମୋଟ ପୋଷ୍ଟ୍‌ ସଂଖ୍ୟା - ୨୮୪

ଯୋଗ୍ୟତା:

  • ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ITI ସହିତ ଦଶମ ପାସ୍ କରିଥିବା ଉଚିତ।

ବୟସ ସୀମା:

  • ସର୍ବନିମ୍ନ ବୟସ ସୀମା: ୧୮ ବର୍ଷ
  • ସାଧାରଣ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା: ୨୫ ବର୍ଷ
  • OBC ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା: ୨୮ ବର୍ଷ
  • SC / ST ପ୍ରାର୍ଥୀଙ୍କ ପାଇଁ ବୟସ ସୀମା: ୩୦ ବର୍ଷ

OTV is now on Whatsapp

Join and get latest news update delivered to you via whatsapp

Join Now