Advertisment

ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ରରେ ବୈଜ୍ଞାନିକ ଆବଶ୍ୟକ

BARC ବିଭିନ୍ନ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ବୈଜ୍ଞାନିକ ପଦବୀ ସହିତ ଅନ୍ୟାନ୍ୟ ପଦବୀ ମଧ୍ୟ ବାହାରିଛି। ଏହାର ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୭ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।

author-image
Pramod Behera
BARC Recruitment 2022

BARC Recruitment 2022

ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ର (BARC) ବୈଜ୍ଞାନିକ ସହାୟକ, ନର୍ସ ଏବଂ ସବ୍ ଅଫିସର୍‌ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ BARC ର ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୭ରୁ ଆରମ୍ଭ ହୋଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://recruit.barc.gov.in/barcrecruit/ ରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିପାରିବେ। ଏହା ଛଡା ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କରେ BARC Recruitment 2022 Notification PDF ରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୩୬ ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍‌ରେ ଆବେଦନ କରିବାର ଆରମ୍ଭ ତାରିଖ - ଅଗଷ୍ଟ ୧୭
  • ଅନ୍‌ଲାଇନ୍ ଆବେଦନ କରିବାର ଶେଷ ତାରିଖ - ସେପ୍ଟେମ୍ବର ୧୨
Advertisment

ଖାଲି ପଦବୀ:

  • ନର୍ସ- ୧୩ଟି ପୋଷ୍ଟ୍‌
  • ବୈଜ୍ଞାନିକ ସହାୟକ – ୧୯ଟି ପୋଷ୍ଟ୍
  • ସବ୍ ଅଫିସର୍‌ - ୪ଟି ପୋଷ୍ଟ୍

ଯୋଗ୍ୟତା:

  • ନର୍ସ- ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ B.Sc ନର୍ସିଂ ଡିଗ୍ରୀ କିମ୍ବା ଡିପ୍ଲୋମା କରିଥିବା ଉଚିତ
  • ବୈଜ୍ଞାନିକ ସହାୟକ - ସମ୍ପୃକ୍ତ କ୍ଷେତ୍ରରେ ଡିଗ୍ରୀ କିମ୍ବା ଡିପ୍ଲୋମା ଥିବା ଦରକାର
  • ସବ୍ ଅଫିସର୍‌ - ଦ୍ୱାଦଶ ପାସ୍ ସହିତ ସରକାରୀ ବିଜ୍ଞପ୍ତିରେ ଦିଆଯାଇଥିବା ସମ୍ପୃକ୍ତ କ୍ଷେତ୍ରରେ ୧୨ ରୁ ୧୫ ବର୍ଷର ଅଭିଜ୍ଞତା ଥିବା ଉଚିତ

ବୟସ ସୀମା:

  • ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୭ ବର୍ଷ ହେବା ଉଚିତ

ଆବେଦନ ଶୁଳ୍କ :

  • ସାଧାରଣ / OBC / EWS ପାଇଁ ୧୫୦ ଟଙ୍କା
  • SC / ST / PWD / ମହିଳା / ESM ପାଇଁ କୌଣସି ଶୁଳ୍କ ନାହିଁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଦକ୍ଷତା ପରୀକ୍ଷା / ଟାଇପ୍ ଟେଷ୍ଟ୍ (ପୋଷ୍ଟ୍‌ ଆବଶ୍ୟକତା ଅନୁଯାୟୀ)
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ଡାକ୍ତରୀ ପରୀକ୍ଷା
Govt Jobs BARC Recruitment 2022
Advertisment
Advertisment