Advertisment

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଛି ଚାକିରି; ତୁରନ୍ତ ଆବେଦନ କରନ୍ତୁ

ଉତ୍କଳ ବିଶ୍ୱବିଦ୍ୟାଳୟ, ଏହାର ବିଭିନ୍ନ ବିଭାଗରେ ଅତିଥି ଅଧ୍ୟାପକ ଚୟନ ପାଇଁ ୱାକ୍-ଇନ୍-ଇଣ୍ଟରଭ୍ୟୁ କରିବ। ବିଜ୍ଞାପନ ଅନୁଯାୟୀ, ବଟାନୀ, ବାୟୋ-ଟେକ୍ନୋଲୋଜୀ, ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନ ଏବଂ ଜୁଲୋଜୀ ବିଭାଗ ପାଇଁ ୮ ଜଣ ଅତିଥି ଅଧ୍ୟାପକ ନିୟୋଜିତ ହେବେ।

author-image
Pramod Behera
Utkal University To Hold Walk-In-Interview For Guest Faculty

Utkal University To Hold Walk-In-Interview For Guest Faculty

ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଏହାର ବିଭିନ୍ନ ବିଭାଗରେ ଅତିଥି ଅଧ୍ୟାପକ ଚୟନ ପାଇଁ ୱାକ୍-ଇନ୍-ଇଣ୍ଟରଭ୍ୟୁ କରିବ।

Advertisment

ୟୁନିଭର୍ସିଟି ଦ୍ୱାରା ଜାରି କରାଯାଇଥିବା ବିଜ୍ଞାପନ ଅନୁଯାୟୀ, ବଟାନୀ, ବାୟୋ-ଟେକ୍ନୋଲୋଜୀ, ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନ ଏବଂ ଜୁଲୋଜୀ ବିଭାଗ ପାଇଁ ୮ ଜଣ ଅତିଥି ଅଧ୍ୟାପକ ନିୟୋଜିତ ହେବେ।

ଏହି ୱାକ୍-ଇନ୍-ଇଣ୍ଟରଭ୍ୟୁ ଫେବୃଆରୀ ୨୭ (୧୧.୦୦ A.M) ରେ ବିଶ୍ୱବିଦ୍ୟାଳୟର ପିଜି କାଉନ୍‌ସିଲ୍ ହଲ୍‌ରେ ଅନୁଷ୍ଠିତ ହେବ।

Advertisment

କେଉଁ ବିଭାଗ ପାଇଁ କେତେ ଜଣ ଦରକାର:

୧. ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନ-୨

୨. ବାଟାନୀ -୨

୩. ଜୁଲୋଜୀ -୨

୪. ବାୟୋ-ଟେକ୍ନୋଲୋଜୀ -୨

ଯୋଗ୍ୟତା:

- ଜଣେ ପ୍ରାର୍ଥୀ ଅତି କମରେ ସମ୍ପୃକ୍ତ ବିଷୟରେ ୫୫୦ / o ମାର୍କ ରଖି ମାଷ୍ଟର ଡିଗ୍ରୀ ହାସଲ କରିଥିବେ। UGC ନିୟମ ଅନୁଯାୟୀ ପିଏଚ୍‌ଡି କିମ୍ବା NET ଯୋଗ୍ୟତା ମଧ୍ୟ ହାସଲ କରିଥିବେ।

ନିର୍ଦ୍ଦେଶାବଳୀ:

୧. UGC ମାନଦଣ୍ଡ ଅନୁଯାୟୀ ଚୟନ କଡାକଡି ହେବ।

୨. ପ୍ରାର୍ଥୀମାନେ ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟ୍ www.utkaluniversity.nic.in ରେ ଉପଲବ୍ଧ ନିର୍ଦ୍ଦିଷ୍ଟ ଆବେଦନ ଫର୍ମରେ ଆବେଦନ କରିବା ଉଚିତ ଏବଂ ଶିକ୍ଷାଗତ ଯୋଗ୍ୟତା, ବୟସ ଏବଂ ଅଭିଜ୍ଞତାକୁ ଆଧାର କରି ସାର୍ଟିଫିକେଟ୍ ସହିତ ହାର୍ଡ କପି ମଧ୍ୟ ଦେବା ଉଚିତ।

୩. ପୋଷ୍ଟଗୁଡିକ ସମ୍ପୂର୍ଣ୍ଣ ଅସ୍ଥାୟୀ।

୪. ଦେଢ ଘଣ୍ଟାର କ୍ଲାସ ପ୍ରତି ୧,୫୦୦ ଟଙ୍କା ପାରିଶ୍ରମିକ ଥିବା ବେଳେ ମାସକୁ ସର୍ବାଧିକ ୪୫,୦୦୦ ଟଙ୍କା ମିଳିବ।

୫. ଏହି ନିଯୁକ୍ତି ଏକ ବର୍ଷର ଚୁକ୍ତିନାମା ହୋଇଥିବା ବେଳେ ପ୍ରାର୍ଥୀଙ୍କ କାର୍ଯ୍ୟଦକ୍ଷତା ଆଧାରରେ ନବୀକରଣ ହୋଇପାରେ।

୬. କର୍ତ୍ତୃପକ୍ଷ ବିନା ସୂଚନାରେ ଯେକୌଣସି ସମୟରେ ନିଯୁକ୍ତିକୁ ବନ୍ଦ କରିଦେଇ ପାରିବେ।

ଅଧିକ ବିବରଣୀ ପାଇଁ, ଉତ୍କଳ ବିଶ୍ୱବିଦ୍ୟାଳୟ ୱେବସାଇଟ୍ ଦେଖନ୍ତୁ।

Jobs
Advertisment
Advertisment