Advertisment

UPSC Recruitment 2023 : UPSC ବାହାର କରିଛି ଏହିସବୁ ପଦବୀ, ତୁରନ୍ତ କରନ୍ତୁ ଆବେଦନ

UPSC ଆନୁଷ୍ଠାନିକ ଭାବରେ ସିଷ୍ଟମ୍‌ ଆନାଲିଷ୍ଟ, ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ଏବଂ ସହକାରୀ ପ୍ରଫେସର ସମେତ ବିଭିନ୍ନ ପଦବୀ ପାଇଁ ଅନ୍‌ଲାଇନ୍ ଆବେଦନ ଗ୍ରହଣ କରିବା ଆରମ୍ଭ କରିଛି। ଜାଣନ୍ତୁ ଶେଷ ତାରିଖ, ଯୋଗ୍ୟତା, ବୟସ ଇତ୍ୟାଦି।

author-image
Pramod Behera
ଅଦ୍ୟତନ ହୋଇଛି
UPSC Recruitment 2023 applications for these posts

UPSC Recruitment 2023 applications for these posts

ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ୍‌ କମିଶନ୍‌ (UPSC) ଆନୁଷ୍ଠାନିକ ଭାବରେ ସିଷ୍ଟମ୍‌ ଆନାଲିଷ୍ଟ, ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ଏବଂ ସହକାରୀ ପ୍ରଫେସର ସମେତ ବିଭିନ୍ନ ପଦବୀ ପାଇଁ ଅନ୍‌ଲାଇନ୍ ଆବେଦନ ଗ୍ରହଣ କରିବା ଆରମ୍ଭ କରିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବସାଇଟ୍ upsconline.nic.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଠାରେ UPSC Recruitment 2023 Notification କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୦୯ ସେପ୍ଟେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୮ ସେପ୍ଟେମ୍ବର ୨୦୨୩
Advertisment

ଖାଲି ପଦବୀ:

  • ସିଷ୍ଟମ୍ ଆନାଲିଷ୍ଟ: ୧ଟି ପୋଷ୍ଟ୍‌
  • ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ: ୭ଟି ପୋଷ୍ଟ୍‌
  • ସହକାରୀ ପ୍ରଫେସର: ୧ଟି ପୋଷ୍ଟ୍‌
  • ମୋଟ ପଦବୀ: ୯ଟି ପୋଷ୍ଟ୍‌

ଯୋଗ୍ୟତା:

  • ପ୍ରାର୍ଥୀଙ୍କ ପାଖରେ ଏକ ଆବଶ୍ୟକୀୟ ମାଷ୍ଟର ଡିଗ୍ରୀ ଥିବା ଉଚିତ
  • ପ୍ରାର୍ଥୀ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଡିଗ୍ରୀ ପାଇଥିବା ଜରୁରୀ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ:

  • ସର୍ବନିମ୍ନ ବୟସ – ୩୦ ବର୍ଷ
  • ସର୍ବାଧିକ ବୟସ – ୩୮ ବର୍ଷ
  • ପଦବୀ ନେଇ ବୟସ ମଧ୍ୟ ଭିନ୍ନ୍
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସମସ୍ତ ପ୍ରାର୍ଥୀଙ୍କ ପାଇଁ ଦେୟ – ୨୫ ଟଙ୍କା
  • SC / ST / PwBD / ମହିଳା ପ୍ରାର୍ଥୀ – ଦେୟ ମୁକ୍ତ

କିପରି ଦେବେ ଆବେଦନ ଶୁଳ୍କ:

  • SBIର ଯେକୌଣସି ଶାଖାରେ ନଗଦ ଅର୍ଥ ଜମା କରି କିମ୍ବା କୌଣସି ବ୍ୟାଙ୍କର ନେଟ୍ ବ୍ୟାଙ୍କିଙ୍ଗ୍ ସୁବିଧା ବ୍ୟବହାର କରି ଆବେଶନ ଶୁଳ୍କ ପୈଠ କରାଯାଇପାରିବ।
  • ଏହା ସହିତ, ପ୍ରାର୍ଥୀମାନେ ଭିସା / ମାଷ୍ଟର / ରୂପେ / କ୍ରେଡିଟ୍ / ଡେବିଟ୍ କାର୍ଡ କିମ୍ବା UPI ମାଧ୍ୟମରେ ମଧ୍ୟ ଶୁଳ୍କ ଦେଇପାରିବେ।

କିପରି କରିବେ ଆବେଦନ:

  • UPSCର ଅଫିସିଆଲ୍ ୱେବସାଇଟ୍ Upconline.nic.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ, 'ONLINE RECRUITMENT APPLICATION (ORA) FOR VARIOUS RECRUITMENT POSTS' ଖୋଜନ୍ତୁ ଏବଂ କ୍ଲିକ୍ କରନ୍ତୁ
  • ପଞ୍ଜୀକରଣ ପ୍ରକ୍ରିୟାକୁ ଅନୁସରଣ କରନ୍ତୁ, ସଠିକ୍‌ ଭାବେ ପରିଚୟ ପ୍ରଦାନ କରନ୍ତୁ
  • ପଞ୍ଜୀକରଣ ବିବରଣୀ ବ୍ୟବହାର କରି ଲଗ୍ ଇନ୍ କରନ୍ତୁ ଏବଂ ଆବେଦନ ପ୍ରକ୍ରିୟା ଆରମ୍ଭ କରନ୍ତୁ
  • ଆବେଦନ ଶୁଳ୍କ ପୈଠ କରନ୍ତୁ
  • ଆବେଦନ ସରିବା ପରେ, ଭବିଷ୍ୟତ ପ୍ରମାଣ ପାଇଁ ଏକ କପି ଡାଉନଲୋଡ୍ କରନ୍ତୁ
UPSC UPSC Recruitment Govt Jobs
Advertisment
Advertisment