• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ୟୁନିୟନ ପବ୍ଲିକ୍ ସର୍ଭିସ କମିଶନ (ୟୁପିଏସ୍‌ସି) ପକ୍ଷରୁ ଷ୍ଟେନୋଗ୍ରାଫର ପୋଷ୍ଟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗ୍ରହୀ ପ୍ରାର୍ଥୀମାନେ ୟୁପିଏସ୍‌ସିର ଅଫିସିଆଲ୍ ୱେବସାଇଟ୍ upsc.gov.in ମାଧ୍ୟମରେ ଆବେଦନ କରିପାରିବେ । UPSC ଷ୍ଟେନୋଗ୍ରାଫର ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୨୯, ୨୦୨୨, ରାତି ୬ ଟା ପର୍ଯ୍ୟନ୍ତ ।

ପ୍ରାର୍ଥୀମାନଙ୍କୁ UPSC ଅଫିସିଆଲ୍‌ ୱେବସାଇଟ୍ (upsc.gov.in) ରେ ଯାଇ ଅନଲାଇନରେ ସେମାନଙ୍କର ଆବେଦନ ଫର୍ମ ପୂରଣ କରିବାକୁ ପଡିବ । ଯଦି ଆବେଦନକାରୀ ୱାନ୍‌ ଟାଇମ୍ ରେଜିଷ୍ଟ୍ରେସନ୍ (OTR) ପ୍ଲାଟଫର୍ମରେ ପଞ୍ଜୀକୃତ ହୋଇନାହାଁନ୍ତି, ଯାହାର ଲିଙ୍କ୍ ଆୟୋଗର ୱେବସାଇଟରେ ପୂର୍ବରୁ ଉପଲବ୍ଧ କରାଯାଇଥିଲା । ସେ ବର୍ତ୍ତମାନ ଏହି ପ୍ଲାଟଫର୍ମରେ ପଞ୍ଜୀକୃତ କରିବେ, ତା’ପରେ ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ଫର୍ମ ପୂରଣ କରିବେ ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ନିଯୁକ୍ତ ହେବେ ୭୫୪୦ ହାଇସ୍କୁଲ ଶିକ୍ଷ

ଅନ୍‌ଲାଇନ୍‌ ଆବେଦନକାରୀମାନେ ନଭେମ୍ବର ୯, ୨୦୨୨ ରୁ ନଭେମ୍ବର ୨୯, ୨୦୨୨ ପର୍ଯ୍ୟନ୍ତ (୬:00 p.m. ପର୍ଯ୍ୟନ୍ତ) ଆବେଦନ କରିପାରିବେ । ଯାହା ପରେ ଆବେଦନ ଲିଙ୍କ୍ ୱେବ୍‌ସାଇଟ୍‌ରୁ ହଟିଯିବ । ପ୍ରାର୍ଥୀମାନେ ଆବେଦନପତ୍ରର ଏକ ଅନ୍‌ଲାଇନ୍‌ କପି ନିଜ ପାଖରେ ରଖିବେ ।

ଜାଣନ୍ତୁ କେମିତି କରିବେ ଆବେଦନ

  1. ପ୍ରଥମେ UPSC ର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଯିବେ(upsc.gov.in)
  2. ହୋମ୍‌ ପେଜ୍‌ରେ UPSC ଷ୍ଟେନୋ ଆପ୍ଲିକେସନ୍‌ ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ
  3. ଲଗ୍‌ ଇନ୍‌ ପେଜ୍‌ରେ New Registration ରେ କ୍ଲିକ୍‌ କରିବେ
  4. ନିଜର ଇ-ମେଲ୍‌ ଆଇଡି ଓ ପାସ୍‌ୱାର୍ଡ ଦେବେ
  5. ଫର୍ମରେ ଥିବା ସମସ୍ତ ତଥ୍ୟ ଦେବେ
  6. ଅନ୍‌ଲାଇନ୍‌ ଫର୍ମର ଦେୟ ଦେବେ ଓ ଫର୍ମ ସବମିଟ୍‌ କରିବେ
  7. ଆବେଦନ୍‌ ଫର୍ମର ଏକ କପି ପ୍ରିଣ୍ଟ ରଖିବେ, ଯାହା ଭବିଷ୍ୟତରେ ଦରକାର ହେବ