Advertisment

୨୫ ଟଙ୍କାରେ UPSC ଚାକିରି; ତୁରନ୍ତୁ କରନ୍ତୁ ଆବେଦନ

UPSC ଅଧ୍ୟାପକ ସହିତ ବିଭିନ୍ନ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହିସବୁ ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆପଣଙ୍କୁ ମାତ୍ର ୨୫ ଟଙ୍କା ଦେଇ ଆଦେବନ କରିବାକୁ ପଡ଼ିବ।

author-image
Pramod Behera
ଅଦ୍ୟତନ ହୋଇଛି
UPSC Recruitment 2022

UPSC recruited 160 posts including lecturer

ୟୁନିଅନ୍ ପବ୍ଲିକ୍ ସର୍ଭିସ୍‌ କମିଶନ (UPSC) ଅଧ୍ୟାପକ ସହିତ ବିଭିନ୍ନ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ସେମାନେ UPSC ର ଅଫିସିଆଲ୍ ୱେବସାଇଟ୍, upsc.gov.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.upsc.gov.in/ ରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଏହାଛଡା ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ UPSC Recruitment 2022 Notification PDF ରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୬୦ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ନିଯୁକ୍ତ ହେବେ ୭୫୪୦ ହାଇସ୍କୁଲ ଶିକ୍ଷକ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନର ଆରମ୍ଭ ତାରିଖ : ୯ ନଭେମ୍ବର ୨୦୨୨
  • ଆବେଦନ କରିବାର ଶେଷ ତାରିଖ - ୧ ଡିସେମ୍ବର ୨୦୨୨
Advertisment

ମୋଟ୍ ଖାଲି ପଦବୀ : ୧୬୦

କେଉଁ ପଦବୀରେ କେତେ:

  • ବରିଷ୍ଠ କୃଷି ଯନ୍ତ୍ରୀ: ୭ ଟି ପୋଷ୍ଟ
  • କୃଷି ଯନ୍ତ୍ରୀ: ୧ ପୋଷ୍ଟ
  • ସହକାରୀ ନିର୍ଦ୍ଦେଶକ: ୧୩ ଟି ପୋଷ୍ଟ
  • ସହକାରୀ ରସାୟନ ବିଜ୍ଞାନୀ: ୧ ପୋଷ୍ଟ
  • ସହକାରୀ ହାଇଡ୍ରୋଜୋଲୋଜିଷ୍ଟ: ୭୦ ଟି ପୋଷ୍ଟ
  • ଜୁନିଅର ଟାଇମ୍ ସ୍କେଲ୍: ୨୯ ପୋଷ୍ଟ
  • ସହକାରୀ ରସାୟନ ବିଜ୍ଞାନୀ: ୬ ଟି ପୋଷ୍ଟ
  • ସହକାରୀ ଭୂବିଜ୍ଞାନୀ: ୯ ଟି ପୋଷ୍ଟ
  • ସହକାରୀ ଜିଓଫିଜିସିଷ୍ଟ୍: ୧ ପୋଷ୍ଟ
  • ସହକାରୀ ରସାୟନ ବିଜ୍ଞାନୀ: ୧୪ ଟି ପୋଷ୍ଟ
  • ଅଧ୍ୟାପକ: ୯ ଟି ପୋଷ୍ଟ

ଯୋଗ୍ୟତା:

  • ୧- କୌଣସି ସ୍ୱିକୃତୀପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ୫୦ ପ୍ରତିଶତ ମାର୍କ ରଖି ହିନ୍ଦୀରେ ମାଷ୍ଟର ଡିଗ୍ରୀ
  • ୨- କୌଣସି ସ୍ୱିକୃତୀପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ୫୦ ପ୍ରତିଶତ ମାର୍କ ରଖି ଏଡୁକେଶନରେ M.Ed./MA
  • ଅଧିକ ଜାଣିବା ପାଇଁ ସରକାରୀ ବିଜ୍ଞପ୍ତି ଦେଖନ୍ତୁ।

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ – ୨୫ ଟଙ୍କା
  • SC / ST / PWBD / ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ

କିପରି ଆବେଦନ କରିବେ:

  • ଷ୍ଟେପ୍ ୧ - ଅଫିସିଆଲ୍ ୱେବସାଇଟ୍ upsc.gov.in ଉପରେ କ୍ଲିକ୍ କରନ୍ତୁ
  • ଷ୍ଟେପ୍ ୨ - ମୂଳପୃଷ୍ଠାରେ, ବିଜ୍ଞାପନ ସଂଖ୍ୟା ୨୧-୨୦୨୨ ଦେଖନ୍ତୁ ଓ ଆବଶ୍ୟକ ବିବରଣୀ ପୂରଣ କରନ୍ତୁ
  • ଷ୍ଟେପ୍ ୩ - ଆବେଦନ ଫର୍ମ ଦାଖଲ କରନ୍ତୁ
  • ଷ୍ଟେପ୍ ୪ - ଏହାର ଏକ ପ୍ରିଣ୍ଟ ବାହାର କରି ରଖନ୍ତୁ
UPSC Recruitment Govt Jobs
Advertisment
Advertisment