Advertisment

ପ୍ରକାଶ ପାଇଲା UPSC ରେଜଲ୍ଟ, ଜାଣନ୍ତୁ ଟପ୍ ଟେନ୍‌ରେ କିଏ..?

UPSCର ତଥ୍ୟ ଅନୁସାରେ, ମୋଟ ୫୧୯ ଜଣ ଲିଖିତ ପରୀକ୍ଷା ଆଧାରରେ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ପରୀକ୍ଷା ୧୦ ଏପ୍ରିଲ ୨୦୨୨ରେ କରାଯାଇଥିଲା । ଏହାପରେ ମୌଖିକ ପରୀକ୍ଷା ମଧ୍ୟ ହୋଇଥିଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
UPSC NDA Result 2022

UPSC Result

ପ୍ରକାଶ ପାଇଲା UPSC NDA, NA ଫାଇନାଲ ରେଜଲ୍ଟ । ଏହାର ରେଜଲ୍ଟ ଏବେ ଅଫିସିଆଲ ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଛି । upsc.gov.in ୱେବ୍‌ସାଇଟ୍‌କୁ ଯାଇ ଯେକେହି ବି ରେଜଲ୍ଟ ଦେଖିପାରିବେ । ତେବେ ଏହି ପରୀକ୍ଷାରେ ମଧ୍ୟ ଜଣେ ଛାତ୍ରୀ ବାଜି ମାରିଛନ୍ତି । UPSC NDA, NA 2022 ପରୀକ୍ଷାରେ ରୁବିନ୍‌ ସିଂହ ଟପ୍ପର ହୋଇଛନ୍ତି । ତାଙ୍କ ପଛକୁ ଅନୁସ୍କା ଅନିଲ ବ୍ରୋଡ୍‌ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବୈଷ୍ଣବୀ ଗୋର୍ଡେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

Advertisment

UPSCର ତଥ୍ୟ ଅନୁସାରେ, ମୋଟ ୫୧୯ ଜଣ ଲିଖିତ ପରୀକ୍ଷା ଆଧାରରେ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ପରୀକ୍ଷା ୧୦ ଏପ୍ରିଲ ୨୦୨୨ରେ କରାଯାଇଥିଲା । ଏହାପରେ ମୌଖିକ ପରୀକ୍ଷା ମଧ୍ୟ ହୋଇଥିଲା ।

ତେବେ ଆସନ୍ତୁ ଜାଣିବା ଏହି ପରୀକ୍ଷାରେ ଟପ୍‌ ଟେନ୍‌ରେ ରହିଥିବା ୧୦ ଛାତ୍ର ଛାତ୍ରୀଙ୍କ ନାଁ ।

Advertisment

୧. ରୁବିନ୍‌ ସିଂହ

୨. ଅନୁସ୍କା ଅନିଲ ବୋର୍ଡେ

୩. ବୈଷ୍ଣବୀ ଗୋର୍ଡେ

୪. ଆଦିତ୍ୟ ବାସୁ ରାଣା

୫. ସୌର୍ୟ୍ୟ ରାଏ

୬. ଇଶାନ୍ତ କୋଠିୟାଲ

୭. ଆକାଶ କୁମାର

୮. ଗୌରଭ ସିଂହ

୯. ଆୟୁଷ ଶର୍ମା

୧୦. ଆଦର୍ଶ ରାଏ

UPSC UPSC Jobs UPSC Result
Advertisment
Advertisment