• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ୟୁପିଏସ୍‌ସି ପକ୍ଷରୁ ୨୦୨୧ ସିଭିଲ ସର୍ଭିସ ପରୀକ୍ଷାର ଅବଶିଷ୍ଟ ପଦବୀ ପାଇଁ ରିଜର୍ଭ ତାଲିକା ପ୍ରସ୍ତୁତ କରାଯାଇଛି । ବାକିଥିବା ୬୩ଟି ପଦବୀ ପାଇଁ ଆଶାୟୀଙ୍କ ନାମ ଚୟନ କରାଯାଇଛି ।

ଅବଶିଷ୍ଟ ପଦବୀ ପାଇଁ ତାଲିକାଭୁକ୍ତ କରାଯାଇଥିବା ଆଶାୟୀଙ୍କ ନାମ ଓ ରୋଲ୍‌ ନଂ ୟୁପିଏସ୍‌ସିର ଅଫିସିଆଲ୍‌ ୱେବ୍‌ସାଇଟ୍‌ http//www.upsc.gov.in ରେ ଉପଲବ୍ଧ ।

ସିଭିଲ ସର୍ଭିସ୍‌ (ମେନ୍ସ) ପରୀକ୍ଷା ୨୦୨୧ ର ଫଳାଫଳ ମେ ୩୦, ୨୦୨୨ ରେ ଘୋଷଣା କରାଯାଇଥିଲା । ଯେଉଁଥିରେ ୭୪୯ ଟି ପଦବୀ ମଧ୍ୟରୁ ୬୮୫ ଜଣ IAS, IFS, IPS ଏବଂ କେନ୍ଦ୍ରୀୟ କର୍ମଚାରୀ ଗ୍ରୁପ୍ ‘ଏ’ ଓ ଗ୍ରୁପ୍‌ ‘ବି’ରେ ନିଯୁକ୍ତି ପାଇଛନ୍ତି ।

UPSC ମେନ୍ସ ପରୀକ୍ଷା ଫଳାଫଳ ଘୋଷଣା ପରେ, ତାଲିକାର ଶେଷରେ ଥିବା ଆଶାୟୀ ମାନଙ୍କ ଯୋଗ୍ୟତା ଭିତ୍ତିରେ ଏକ ରିଜର୍ଭ ତାଲିକା ପ୍ରସ୍ତୁତ ହୋଇଛି । ସିଭିଲ ସର୍ଭିସେସ୍ ପରୀକ୍ଷା ନିୟମ ୨୦ (୪) ଏବଂ (୫) ଅନୁସାରେ ଏହି ତାଲିକା ପ୍ରସ୍ତୁତ କରିଛି ଆୟୋଗ ।

ସିଭିଲ ସର୍ଭିସ ପରୀକ୍ଷା ୨୦୨୧ ଆଧାରରେ ଅବଶିଷ୍ଟ ପଦବୀ ପୂରଣ କରିବାକୁ ଆୟୋଗ ଦ୍ୱାରା ହୋଇଥିବା ତାଲିକା ମଧ୍ୟରେ ୬୩ ଜଣ ଆଶାୟୀଙ୍କ ନାମ ରହିଛି, ଯେଉଁଥିରେ ୪୬ ଜଣ ଜେନେରାଲ, ୧୨ ଓବିସି, ୪ ଇଡବ୍ଲୁଏସ୍ ଏବଂ ୧ ଏସ୍‌ସି ଅନ୍ତର୍ଭୁକ୍ତ ରହିଛନ୍ତି। ତେଣୁ ତାଲିକାଭୁକ୍ତ ହୋଇଥିବା ଆଶାୟୀମାନେ ସିଧାସଳଖ DOP & T ଦ୍ୱାରା ଯୋଗାଯୋଗ କରିବେ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।