/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693039113.jpg)
UIICL Specialist Recruitment 2023: Apply for 100 posts
ଯଦି ଆପଣ କୌଣସି ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ୟୁନାଇଟେଡ୍ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ୍(UIICL) ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ ଅନୁଷ୍ଠାନରେ ଅନେକ ପଦବୀ ପୂରଣ ହେବ।
Advertisment
ଇଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ UIICLର ଅଫିସିଆଲ୍ ୱେବସାଇଟ୍ www.uiic.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ UIICL Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୦୦ଟି ପଦବୀ ପୂରଣ ହେବ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୨୪ ଅଗଷ୍ଟ୍ ୨୦୨୩
- ଅନ୍ଲାଇନ୍ ଆବେଦନ ଶେଷ – ୧୪ ସେପ୍ଟେମ୍ବର ୨୦୨୩
- ଅନ୍ଲାଇନ୍ ଟେଷ୍ଟ୍ – ଅକ୍ଟୋବର ଦ୍ୱିତୀୟ ସପ୍ତାହ
Advertisment
ଖାଲି ପଦବୀ:
- ଆଇନ ବିଶେଷଜ୍ଞ – ୨୫ଟି ପୋଷ୍ଟ୍
- ଆକାଉଣ୍ଟସ୍ / ଫାଇନାନ୍ସ ସ୍ପେଶାଲିଷ୍ଟ – ୨୪ଟି ପୋଷ୍ଟ୍
- କମ୍ପାନୀ ସେକ୍ରେଟାରୀ – ୦୩ଟି ପୋଷ୍ଟ୍
- ଆକ୍ଚୁଆରୀ – ୦୩ଟି ପୋଷ୍ଟ୍
- ଡାକ୍ତର – ୨୦ଟି ପୋଷ୍ଟ୍
- ଇଞ୍ଜିନିୟର – ୨୨ଟି ପୋଷ୍ଟ୍
- କୃଷି ବିଶେଷଜ୍ଞ – ୩ଟି ପୋଷ୍ଟ୍
ଯୋଗ୍ୟତା:
- ପଦବୀ ଅନୁଯାୟୀ ସମ୍ପୃକ୍ତ ବିଷୟରେ UG / PG ଡିଗ୍ରୀ
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ସର୍ବନିମ୍ନ ବୟସ - ୨୧ ବର୍ଷ
- ସର୍ବାଧିକ ବୟସ - ୩୦ ବର୍ଷ
- ୩୧ ମାର୍ଚ୍ଚ ୨୦୨୩ ଅନୁସାରେ ବୟସ ଗଣନା ହେବ
- ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ବୟସରେ କୋହଳ ଦିଆଯିବ
ଆବେଦନ ଶୁଳ୍କ:
- ସାଧାରଣ ବର୍ଗର ପ୍ରାର୍ଥୀ – ୧୦୦୦ ଟଙ୍କା
- SC / ST / PwBD, ସ୍ଥାୟୀ କର୍ମଚାରୀ – ୨୫୦ ଟଙ୍କା
ଚୟନ ପ୍ରକ୍ରିୟା:
- କେବଳ ସାକ୍ଷାତକାର(ଡାକ୍ତର)
- ଅନ୍ଲାଇନ୍ ଟେଷ୍ଟ୍ / ସାକ୍ଷାତକର(ଅନ୍ୟାନ୍ୟ)
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)