Advertisment

UCIL Recruitment 2023: ୧୦ମ ପାଶ୍‌ କରି ITI କରିଛନ୍ତି… ପାଇପାରିବେ ସରକାରୀ ଚାକିରି

ଆପଣ ଯଦି ୧୦ମ ପାଶ୍‌ କରିଛନ୍ତି ତେବେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ଆସିଛି। UCIL ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ବିଜ୍ଞପ୍ତି ବାହାର କରିଛି। UCIL ଟ୍ରେନିଂ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ଗ୍ରହଣ କରୁଛି।

author-image
Pramod Behera
UCIL has recruited 243 trade apprentice for 10th pass

UCIL has recruited 243 trade apprentice for 10th pass

ସରକାରୀ ଚାକିରି କରିବାକୁ କିଏ ବା ନ ଚାହେଁ। ସିଏ ଉଚ୍ଚ ଶିକ୍ଷା ପ୍ରାପ୍ତ ହୋଇଥାନ୍ତୁ କି ୧୦ମ ପାଶ୍ କରିଥାନ୍ତୁ ସମସ୍ତେ ଚାହାନ୍ତି ଏକ ସରକାରୀ ଚାକିରି। ଆପଣ ଯଦି ୧୦ମ ପାଶ୍‌ କରିଛନ୍ତି ତେବେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ଆସିଛି। ୟୁରାନିୟମ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (UCIL) ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ବିଜ୍ଞପ୍ତି ବାହାର କରିଛି। UCIL ଟ୍ରେନିଂ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ଗ୍ରହଣ କରୁଛି।

Advertisment

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ UCILର ସରକାରୀ ପୋର୍ଟାଲ https://apprenticeshipindia.gov.in କୁ ଯାଇ ଆବେଦନ କରି ପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ UCIL Recruitment 2023 Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ – ୧୩ ଅକ୍ଟୋବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଶେଷ – ୧୨ ନଭେମ୍ବର ୨୦୨୩
  • ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ବାଣିଜ୍ୟ ଆପ୍ରେଣ୍ଟିସର ମୋଟ 243 ଟି ପଦବୀ
Advertisment

ମୋଟ୍ ପଦବୀ:

  • ଫିଟର୍ – ୮୨ଟି ପୋଷ୍ଟ୍‌
  • ଇଲେକ୍ଟ୍ରୀସିଆନ୍ – ୮୨ଟି ପୋଷ୍ଟ୍‌
  • ୱେଲ୍‌ଡର୍ – ୪୦ଟି ପୋଷ୍ଟ୍‌
  • ଟର୍ନର / ମେସିନିଷ୍ଟ୍ – ୧୨ଟି ପୋଷ୍ଟ୍‌
  • ମେକାନିକ୍: ୦୫ଟି ପୋଷ୍ଟ୍‌
  • ମେକାନିକାଲ୍ ଡିଜେଲ / ମେକାନିକ୍ MV – ୦୫ଟି ପୋଷ୍ଟ୍‌
  • କାର୍‌ପେଣ୍ଟର୍ – ୦୫ଟି ପୋଷ୍ଟ୍‌
  • ପ୍ଲମ୍ବର – ୦୫ଟି ପୋଷ୍ଟ୍‌
  • ମୋଟ୍ – ୨୪୩ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ପ୍ରାର୍ଥୀ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ଶିକ୍ଷା ବୋର୍ଡରୁ ମାଟ୍ରିକ୍ କିମ୍ବା ଦଶମ ବୋର୍ଡ ପରୀକ୍ଷା ପାଶ୍ କରିଥିବେ
  • ନ୍ୟାସ୍‌ନାଲ୍‌ କାଉନ୍‌ସିଲ୍ ଫର୍‌ ଭୋକେସନ୍ ଟ୍ରେନିଂରୁ ITI ସାର୍ଟିଫିକେଟ୍ ପାଇଥିବେ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୫ ବର୍ଷ
  • ବୟସ ଗଣନା ୧୩ ଅକ୍ଟୋବର ୨୦୨୩କୁ ଲକ୍ଷ ରଖି କରାଯିବ
  • ଓବିସି ବର୍ଗର ପ୍ରାର୍ଥୀଙ୍କୁ ୩ ବର୍ଷ, ଏସ୍‌ସି, ଏସ୍‌ଟି ବର୍ଗ ପ୍ରାର୍ଥୀଙ୍କୁ ୫ ବର୍ଷ ଓ PWD ବର୍ଗ ପ୍ରାର୍ଥୀଙ୍କୁ ୧୦ ବର୍ଷ ବୟସ କୋହଳ କରାଯିବ

ଚୟନ ପ୍ରକ୍ରିୟା:

  • ମେରିଟ୍ ଅନୁସାରେ ପ୍ରାର୍ଥୀ ଚୟନ କରାଯିବ
  • ITI ରେ ପ୍ରାପ୍ତ ମାର୍କ ଆଧାରରେ ଚୟନ କରାଯିବ

କିପରି କରିବେ ଆବେଦନ:

UCILର ଅଫିସିଆଲ୍ ପୋର୍ଟାଲ୍ apprenticeshipindia.gov.in କୁ ଯାଇ ନିର୍ଦ୍ଦେଶନାମା ଅନୁଯାୟୀ ଆବେଦନ ଫର୍ମ ପୂରଣ କରିବାକୁ ପଡିବ।

Govt Jobs
Advertisment
Advertisment