• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଚାକିରି ଛଡ଼ିବାକୁ ଚାହିଁଲେ କର୍ମଚାରୀ, ୩୦୦% ଦରମା ବୃଦ୍ଧି କଲା କମ୍ପାନୀ । ଆପଣ ବିଶ୍ୱାସ କରିପାରୁଛନ୍ତି କି ଜଣେ କର୍ମଚାରୀଙ୍କ ୩୦୦% ଦରମା ବୃଦ୍ଧି ହୋଇଥିବ ବୋଲି ? ହଁ, ଗୁଗୁଲ ପରି କମ୍ପାନୀଗୁଡିକରେ ଏହା ସମ୍ଭବ । ଆପଣ ହୁଏତ ପ୍ରାୟ ୫୦% ବୃଦ୍ଧି କିମ୍ବା ବୋଧହୁଏ ଟିକେ ଅଧିକ ଶୁଣିଥିବେ, କିନ୍ତୁ ୩୦୦% ବୃଦ୍ଧି ନିହାତି ଭାବରେ ବଡ ଅଫର୍‌ ଓ ଭାବନ୍ତୁ ଗୁଗୁଲ୍ ପାଇଁ ସେହି କର୍ମଚାରୀ କେତେ ଦରକାରୀ ତାହା ଏଥିରୁ ହିଁ ଜଣା ପଡୁଛି । ଆମେରିକାର ଷ୍ଟାର୍ଟଅପ୍ ପର୍‌ପ୍ଲେସ୍କିଟି ଏଆଇର ସିଇଓ ଅରବିନ୍ଦ ଶ୍ରୀନିବାସଙ୍କ ଦ୍ୱାରା ଆୟୋଜିତ ବିଗ୍ ଟେକ୍ନୋଲୋଜି ପୋଡକାଷ୍ଟ ଶୋ’ରେ ଏହି ନିଯୁକ୍ତି ବିଷୟରେ ସେ କହିଛନ୍ତି । ଆସନ୍ତୁ ଜାଣିବା ଏହି ବିଷୟରେ...

ଯେତେବେଳେ ଚାକିରି ଛାଡ଼ିଲେ...୩୦୦% ବୃଦ୍ଧି ହେଲା ଦରମା...

ଆଇଆଇଟି ମାଡ୍ରାସରେ ପଢୁଥିବା ଅରବିନ୍ଦ ଶ୍ରୀନିବାସ ନିକଟରେ ଷ୍ଟାର୍ଟଅପ୍ ପର୍‌ପ୍ଲେସ୍କିଟି ଏଆଇ ପାଇଁ ଗୁଗୁଲ୍‌ର କର୍ମଚାରୀଙ୍କୁ ଆଣିବାକୁ ଚେଷ୍ଟା କରୁଥିଲେ । ତେବେ କୌଣସି କମ୍ପାନୀ ଛାଡ଼ିବା ପୂର୍ବରୁ କର୍ମଚାରୀମାନଙ୍କୁ ସେମାନଙ୍କ ବସ୍‌କୁ କହିବାକୁ ପଡ଼ିଥାଏ । ତେବେ ସେ ଯେତେବେଳେ ତାଙ୍କ ବସ୍‌ଙ୍କୁ କହିଲେ ହଠାତ୍ ଗୁଗୁଲ୍ ସେହି କର୍ମଚାରୀଙ୍କୁ ଏପରି ଅଫର୍ ଦେଇଥିଲା ଯାହା ତାଙ୍କୁ ଚକିତ କରିଦେଇଥିଲା ​​। ଅରବିନ୍ଦ ଶ୍ରୀନିବାସ କହିଛନ୍ତି ଯେ ଗୁଗୁଲ ସେହି କର୍ମଚାରୀଙ୍କୁ ଚାରି ଗୁଣ (ପ୍ରାୟ ୩୦୦ ପ୍ରତିଶତ) ଦରମା ପ୍ରଦାନ କରିଥିଲା । କିନ୍ତୁ ସେହି ସମୟରେ ଗୁଗୁଲ୍‌ ସାରା ବିଶ୍ୱରେ ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରୁଥିଲା ।

ସାଧାରଣତଃ ଯେତେବେଳେ ଜଣେ କର୍ମଚାରୀ ଏକ ନୂଆ ଚାକିରି ଅଫର୍ ପାଆନ୍ତି, ତାଙ୍କର ସାମାନ୍ୟ ଦରମା ବୃଦ୍ଧି ହୋଇଥାଏ ଓ ଚାକିରିରୁ ସେମାନେ ରେଜିଗନେସନ୍‌ ଦେଇଥାନ୍ତି । କିନ୍ତୁ ଏହି କ୍ଷେତ୍ରରେ ଗୁଗୁଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ସେହି କର୍ମଚାରୀଙ୍କ ଦରମା ଏତେ ବୃଦ୍ଧି ପାଇଲା ଯେ କର୍ମଚାରୀ ଓ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଅରବିନ୍ଦ ଶ୍ରୀନିବାସ କହିଛନ୍ତି ଯେ କର୍ମଚାରୀ ଗୁଗୁଲରେ କାର୍ଯ୍ୟ କରୁଛନ୍ତି, ଅର୍ଥାତ୍ ସେ ଗୁଗୁଲର ୩୦୦ ପ୍ରତିଶତ ବେତନ ଅଫର୍‌କୁ ଗ୍ରହଣ କରିଛନ୍ତି । କିନ୍ତୁ ଏଆଇ ଷ୍ଟାର୍ଟଅପ୍ କେଉଁ ଅଫର୍ ଦେଇଥିଲା ତାହା ଜଣା ପଡିନାହିଁ, କିନ୍ତୁ ଏତେ ବଡ ଅଫର୍ ଦେଇ ଗୁଗୁଲ୍ ଦର୍ଶାଇଛି ଯେ ଭଲ କର୍ମଚାରୀଙ୍କୁ ତା’ ପାଖରେ ରଖିବାକୁ ଚାହୁଁଛି । 

ହଜାର ହଜାର ଲୋକଙ୍କୁ ଛଟେଇ କରୁଛି ଗୁଗୁ଼ଲ୍‌...

ଏହି ଘଟଣା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ଯେତେବେଳେ କି ନିକଟରେ ଗୁଗୁଲ୍ ଅନେକ ଲୋକଙ୍କୁ ଚାକିରିରୁ ବାହାର କରିଛି । ଯଦିଓ ପୁରା ଘଟଣା କେବେ ଘଟିଛି ତାହା ସ୍ପଷ୍ଟ ଭାବେ କୁହାଯାଇ ନାହିଁ, ଏହା ଜଣା ପଡିଛି ଯେ ଗୁଗୁଲ୍ ଗତ ବର୍ଷ ଠାରୁ ଅନେକ କର୍ମଚାରୀଙ୍କୁ ବାହାର କରିଆସୁଛି । ବର୍ତ୍ତମାନ ଦେଢ ମାସ ମଧ୍ୟରେ କମ୍ପାନୀ ଗୁଗୁଲ୍ ଆସିଷ୍ଟାଣ୍ଟ, ହାର୍ଡୱେର୍ ଓ ସେଣ୍ଟ୍ରାଲ୍ ଇଞ୍ଜିନିୟରିଂ ପରି ଅନେକ ବିଭାଗରେ କର୍ମଚାରୀଙ୍କୁ ଛଟେଇ କରିଛି । କିନ୍ତୁ, ଗୁଗୁଲ୍ ମଧ୍ୟ ଏହି ଲୋକଙ୍କୁ କମ୍ପାନୀ ଭିତରେ ଅନ୍ୟତ୍ର କାମ କରିବାର ସୁଯୋଗ ଦେଇଛି ।