/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640247514.jpg)
iocl recruitment 2021
ଆପଣ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL)ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଆଇଓସିଏଲରେ ଖାଲିପଡିଛି ଟେକ୍ନିସିଆନ୍ ଏବଂ ଟ୍ରେଡ୍ ଆପ୍ରେଣ୍ଟିସ ପଦବୀ । ୩୦୦ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଯୋଗ୍ୟ ଆଶାୟୀ ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବସାଇଟକୁ iocl.com କୁ ଯାଇ ଅନଲାଇନ ଆବେଦନ କରିପାରିବେ।
IOCL ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ୧୦ ଡିସେମ୍ବରରୁ୨୦୨୧ ଠାରୁ ଆରମ୍ଭ ହୋଇ ଆବେଦନ ପ୍ରକ୍ରିୟା ୨୫ ଡିସେମ୍ବର ୨୦୨୧ରେ ଶେଷ ହେବ। ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଫର୍ମ ପୂରଣ କରିପାରିବେ । ତେବେ ଫର୍ମ ପୂରଣ ସମୟରେ କୌଣସି ଭୁଲ ହୁଏ, ତେବେ ଫର୍ମକୁ ରଦ୍ଦ କରି ଦିଆଯିବ।
IOCL ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ମୋଟ୍ ୩୦୦ ପଦବୀ ପାଇଁ ଆବେଦନ କରିପାରିବେ । ଟ୍ରେଡ ଆପ୍ରେଣ୍ଟିସ ପାଇଁ ୧୦୩ଟି ପଦବୀ,ଟେକ୍ନିସିଆନ ଆପ୍ରେଣ୍ଟିସ ପାଇଁ ୫୫ଟି ପଦବୀ, ଟ୍ରେଡ୍ ଅପାରଣ୍ଟିସ୍(ସେଲ୍ସ ଆସୋସିଏଟ୍) ପାଇଁ ୧୦ଟି ପଦବୀ,ଟ୍ରେଡ୍ ଅପାରଣ୍ଟିସ୍ ଆକାଉଣ୍ଟ ପାଇଁ ୧୨୨ଟି ପଦବୀ ଓ ଡାଟା ଏଣ୍ଟ୍ରି ଅଫିସର ପାଇଁ ୧୦ଟି ପଦବୀ ରହିଛି ।
କିପରି କରିବେ ଆବେଦନ:
- ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।
- ଅଫିସିଆଲ ୱେବସାଇଟକୁ ଯିବା ପରେ ଆପ୍ଲାଏ ଲିଙ୍କ ଉପରେ ରେ କ୍ଲିକ କରନ୍ତୁ।
- ଏହାପରେ ସେଠାରେ ନିଜର ବ୍ୟକ୍ତିଗତ ବିବରଣୀ ବା ନିଜର ବାୟୋଡାଟା ସବମିଟ୍ କରନ୍ତୁ।
- ଫର୍ମର ପୁରଣ କରିବା ପୂର୍ବରୁ ଏକ ଫଟୋ କପି ନିଜ ପାଖରେ ରଖି ଦିଅନ୍ତୁ।
ଆବେଦନ ପାଇଁ ଜରୁରୀ ତାରିଖ
ଆବେଦନ କରିବାର ଶେଷ ତାରିଖ ୨୭ ଡିସେମ୍ବର ୨୦୨୧ ରହିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ୯ ଜାନୁଆରୀ ୨୦୨୨ରେ ପରୀକ୍ଷା ଦେଇପାରିବେ ଓ ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ୧୭ ଜାନୁଆରୀ ଧାର୍ଯ୍ୟ କରାଯାଇଛି । ପଦବୀ ପାଇଁ ମାସିକ ଦରମା ୪୦ ହଜାରରୁ ଆରମ୍ଭ କରି ୧,୪୦,୦୦୦ ଟଙ୍କା ପର୍ଯ୍ୟନ୍ତୁ ରହିଛି ।
ଆବେଦନ ଶୁଳ୍କ ଓ ଚୟନ ପ୍ରକ୍ରିୟା:
ଏହିସବୁ ପଦବୀରେ ଆବେଦନ କରିବା ପାଇଁ କୌଣସି ଶୁଳ୍କ ସଂପୂର୍ଣ୍ଣ ମାଗଣା ରଖାଯାଇଛି । ଏହି ପଦରେ ଚୟନ ପ୍ରକ୍ରିୟା ଲିଖିତ ପରୀକ୍ଷା ଅନୁଯାୟୀ କରାଯିବ।
ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:
ପଦବୀ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ହେବା ଜରୁରୀ। ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ତେବେ ମାନ୍ୟତାପ୍ରାପ୍ତ ଭାରତୀୟ ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନ କିମ୍ବା ଅନ୍ୟ କୌଣସି ବିଷୟରେ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)