/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671463858.jpg)
Teacher vacancy in odisha ossc application process start
ଶିକ୍ଷକ ପଦବୀରେ ଚାକିରି ପାଇବାକୁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ଓଡିଶା ରେ ଶିକ୍ଷକ ପଦବୀ ପାଇଁ ବିରାଟ ଖାଲି ସ୍ଥାନ ରହିଛି। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(OSSC), ସରକାରୀ ମାଧ୍ୟମିକ ବିଦ୍ୟାଳୟରେ S&ME ବିଭାଗରେ ୭୫୪୦ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ ପାଇଁ ବିଜ୍ଞପ୍ତି ଜାରି କରିଛି। ମୋଟ ପୋଷ୍ଟ୍ ମଧ୍ୟରୁ ୨୪୮୭ ଟି ପୋଷ୍ଟ୍ ମହିଳାମାନଙ୍କ ପାଇଁ ରହିଛି।
Advertisment
ଏହି ପୋଷ୍ଟ୍ଗୁଡିକରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଆୟୋଗର ଅଫିସିଆଲ୍ ୱେବସାଇଟ୍ ossc.gov.in କୁ ଯାଇ ଏହି ନିଯୁକ୍ତି ପାଇଁ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଆପଣ ଯଦି ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ୧୬ ଜାନୁଆରୀ ୨୦୨୩ ସୁଦ୍ଧା OSSC ନିଯୁକ୍ତି ୨୦୨୨ ପାଇଁ ଫର୍ମ ପୂରଣ କରିନେବା ଦରକାର। ନିୟମିତ ଶିକ୍ଷକ ପଦବୀରେ ଏହି ନିଯୁକ୍ତି ମିଳିବ।
ଖାଲି ପଦବୀ:
- ଟିଜିଟି(TGT) ଆର୍ଟ୍ସ(Arts):: ୧୯୭୦ ପୋଷ୍ଟ୍
- ଟିଜିଟି ପିସିଏମ୍(PCM): ୧୪୧୯ ପୋଷ୍ଟ୍
- ଟିଜିଟି ସିବିଜେଡ୍(CBZ): ୧୨୦୫ ପୋଷ୍ଟ୍
- ହିନ୍ଦୀ: ୧୩୫୨ ପୋଷ୍ଟ୍
- ସଂସ୍କୃତ: ୭୨୩ ପୋଷ୍ଟ୍
- PET: ୮୪୧ ପୋଷ୍ଟ୍
- ତେଲୁଗୁ: ୬ ଟି ପୋଷ୍ଟ୍
- ଉର୍ଦ୍ଦୁ: ୨୪ ଟି ପୋଷ୍ଟ୍
Advertisment
ବୟସ ସୀମା:
- ବୟସ ସୀମା ଜାନୁୟାରୀ ୧, ୨୦୨୨ କୁ ନଜରରେ ରଖି ଦେଖାଯିବ
- ସର୍ବନିମ୍ନ ବୟସ - ୨୧ ବର୍ଷ
- ସର୍ବାଧିକ ବୟସ - ୩୮ବର୍ଷ
- ସଂରକ୍ଷିତ ବର୍ଗକୁ ବୟସରେ କୋହଳ କରାଯିବ
ଦରମା:
- ଟିଜିଟି -TGT (Arts, PCM, CBZ) ଶିକ୍ଷକ – ଲେବଲ୍ ୯ ଅନୁସାରେ ପ୍ରତି ମାସରେ ୩୫,୪୦୦ ଟଙ୍କା
- ହିନ୍ଦୀ, ସଂସ୍କୃତ, ତେଲୁଗୁ, ଉର୍ଦ୍ଦୁ ଶିକ୍ଷକ – ଲେବଲ୍ ୯ ଅନୁସାରେ ପ୍ରତି ମାସରେ ୩୫,୪୦୦ ଟଙ୍କା
- ଶାରୀରିକ ଶିକ୍ଷା ଶିକ୍ଷକ – ଲେବଲ୍ ୮ ଅନୁସାରେ ପ୍ରତି ମାସରେ ୨୯,୨୦୦ ଟଙ୍କା
ଚୟନ ପ୍ରକ୍ରିୟା:
- ପ୍ରଥମେ ଲିଖିତ ପରୀକ୍ଷା ହେବ
- ଲିଖିତ ପରୀକ୍ଷାରେ ସଫଳ ପ୍ରାର୍ଥୀକୁ ସାକ୍ଷାତକାର ପାଇଁ ଡକାଯିବ
ଅଧିକ ପଢ଼ନ୍ତୁ: କେନ୍ଦ୍ରୀୟ ବିଦ୍ୟାଳୟରେ ପୁଣି ବାହାରିଲା ଚାକିରି; ୫୦ ବର୍ଷ ହୋଇଥିଲେ ବି ସୁଯୋଗ
କିପରି କରିବେ ଆବେଦନ:
- ପ୍ରଥମେ ଆୟୋଗର ଅଫିସିଆଲ୍ ୱେବସାଇଟ୍, ossc.gov.in କୁ ଯାଆନ୍ତୁ
- ହୋମ୍ପେଜ୍ରେ 'Apply Online' ଉପରେ ଲିଙ୍କ୍ରେ କ୍ଲିକ୍ କରନ୍ତୁ
- ଶିକ୍ଷକ ନିଯୁକ୍ତି ପାଇଁ ଲିଙ୍କ୍ ଖୋଲିଲେ ଏଠି ରେଜିଷ୍ଟ୍ରେସନ କରି ଫର୍ମ ପୂରଣ କରନ୍ତୁ
- Submit Button ଉପରେ କ୍ଲିକ୍ କରନ୍ତୁ
- ଭବିଷ୍ୟତର ପ୍ରମାଣ ପାଇଁ ଏକ ପ୍ରିଣ୍ଟ ବାହାର କରି ରଖନ୍ତୁ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)