/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697873652.jpg)
OSSC Exam Fault
ଭୁଲ୍ କଲା ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଟି- OSSC, ଭୋଗିଲେ ପରୀକ୍ଷାର୍ଥୀ । ହାଇସ୍କୁଲର ହିନ୍ଦି ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବଡ଼ଧରଣର ତ୍ରୁଟି ସାମ୍ନାକୁ ଆସିଛି । ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବାରୁ ହିନ୍ଦୀ ଓ ସଂସ୍କୃତ ବିଷୟ ଶିକ୍ଷକ ନିଯୁକ୍ତି ପାଇଁ ଅନୁଷ୍ଠିତ ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ୍ କରାଯାଇଛି । ପୁଣି ଥରେ ପରୀକ୍ଷା କରାଯିବ ବୋଲି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ପକ୍ଷରୁ ଜାରି କରାଯାଇଛି ବିଜ୍ଞପ୍ତି ।
ସେପ୍ଟମ୍ବର ୨୨ ଓ ୨୩ରେ ହିନ୍ଦୀ ଓ ସଂସ୍କୃତ ବିଷୟର ୨୦୭୫ ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ପାଇଁ ଭୁବନେଶ୍ୱରରେ ପରୀକ୍ଷା ହୋଇଥିଲା । ପରୀକ୍ଷାରେ ସିଲାବସ୍ରୁ ପ୍ରଶ୍ନ ନଆସି ସିଲାବସ୍ ବାହାରୁ ଆସିଥିବା ନେଇ ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏସମ୍ପର୍କରେ ଓଏସ୍ଏସ୍ସି ନିକଟରେ ଅଭିଯୋଗ କରିଥିଲେ । ପରୀକ୍ଷାର୍ଥୀଙ୍କ ଅଭିଯୋଗ ଆଧାରରେ କମିସନଙ୍କ ପକ୍ଷରୁ ଶିକ୍ଷା ବିଶେଷଜ୍ଞଙ୍କ ଦ୍ୱାରା ପ୍ରଶ୍ନପତ୍ର ଯାଞ୍ଚ କରାଯାଇଥିଲା । ଯେଉଁଥିରୁ ଜଣାପଡ଼ିଥିଲା ଯେ ବହୁ ସଂଖ୍ୟକ ପ୍ରଶ୍ନ ସିଲାବସ୍ ବାହାରୁ ପଡ଼ିଛି ।
ପରୀକ୍ଷାର୍ଥୀଙ୍କ ଅଭିଯୋଗର ସତ୍ୟତା ଥିବାରୁ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବି ପାଇଁ ଅନୁଷ୍ଠିତ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ୍ କରାଯିବା ସହ ଡିସେମ୍ବରରେ ପୁଣିଥରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)