Advertisment

SSC GD କନଷ୍ଟେବଳ ନିଯୁକ୍ତି; ପୂରଣ ହେବ ୨୪,୩୬୯ ପଦବୀ

SSC GD କନଷ୍ଟେବଳ ନିଯୁକ୍ତିକୁ ନେଇ ପ୍ରାର୍ଥୀଙ୍କ ଅପେକ୍ଷାର ଅନ୍ତ ହୋଇଛି। SSC ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୨୪,୩୬୯ ପଦବୀରେ ନିଯୁକ୍ତ କରିବ। ଏଥିରେ ବିଭିନ୍ନ ସୁରକ୍ଷା ବାହିନୀର ପୋଷ୍ଟ ଯେପରିକି BSF, CRPF, ITBP ଏବଂ ଅନ୍ୟାନ୍ୟ ପଦ ସାମିଲ୍ ରହିଛି।

author-image
Pramod Behera
SSC GD Constable Recruitment 2022

SSC GD Constable Recruitment 2022

SSC GD କନଷ୍ଟେବଳ ନିଯୁକ୍ତିକୁ ନେଇ ପ୍ରାର୍ଥୀଙ୍କ ଅପେକ୍ଷାର ଅନ୍ତ ହୋଇଛି। ସୂଚନାଯୋଗ୍ୟ ଯେ କର୍ମଚାରୀ ଚୟନ ଆୟୋଗ, SSC ଅକ୍ଟୋବର ୨୭ରେ ଜିଡି କନଷ୍ଟେବଲ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। SSC ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୨୪,୩୬୯ ପଦବୀରେ ନିଯୁକ୍ତ କରିବ। ଏଥିରେ ବିଭିନ୍ନ ସୁରକ୍ଷା ବାହିନୀର ପୋଷ୍ଟ ଯେପରିକି BSF, CRPF, ITBP ଏବଂ ଅନ୍ୟାନ୍ୟ ପଦ ସାମିଲ୍ ରହିଛି।

Advertisment

ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ପୋଷ୍ଟଗୁଡିକ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ପ୍ରାର୍ଥୀମାନେ ଆୟୋଗର ଅଫିସିଆଲ୍ ୱେବସାଇଟ୍ ssc.nic.in କୁ ଯାଇ ନିଯୁକ୍ତି ପାଇଁ ଆବେଦନ କରିପାରିବେ।

ଆବେଦନ ଶୁଳ୍କ:

  • ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଥିବା ବେଳେ ଅନଲାଇନ୍ ମୋଡରେ ଦାଖଲ କରିବାକୁ ପଡିବ
  • ଏସସି, ଏସଟି ଏବଂ ମହିଳା ପ୍ରାର୍ଥୀମାନେ ଆବେଦନ ଶୁଳ୍କରୁ ବଞ୍ଚିତ ରହିବେ
Advertisment

ପ୍ରାର୍ଥୀମାନେ ନିଯୁକ୍ତି ପାଇଁ ଆବେଦନ କରିବା ପୂର୍ବରୁ ଏହା ସହ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ନିଯୁକ୍ତି ସମ୍ବନ୍ଧୀୟ କେତେକ ତଥ୍ୟ ନିମ୍ନରେ ଦିଆଗଲା।

ମୋଟ ପଦବୀ:

ଏହି ନିଯୁକ୍ତି ମାଧ୍ୟମରେ ମୋଟ ୨୪,୩୬୯ଟି ପୋଷ୍ଟ ପୂରଣ ହେବ

  • BSF - ୧୦,୪୯୭ ପୋଷ୍ଟ
  • CISF – ୧୦୦ ପୋଷ୍ଟ
  • CRPF – ୮୯୧୧ ପୋଷ୍ଟ
  • SSB – ୧୨୮୪ ପୋଷ୍ଟ
  • ITBP – ୧୬୧୩ ପୋଷ୍ଟ
  • AR – ୧୬୯୭ ପୋଷ୍ଟ
  • SSF – ୧୦୩ ପୋଷ୍ଟ
  • NCB - ୧୬୪ ପୋଷ୍ଟ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ କରିବାର ଶେଷ ତାରିଖ – ଅକ୍ଟୋବର ୨୭
  • ଆବେଦନ କରିବାର ଶେଷ ତାରିଖ - ନଭେମ୍ବର ୩୦
  • ପରୀକ୍ଷା - ଜାନୁଆରୀ ୨୦୨୩

ଚୟନ ପ୍ରକ୍ରିୟା:

  • କମ୍ପ୍ୟୁଟର ଆଧାରିତ ପରୀକ୍ଷା
  • ଶାରୀରିକ ଦକ୍ଷତା ପରୀକ୍ଷା
  • ଶାରୀରିକ ମାନକ ପରୀକ୍ଷା
  • ବିସ୍ତୃତ ଡାକ୍ତରୀ ପରୀକ୍ଷା

କମ୍ପ୍ୟୁଟର ଆଧାରିତ ପରୀକ୍ଷା କେବଳ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଆୟୋଗ ଦ୍ୱାରା ପରିଚାଳିତ ହେବ।

ବିସ୍ତୃତ ଡାକ୍ତରୀ ପରୀକ୍ଷା ସମୟରେ ପ୍ରାର୍ଥୀଙ୍କ ପ୍ରମାଣପତ୍ର ଏବଂ ଦଲିଲଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯିବ।

କୌଣସି ପରିସ୍ଥିତିରେ ବି ଆଡମିଟ୍ କାର୍ଡ ପୋଷ୍ଟ ଦ୍ୱାରା ପଠାଯିବ ନାହିଁ। ପ୍ରାର୍ଥୀଙ୍କୁ ଆୟୋଗର ଅଫିସିଆଲ୍ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ପଡିବ।

ଦରମା:

  • ମନୋନୀତ ପ୍ରାର୍ଥୀମାନେ ୨୧,୭୦୦ ରୁ ୬୯,୧୦୦ ଟଙ୍କା ପାଇବେ।
  • ଅନ୍ୟପକ୍ଷରେ, ଏନସିବି ପୋଷ୍ଟ ପାଇଁ ଏହା ୧୮,୦୦୦ ରୁ ୫୬,୯୦୦ ଟଙ୍କା ମଧ୍ୟରେ ରହିଛି।

ବୟସ ସୀମା:

  • ୧୮-୨୩ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ
  • ୧ ଜାନୁୟାରୀ ୨୦୨୩ରୁ ବୟସ ଗଣନା କରାଯିବ
  • ତେବେ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ କ୍ଷେତ୍ରରେ ୫ ବର୍ଷ ପର୍ଯ୍ୟନ୍ତ କୋହଳ କରାଯିବ

ଏହା ବ୍ୟତୀତ, ନିଯୁକ୍ତି ସମ୍ବନ୍ଧୀୟ ଅନ୍ୟାନ୍ୟ ସୂଚନା ପାଇଁ ଅଫିସିଆଲ୍ ୱେବସାଇଟ୍ ssc.nic.in କୁ ଯାଆନ୍ତୁ, କିମ୍ବା ଏହି ଲିଙ୍କ୍ SSC GD Constable Notification 2022 ରେ କ୍ଲିକ୍ କରି ବିଜ୍ଞପ୍ତିକୁ ଯାଞ୍ଚ କରନ୍ତୁ।

Govt Jobs ITBP Constable Recruitment 2022
Advertisment
Advertisment