Advertisment

୧୦ମ ପାସ୍‌ ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ: ୩୯୯ କନଷ୍ଟେବଲ୍‌ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

ସ୍ପୋର୍ଟସ୍‌ କୋଟା ଅଧୀନରେ ବାହାରିଥିବା କନଷ୍ଟେବଲ୍‌(ଜେନେରାଲ୍‌ ଡ୍ୟୁଟି) ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ୩୩୯ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
SSB Recruitment 2022

SSB recruitment 2022

ଖାଲି ପଡ଼ିଥିବା କନଷ୍ଟେବଲ୍‌(ଜେନେରାଲ୍‌ ଡ୍ୟୁଟି) ପଦବୀ ପାଇଁ ସଶସ୍ତ୍ର ସୀମା ବଳ (SSB) ଆବେଦନପତ୍ର ଆହ୍ୱାନ କରୁଛି। ସ୍ପୋର୍ଟସ୍‌ କୋଟା ଅଧୀନରେ ବାହାରିଥିବା ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ୩୩୯ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। 

Advertisment

SSB ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ନିଯୁକ୍ତି ଖବରରେ ପ୍ରକାଶ ପାଇଥିବା ବିଜ୍ଞାପନର ୩୦ ଦିନ ମଧ୍ୟରେ ଆବେଦନ କରିପାରିବେ। 

ଅଧିକ ପଢ଼ନ୍ତୁ: ITBP ଜାରି କରିଛି ଆବେଦନ; ଦରମା ୮୧ ହଜାର

ଖାଲି ପଦବୀ:

ସ୍ପୋର୍ଟସ୍‌ କୋଟା ଅଧୀନରେ କନଷ୍ଟେବଲ୍‌(ଜେନେରାଲ୍‌ ଡ୍ୟୁଟି) ପଦବୀ- ୩୯୯

ଶିକ୍ଷାଗତ ଯୋଗ୍ୟତା: 

ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ/ ଶିକ୍ଷାନୁଷ୍ଠାନରୁ ମାଟ୍ରିକ୍‌ କିମ୍ବା ତତ୍‌ ସମାନ ପରୀକ୍ଷା ପାସ୍‌ କରିଥିବେ

Advertisment

ଦରମା:

ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ମାସକୁ ଦରମା ୨୧,୭୦୦-୬୯,୧୦୦ ଟଙ୍କା ମିଳିବ। ସପ୍ତମ ବେତନ କମିଶନ(7th Pay Commission) ଆଧାରରେ ଏହି ଦରମା ମିଳିବ। 

ଆବେଦନ ଫି’: 

ପ୍ରାର୍ଥୀମାନେ ଭାରତୀୟ ପୋଷ୍ଟାଲ୍‌ ଅର୍ଡର ଓ ଡିମାଣ୍ଡ୍‌ ଡ୍ରାଫ୍ଟ ମାଧ୍ୟମରେ ୧୦୦ ଟଙ୍କା ଆବେଦନ ଫି’ ଦେବାକୁ ପଡ଼ିବ। ତେବେ  SC/ ST ଓ ମହିଳା ପ୍ରାର୍ଥୀଙ୍କୁ କୌଣସି ଆବେଦନ ଫି’ ଦେବାକୁ ପଡ଼ିବ ନାହିଁ। ଅଫିସିଆଲ୍‌ ବିଜ୍ଞପ୍ତି ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ। 

SSB Recruitment
Advertisment
Advertisment