Advertisment

Railway Recruitment: ଦଶମ ପାଶ୍ କରି ସ୍ପୋର୍ଟ୍ସ କୋଟା ଥିଲେ ରେଳବାଇରେ ଚାକିରି ସୁଯୋଗ

ଦଶମରୁ ନେଇ ସ୍ନାତକ ପାଶ୍ ପର୍ଯ୍ୟନ୍ତ ଯୁବକମାନଙ୍କ ପାଇଁ ନୂତନ କ୍ରୀଡା କୋଟାରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରେଳବାଇରେ କ୍ରୀଡା କୋଟା ଅଧୀନରେ ଦକ୍ଷିଣ ରେଳବାଇ ଦ୍ୱାରା ଏକ ନିଯୁକ୍ତି ବାହାରିଛି। ରେଳବାଇରେ କ୍ରୀଡା କୋଟା ପାଇବାକୁ ଚାହୁଁଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ।

author-image
Pramod Behera
Southern Railway Recruitment Apply for 67 posts

Southern Railway Recruitment Apply for 67 posts

ଦଶମରୁ ନେଇ ସ୍ନାତକ ପାଶ୍ ପର୍ଯ୍ୟନ୍ତ ଯୁବକମାନଙ୍କ ପାଇଁ ନୂତନ କ୍ରୀଡା କୋଟାରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରେଳବାଇରେ କ୍ରୀଡା କୋଟା ଅଧୀନରେ ଦକ୍ଷିଣ ରେଳବାଇ ଦ୍ୱାରା ଏକ ନିଯୁକ୍ତି ବାହାରିଛି। ରେଳବାଇରେ କ୍ରୀଡା କୋଟା ପାଇବାକୁ ଚାହୁଁଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ। ଭାରତର ବିଭିନ୍ନ ସ୍ଥାନରୁ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ।

Advertisment

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ରେଳବାଇ ନିଯୁକ୍ତି ସେଲ’ର ପୋର୍ଟାଲ୍ rrcmas.in ମାଧ୍ୟମରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହୁଥିବେ ସେମାନେ ଏହି ଲିଙ୍କ୍‌ Southern Railway Sports Quota Vacancy 2023 Notification ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୮ ଅକ୍ଟୋବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୭ ନଭେମ୍ବର ୨୦୨୩
Advertisment

ଖାଲି ପଦବୀ:

  • ଲେବଲ୍ ୪/୫ – ୫ଟି ପୋଷ୍ଟ୍‌
  • ଲେବଲ୍ ୨/୩ – ୧୬ଟି ପୋଷ୍ଟ୍‌
  • ଲେବଲ୍ ୧ – ୪୬ଟି ପୋଷ୍ଟ୍‌
  • ମୋଟ ପଦବୀ – ୬୭ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ଦଶମ ପାସ୍ କିମ୍ବା ସମକକ୍ଷ, ITI ସାର୍ଟିଫିକେଟ୍, କିମ୍ବା NCVT ଦ୍ୱାରା ପ୍ରାପ୍ତ NAC
  • ଦ୍ୱାଦଶ ପାସ୍ (+2 ପର୍ଯ୍ୟାୟ)
  • ସ୍ନାତକ ଡିଗ୍ରୀ ଥିବା ଆବଶ୍ୟକ
  • ବିସ୍ତୃତ ଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୫ ବର୍ଷ
  • ବୟସ ଗଣନା ୦୧ ଜାନୁଆରୀ ୨୦୨୪ ଅନୁସାରେ ହେବ
  • ପ୍ରାର୍ଥୀ ୦୧ ଜାନୁୟାରୀ ୧୯୯୯ ରୁ ୦୧ ଜାନୁୟାରୀ ୨୦୦୬ ମଧ୍ୟରେ ଜନ୍ମ ହୋଇଥିବେ

ଚୟନ ପ୍ରକ୍ରିୟା:

  • ଚୟନ ପ୍ରକ୍ରିୟାରେ ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ପରୀକ୍ଷାରେ ଭାଗ ନେବାକୁ ଆମନ୍ତ୍ରଣ କରାଯିବ
  • ଉଭୟ ଆବଶ୍ୟକ ଫିଟ୍‌ନେସ୍ ଏବଂ କୌଶଳକୁ ନେଇ ମୂଲ୍ୟାଙ୍କନ ହେବ
  • ୪୦ ମାର୍କରୁ ୨୫ କିମ୍ବା ଅଧିକ ପଏଣ୍ଟ ସ୍କୋର କରିଥିବା ପ୍ରାର୍ଥୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟକୁ ଡକାଯିବ

ଆବେଦନ ଶୁଳ୍କ:

  • SC / ST / ପୂର୍ବତନ ଚାକିଆରି / ଭିନ୍ନକ୍ଷମ / ମହିଳା / ସଂଖ୍ୟାଲଘୁ ଏବଂ ଆର୍ଥିକ ପଛୁଆ ବର୍ଗ - ୨୫୦ ଟଙ୍କା
  • Gen/OBC/EWS – ୫୦୦ ଟଙ୍କା

ଦରମା:

  • ଲେବଲ ୧ – ୧୮,୦୦୦ଟଙ୍କା
  • ଲେବଲ ୨ – ୧୯,୯୦୦ ଟଙ୍କା
  • ଲେବଲ ୩ – ୨୧,୭୦୦ ଟଙ୍କା
  • ଲେବଲ ୪ – ୨୫,୫୦୦ ଟଙ୍କା
  • ଲେବଲ ୫ – ୨୯,୨୦୦ଟଙ୍କା

କିପରି କରିବେ ଆବେଦନ:

  • ପ୍ରଥମେ ଏହାର ଅଫିସିଆଲ୍ ୱେବସାଇଟ୍ rrcmas.in. କୁ ଯାଆନ୍ତୁ
  • ଆବେଦନ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ସମସ୍ତ ସଠିକ୍ ଦେଇ ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ
  • ବର୍ଗ ଅନୁଯାୟୀ ଆବେଦନ ଶୁଳ୍କ ପୈଠ କରନ୍ତୁ
  • Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ସେଭ୍ କରନ୍ତୁ
  • ଭବିଷ୍ୟତର ଆବଶ୍ୟକତା ପାଇଁ ଫର୍ମର ଏକ ପ୍ରିଣ୍ଟ ବାହାର କରନ୍ତୁ
Indian Railway Jobs Govt Jobs Railway Recruitment
Advertisment
Advertisment