Southern Railway Recruitment Apply for 2438 posts
ପ୍ରାୟ ଯୁବକ ରେଳବାଇରେ ଚାକିରି କରିବାକୁ ଇଛା ପ୍ରକାଶ କରନ୍ତି। ଆପଣ ଯଦି ଏଠି ଚାକିରି କରିବା ନେଇ ସ୍ୱପ୍ନ ଦେଖୁଥାନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଦକ୍ଷିଣ ରେଳବାଇ(SR)ରେ ଅନେକଗୁଡିଏ ପଦବୀ ପୂରଣ ହେବ। ଏନେଇ SR ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଏହି ନିଯୁକ୍ତି ମାଧ୍ୟମରେ ରେଳବାଇରେ ଫିଟର୍, ୱେଲଡର୍, MLT, ଟର୍ନର, ମେସିନ୍, ଇଲେକ୍ଟ୍ରିସିଆନ୍, ଇଲେକ୍ଟ୍ରୋନିକ୍ସ ମେକାନିକ୍, କୋପା ପରି ଟ୍ରେଡ୍ରେ ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଦଶମ ପାଶ୍ କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୨୪୦୦ରୁ ଅଧିକ ପଦବୀ ପୂରଣ ହେବ।
ଅଧିକ ପଢ଼ନ୍ତୁ: Indian Navy Recruitment: ଭାରତୀୟ ନୌସେନାରେ ପୂରଣ ହେବ ୭୦୦ରୁ ଅଧିକ ପଦବୀ; ଦଶମ ପିଲା ବି କରିବେ ଆବେଦନ
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ରେଳବାଇର ଅଫିସିଆଲ୍ ୱେବ୍ସାଇଟ୍ sr.indianrailways.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Southern Railway Recruitment Apply for 2438 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୨୨ ଜୁଲାଇ ୨୦୨୪
- ଅନ୍ଲାଇନ୍ ଆବେଦନ ଶେଷ – ୦୨ ଅଗଷ୍ଟ ୨୦୨୪
ଖାଲି ପଦବୀ:
- ଫ୍ରେସର କ୍ୟାଟେଗୋରୀ – ୮୫ଟି ପୋଷ୍ଟ୍
- Ex-ITI କ୍ୟାଟେଗୋରୀ – ୨୭୫୨ଟି ପୋଷ୍ଟ୍
- ମୋଟ ପଦବୀ – ୨୮୩୮
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଶିକ୍ଷାଗତ ଯୋଗ୍ୟତା:
- ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ / ଦ୍ୱାଦଶ ପାଶ ଜରୁରୀ
- ସମ୍ପୃକ୍ତ ବାଣିଜ୍ୟରେ ITI ସାର୍ଟିଫିକେଟ୍ ରହିବା ମଧ୍ୟ ଆବଶ୍ୟକ
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଅଧିକ ପଢ଼ନ୍ତୁ: Indian Army Recruitment: ଭାରତୀୟ ସେନାରେ ଅଫିସର୍ ହେବାକୁ ଚାହୁଁଛନ୍ତି କି… ଦେଖନ୍ତୁ ଏହି ଖବର
ବୟସ ସୀମା:
- ସର୍ବନିମ୍ନ ବୟସ – ୧୫ ବର୍ଷ
- ସର୍ବାଧିକ ବୟସ – ୨୨/୨୪ ବର୍ଷ
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଦରମା:
- ରେଳବାଇ ନିୟମ ଅନୁସାରେ
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଆବେଦନ ଶୁଳ୍କ:
- SC/ ST/ OBC/ PwBD/ମହିଳା/– ଦେୟମୁକ୍ତ
- ଅନ୍ୟମାନେ – ୧୦୦ଟଙ୍କା
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଚୟନ ପ୍ରକ୍ରିୟା:
- ମେରିଟ୍ ଲିଷ୍ଟ୍
- ମେଡିକାଲ୍ ଟେଷ୍ଟ୍
- ଡକ୍ୟୁମେଣ୍ଟ୍ ଯାଞ୍ଚ
କିପରି କରିବେ ଆବେଦନ:
- ରେଳବାଇର ଅଫିସିଆଲ୍ ୱେବସାଇଟ୍ sr.indianrailways.gov.inକୁ ଯାଆନ୍ତୁ
- ହୋମ୍ପେଜ୍ରେ Apprenticship ଅପ୍ସନ ଚୟନ କରନ୍ତୁ
- Apply Online ଉପରେ କ୍ଲିକ୍ କରନ୍ତୁ
- ରେଜିଷ୍ଟ୍ରେସନ ଲିଙ୍କ୍ ଉପରେ କ୍ଲିକ୍ କରି ନିଜକୁ ପଞ୍ଜୀକରଣ କରନ୍ତୁ
- ଆବେଦନ ଫର୍ମ ପୂରଣ କରନ୍ତୁ
- ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
- ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ
- ଫର୍ମ Submit କରନ୍ତୁ
- ଫର୍ମ ଦାଖଲ ହେବା ପରେ ଏହାକୁ ଡାଉନ୍ଲୋଡ୍ କରନ୍ତୁ ଏବଂ ଏହାର ଏକ କପି ପାଖରେ ରଖନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721820194.jpg)