Advertisment

ITI କରିଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରେଳବାଇରେ ୧୦୪୪ ପଦବୀ ଖାଲି

ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ, ନାଗପୁର ଡିଭିଜନରେ ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ SECR ଆବେଦନକୁ ଆମନ୍ତ୍ରଣ କରିଛି। ସମୁଦାୟ ୧୦୪୪ଟି ପଦବୀ ପାଇଁ ନିଯୁକ୍ତି କରାଯିବ।

author-image
Pramod Behera
SECR railway recruitment 2022 for trade apprentice 1044 posts

SECR railway recruitment 2022 for trade apprentice 1044 posts

ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ, ନାଗପୁର ଡିଭିଜନରେ ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ SECR ଆବେଦନକୁ ଆମନ୍ତ୍ରଣ କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍ secr.indianrailways.gov.in ପରିଦର୍ଶନ କରି ଅନ୍‌ଲାଇନ୍ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଉଛି ୩ ଜୁନ୍ ୨୦୨୨ ରହିଛି।

Advertisment

ସମୁଦାୟ ୧୦୪୪ ଟି ପଦବୀ ପାଇଁ ନିଯୁକ୍ତି କରାଯିବ। ଯେଉଁଥିରେ ନାଗପୁର ଡିଭିଜନ୍‌ର ୯୮୦ଟି ପୋଷ୍ଟ୍‌ ଏବଂ ନାଗପୁରର ମୋତି ବାଗ କର୍ମଶାଳା ପାଇଁ ୬୪ ଟି ପୋଷ୍ଟ୍‌ ରହିଛି।

ଶିକ୍ଷାଗତ ଯୋଗ୍ୟତା:

ଦଶମ ପାସ୍ ସହିତ ଟ୍ରେଡ୍‌ରେ ITI କରିଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

Advertisment

ବୟସ ସୀମା:

ନିଯୁକ୍ତି ପାଇଁ ଦିଆଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ୧୫ ରୁ ୨୪ ବର୍ଷ ବୟସ ମଧ୍ୟରେ ପ୍ରାର୍ଥୀମାନେ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନର ଆରମ୍ଭ ତାରିଖ - ୪ ମେ ୨୦୨୨
  • ଅନ୍‌ଲାଇନ୍ ଆବେଦନ ପାଇଁ ଶେଷ ତାରିଖ - ୩ ଜୁନ୍ ୨୦୨୨

ଚୟନ ପ୍ରକ୍ରିୟା:

ଯୋଗ୍ୟତା ଆଧାରରେ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ। ନିଯୁକ୍ତି ସମ୍ବନ୍ଧୀୟ ବିବରଣୀ ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କ୍‌ରୁ ବିଜ୍ଞପ୍ତିକୁ ଦେଖନ୍ତୁ।

ଏଇଠି କରନ୍ତୁ କ୍ଲିକ୍…

Indian Railway Jobs Govt Jobs
Advertisment
Advertisment