/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652523555.jpg)
SECL Recruitment for operator posts from 8th pass
ସାଉଥ୍ ଇଷ୍ଟର୍ଣ୍ଣ କୋଲ୍ଫିଲ୍ଡସ୍ ଲିମିଟେଡ୍, SECL ବିଭିନ୍ନ ଅପରେଟର୍ ପୋଷ୍ଟ୍ରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ପୋଷ୍ଟ୍ଗୁଡିକ ପାଇଁ ଆବେଦନର ଶେଷ ତାରିଖ ୨୩ ମେ ୨୦୨୨ ରହିଛି। ଏଥିପାଇଁ ଆଗ୍ରହୀ ପ୍ରାର୍ଥୀଙ୍କୁ ପଞ୍ଜୀକୃତ କରିବା ପାଇଁ ଡାକ ମାଧ୍ୟମରେ ଆବେଦନ କରିବାକୁ ପଡିବ। ମେ ୨ ରେ ଏହି ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା।
ମୋଟ ୪୪୦ଟି ପଦବୀରେ ନିଯୁକ୍ତି କରାଯିବ। ଏଥିରେ ଡମ୍ପର ଅପରେଟର ପାଇଁ ୩୫୫ଟି ପୋଷ୍ଟ୍ ରହିଥିବା ବେଳେ ଡୋଜର୍ ଅପରେଟର ପାଇଁ ୬୪ଟି ପୋଷ୍ଟ ଏବଂ ଲୋଡର ଅପରେଟର ପାଇଁ ୨୧ଟି ପୋଷ୍ଟ୍ ରହିଛି।
ଶିକ୍ଷାଗତ ଯୋଗ୍ୟତା:
ଅଷ୍ଟମ ପାସ୍ କରିଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ । ଏହା ସହିତ ଏକ ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ବାଧ୍ୟତାମୂଳକ। ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ସମ୍ବନ୍ଧରେ ଅଧିକ ସୂଚନା ପାଇବା ପାଇଁ ନିଯୁକ୍ତି ବିଜ୍ଞପ୍ତି ଦେଖନ୍ତୁ। ଏହାର ଲିଙ୍କ୍ ନିମ୍ନରେ ଶେୟାର କରାଯାଇଛି।
ଚୟନ ପ୍ରକ୍ରିୟା:
ଟ୍ରେଡ୍ ଟେଷ୍ଟ୍ ମାଧ୍ୟମରେ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଏହାର ତାରିଖ ପରେ ୱେବ୍ସାଇଟ୍ରେ ଶେୟାର କରାଯିବ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଆବେଦନ କରିବାର ଆରମ୍ଭ ତାରିଖ - ୨ ମେ ୨୦୨୨
- ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ- ୨୩ ମେ ୨୦୨୨
- ମେଲ୍ ମାଧ୍ୟମରେ ଆବେଦନ ଫର୍ମ କପି ଦାଖଲ କରିବାର ଶେଷ ତାରିଖ – ୩୦ ମେ ୨୦୨୨
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)