Advertisment

SBI Recruitment: SBI ରେ ପୂରଣ ହେବ ୪୪୨ SCO ପୋଷ୍ଟ୍; ଦରମା ୧ ଲକ୍ଷ ଉପରେ

SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ ପୂରଣ ହେବ ୪୪୨ SCO ପୋଷ୍ଟ୍। ଲିଖିତ ପରୀକ୍ଷା ଓ ସାକ୍ଷାରକାର ମାଧ୍ୟମରେ ପ୍ରାର୍ଥୀ ଚୟନ ହେବ। ପ୍ରାର୍ଥୀ ମାସକୁ ୧ ଲକ୍ଷ ଟଙ୍କା ଦରମା ପାଇବେ।

author-image
Pramod Behera
SBI SCO Recruitment 2023 apply for 442 manager specialist posts

SBI SCO Recruitment 2023 apply for 442 manager specialist posts

ଯେଉଁମାନେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ କ୍ୟାରିୟର କରିବାକୁ ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ବର୍ତ୍ତମାନ ସେମାନେ ନିଜ ସ୍ୱପ୍ନକୁ ସାକାର କରି ପାରିବେ। ବର୍ତ୍ତମାନ ଅନେକ ବ୍ୟାଙ୍କରେ ବିଭିନ୍ନ ପୋଷ୍ଟ୍ ପାଇଁ ନିଯୁକ୍ତି ବାହାରୁ ଥିବା ବେଳେ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (SBI) ମଧ୍ୟ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

SBI ବର୍ତ୍ତମାନ Specialist Cadre Officer ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବ୍‌ସାଇଟ୍‌କୁ sbi.co.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ SBI SCO Recruitment 2023 Notificationରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୪୪୨ ପୋଷ୍ଟ୍ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୬ ସେପ୍ଟେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୬ ଅକ୍ଟୋବର ୨୦୨୩
  • ଅନ୍‌ଲାଇନ୍ ପରୀକ୍ଷା – ଡିସେମ୍ବର ୨୦୨୩ / ଜାନୁୟାରୀ ୨୦୨୪
Advertisment

ଖାଲି ପଦବୀ:

  • ସାଧାରଣ ବର୍ଗ ପ୍ରାର୍ଥୀ – ୨୪୦ଟି ପୋଷ୍ଟ୍
  • EWS ପ୍ରାର୍ଥୀ – ୩୦ଟି ପୋଷ୍ଟ
  • OBC ପ୍ରାର୍ଥୀ – ୯୪ଟି ପୋଷ୍ଟ୍
  • ST ପ୍ରାର୍ଥୀ – ୨୨ଟି ପୋଷ୍ଟ
  • SC ପ୍ରାର୍ଥୀ – ୫୩ଟି ପୋଷ୍ଟ୍
  • ରେଗୁଲାର୍ ପ୍ରାର୍ଥୀ – ୪୩୯ଟି ପୋଷ୍ଟ୍
  • ଠିକା ପ୍ରାର୍ଥୀ – ୩ଟି ପୋଷ୍ଟ୍
  • ମୋଟ୍ ପ୍ରାର୍ଥୀ – ୪୪୨ଟି ପୋଷ୍ଟ୍

ବୟସ ସୀମା:

  • ସର୍ବନିମ୍ନ ବୟସ – ୩୨ ବର୍ଷ
  • ସର୍ବାଧିକ ବୟସ – ୪୫ ବର୍ଷ
  • ବୟସ ଗଣନା ୩୦ ଏପ୍ରିଲ୍ ୨୦୨୩ ଅନୁସାରେ ହେବ
  • ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସରେ କୋହଳ କରାଯିବ (ବିଜ୍ଞପ୍ତି ଦେଖନ୍ତୁ)

ଶିକ୍ଷାଗତ ଯୋଗ୍ୟତା:

  • କମ୍ପ୍ୟୁଟର ସାଇନ୍ସରେ ସ୍ନାତନ ଡିଗ୍ରୀ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍‌ ଇଞ୍ଜିନିୟରିଂ, ସୂଚନା ପ୍ରଯୁକ୍ତିବିଦ୍ୟା, ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଇଞ୍ଜିନିୟରିଂ, ସଫ୍ଟୱେୟାର ଇଞ୍ଜିନିୟରିଂ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୬୩,୮୪୦ ଟଙ୍କା
  • ସର୍ବାଧିକ ଦରମା – ୧,୦୦,୩୫୦ ଟଙ୍କା

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ / OBC/ EWS ବର୍ଗ ପ୍ରାର୍ଥୀ – ୭୫୦ ଟଙ୍କା
  • SC / ST / PWBD ପ୍ରାର୍ଥୀ – ଦେୟ ମୁକ୍ତ
  • ଡେବିଟ୍ କାର୍ଡ / କ୍ରେଡିଟ୍ କାର୍ଡ / ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଇତ୍ୟାଦି ବ୍ୟବହାର କରି ଦେୟ ପ୍ରଦାନ କରାଯାଇପାରିବ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର

କିପରି କରିବେ ଆବେଦନ:

  • ସର୍ବପ୍ରଥମେ SBI କ୍ୟାରିୟର ପେଜ୍ sbi.co.in/web/careers କୁ ଯାଆନ୍ତୁ
  • ହୋମ୍ ପେଜ୍‌ରେ SCO 2023 ପଞ୍ଜୀକରଣ ଲିଙ୍କରେ କ୍ଲିକ୍ କରନ୍ତୁ
  • ପଞ୍ଜୀକରଣ କରି ଆବେଦନ ପ୍ରକ୍ରିୟାରେ ଆଗକୁ ଯାଆନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ଫର୍ମକୁ Submit କରନ୍ତୁ
  • ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଏହାର ଏକ ପ୍ରିଣ୍ଟ୍ ଆଉଟ୍ ବାହାର କରନ୍ତୁ
Govt Jobs SBI Recruitment Bank Jobs
Advertisment
Advertisment