Advertisment

SBIରେ ଚାକିରି ସୁଯୋଗ : ପୂରଣ ହେବ ୩୨ ପଦବୀ

SBIରେ ସ୍ପେଶାଲିଷ୍ଟ କ୍ୟାଡର୍‌ ଅଫିସର୍‌ ପଦବୀ ପାଇଁ ଚାକିରି ବାହାରିଛି। ଏହି ନିଯୁକ୍ତି ରେଗୁଲାର୍ ବେସିସ୍‌ରେ କରାଯିବ। ଜାଣନ୍ତୁ କେତେ ଓ କେଉଁ ପଦବୀରେ ନିଯୁକ୍ତି ମିଳିବ ଓ କେବେ ଅଛି ଏହି ଆବେଦନର ଶେଷ ତାରିଖ।

author-image
Pramod Behera
ଅଦ୍ୟତନ ହୋଇଛି
SBI sco recruitment 2022,  needs 32 specialist officers

SBI sco recruitment 2022, needs 32 specialist officers

ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ସ୍ପେଶାଲିଷ୍ଟ କ୍ୟାଡର୍‌ ଅଫିସର୍‌ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ପତ୍ର ଆମନ୍ତ୍ରଣ କରିଛି। ଏହି ନିଯୁକ୍ତି ରେଗୁଲାର୍ ବେସିସ୍‌ରେ କରାଯିବ। SBIରେ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀରେ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ୨୧ ମେ ୨୦୨୨ରୁ ଆରମ୍ଭ ହୋଇଛି।

Advertisment

ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୧୨ ଜୁନ୍ ୨୦୨୨ ରହିଛି। ଆଗ୍ରହୀ ପ୍ରାର୍ଥୀମାନେ ବ୍ୟାଙ୍କର sbi.co.in ଅଫିସିଆଲ୍ ୱେବ୍‌ସାଇଟ୍ ପରିଦର୍ଶନ କରି ନିର୍ଦ୍ଦେଶାବଳୀ ପଢିବା ପରେ ଅନ୍‌ଲାଇନ୍ ଫର୍ମ ପୂରଣ କରିବା ଉଚିତ। ଏଥିରେ ସମୁଦାୟ ୩୨ଟି ପଦବୀ ପୂରଣ ହେବ।

ଖାଲି ପଦବୀ:

  • ଏଜିଏମ୍(ଆଇଟି-ଟେକ୍ ଅପରେସନ୍ସ) : ୧ ପୋଷ୍ଟ୍
  • ଏଜିଏମ୍(ଆଇଟି-ଇନ୍‌ବାଉଣ୍ଡ୍‌ ଇଂଜିନିୟର୍) : ୧ ପୋଷ୍ଟ୍
  • ଏଜିଏମ୍(ଆଇଟି- ଆଉଟ୍‌ବାଉଣ୍ଡ୍‌ ଇଂଜିନିୟର୍) : ୧ ପୋଷ୍ଟ୍
  • ଏଜିଏମ୍(ଆଇଟି- ସିକ୍ୟୁରିଟି ଏକ୍ସପର୍ଟ) : ୧ ପୋଷ୍ଟ୍
  • ମ୍ୟାନେଜର (ଆଇଟି ସିକ୍ୟୁରିଟି ଏକ୍ସପର୍ଟ): ୨ ପୋଷ୍ଟ୍‌
  • ଡେପୁଟି ମ୍ୟାନେଜର (ନେଟ୍‌ୱାର୍କ ଇଞ୍ଜିନିୟର): ୧୦ ପୋଷ୍ଟ୍‌
  • ଡେପୁଟି ମ୍ୟାନେଜର (ସାଇଟ୍ ଇଞ୍ଜିନିୟର): ୧୦ ପୋଷ୍ଟ୍‌
  • ଡେପୁଟି ମ୍ୟାନେଜର (ଷ୍ଟାଟିସିଆନ୍): ୬ ପୋଷ୍ଟ୍‌
Advertisment

ବୟସ ସୀମା:

  • ମ୍ୟାନେଜର୍‌ (ଆଇଟି ସିକ୍ୟୁରିଟି ଏକ୍ସପର୍ଟ) ପଦବୀ ପାଇଁ ସର୍ବାଧିକ ବୟସ ୩୮ ବର୍ଷ
  • ଡେପୁଟି ମ୍ୟାନେଜରଙ୍କ ସମସ୍ତ ପଦବୀ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୫ ବର୍ଷ
  • ଏଜିଏମ୍‌ର ସମସ୍ତ ପଦବୀ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୪୫ ବର୍ଷ

ଦରମା:

  • ଏଜିଏମ୍‌ ପଦ ପାଇଁ ପ୍ରାର୍ଥୀଙ୍କ ବେସିକ ଦରମା – ୮୯୮୯୦-୨୫୦୦ / ୨-୯୪୮୯୦-୨୭୩୦ / ୨-୧୦୦୩୫୦
  • ମ୍ୟାନେଜର ପଦ ପାଇଁ ବେସିକ ଦରମା – ୬୩୮୪୦-୧୯୯୦ / ୫-୭୩୭୯୦-୨୨୨୦ / ୨-୭୮୨୩୦
  • ଡେପୁଟି ମ୍ୟାନେଜର ପଦ ପାଇଁ ବେସିକ ଦରମା – ୪୮୧୭୦-୧୭୪୦ / ୧-୪୯୯୧୦-୧୯୯୦ / ୧୦-୬୯୮୧୦

ଚୟନ ପ୍ରକ୍ରିୟା:

ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ସର୍ଟଲିଷ୍ଟିଂ ଏବଂ ସାକ୍ଷାତକାର ମାଧ୍ୟମରେ ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରିବ। ମନୋନୀତ ପ୍ରାର୍ଥୀଙ୍କୁ ମୁମ୍ବାଇର ନୱୀ କିମ୍ବା ବାଙ୍ଗାଲୋର କିମ୍ବା ଭଦୋଦରା ଠାରେ ନିଯୁକ୍ତି କରାଯିବ।

ଆବେଦନ ଶୁଳ୍କ:

ଜେନେରାଲ, ଓବିସି ଏବଂ ଇଡବ୍ଲ୍ୟୁଏସ୍ ବର୍ଗର ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ ୭୫୦ ଟଙ୍କା ଜମା କରିବାକୁ ପଡିବ। ଅନ୍ୟପକ୍ଷରେ, ଏସ୍‌ସି, ଏସ୍‌ଟି ଏବଂ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ଏହି ଫି ମୁକ୍ତ। ଅନ୍‌ଲାଇନ୍ ମୋଡ୍ ମାଧ୍ୟମରେ ଆବେଦନ ଶୁଳ୍କ ଦେବାକୁ ପଡିବ।

ଏହିସବୁ ପଦବୀ ପାଇଁ ଯୋଗ୍ୟତା ଓ ଅନ୍ୟାନ୍ୟ ବିବରଣୀ ଜାଣିବା ପାଇଁ ୱେବ୍‌ସାଇଟ୍‌ରେ ଥିବା ବିଜ୍ଞାପନକୁ ଦେଖନ୍ତୁ।

ବିଜ୍ଞାପନ ଦେଖିବା ପାଇଁ ଏଇଠି କ୍ଲିକ୍ କରନ୍ତୁ:

Govt Jobs SBI Recruitment
Advertisment
Advertisment