Advertisment

SBI Clerk Recruitment: SBI ଆଣିଲା ସୁବର୍ଣ୍ଣ ସୁଯୋଗ; ନିଯୁକ୍ତି ପାଇବେ ୮୦୦୦ରୁ ଅଧିକ ପ୍ରାର୍ଥୀ

SBI ନେଇଆସିଛି ଚାରିକି ସୁଯୋଗ। ନିକଟରେ SBI ଅନ୍‌ଲାଇନ୍ ଆବେଦନ ମୋଡ୍ ମାଧ୍ୟମରେ (JA) ଜୁନିଅର ଆସୋସିଏଟ୍ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୮୦୦୦ରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପାଇବେ। ଓଡ଼ିଶା ପାଇଁ ମଧ୍ୟ ଅଛି ଅନେକ ଖାଲି।

author-image
Pramod Behera
SBI Recruitment Over 8000 JA posts announced

SBI Recruitment Over 8000 JA posts announced

ଷ୍ଟେଟ୍ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ(SBI) ନେଇଆସିଛି ଚାରିକି ସୁଯୋଗ। ନିକଟରେ SBI ଅନ୍‌ଲାଇନ୍ ଆବେଦନ ମୋଡ୍ ମାଧ୍ୟମରେ (JA) ଜୁନିଅର ଆସୋସିଏଟ୍ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୮୦୦୦ରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପାଇବେ। ଓଡ଼ିଶା ପାଇଁ ମଧ୍ୟ ଅଛି ଅନେକ ଖାଲି।

Advertisment

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବ୍‌ସାଇଟ୍ sbi.co.in. କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ SBI Clerk Recruitment for JA posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୭ ନଭେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ –୦୭ ଡିସେମ୍ବର ୨୦୨୩
  • ପରୀକ୍ଷା ତାରିଖ – ଜାନୁଆରୀ ୨୦୨୪
Advertisment

ଖାଲି ପଦବୀ:

  • ମୋଟ୍ ପଦବୀ – ୮,୨୮୩ ପୋଷ୍ଟ୍
  • ଓଡ଼ିଶା ପାଇଁ – ୭୨ ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସ୍ନାତକ ଡିଗ୍ରୀ ହାସଲ
  • ପ୍ରାର୍ଥୀଙ୍କ ପାଖରେ ଏକ ଇଣ୍ଟିଗ୍ରେଟେଡ୍ ଡୁଆଲ୍ ଡିଗ୍ରୀ (IDD) ସାର୍ଟିଫିକେଟ୍ ଥିବ
  • ପ୍ରାର୍ଥୀମାନଙ୍କ ପାଇଁ, IDD ସମାପ୍ତ କରିବାର ତାରିଖ
  • ୩୧ ଡିସେମ୍ବର ୨୦୨୩ ଦିନ ବା ଏହା ପୂର୍ବରୁ IDD ଶେଷ ହୋଇଥିବ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୨୮ ବର୍ଷ
  • ବୟସ ଗଣନା ୦୧ ଏପ୍ରିଲ୍ ୨୦୨୩ ଅନୁସାରେ ହେବ

ବୟସ କୋହଳ:

  • OBC – ୦୩ ବର୍ଷ
  • ST / SC / Pwd / ESM – ୦୫ ବର୍ଷ
  • PWD + SC / ST – ୧୫ ବର୍ଷ

ଦରମା:

  • ପ୍ରାର୍ଥୀ ଚୟନ ହେବା ପରେ ମାସକୁ ୨୯,୯୦୦ଟଙ୍କା ଦରମା ପାଇବେ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ପ୍ରାଥମିକ ପରୀକ୍ଷା
  • ମୁଖ୍ୟ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ / EWS / OBC – ୭୫୦ ଟଙ୍କା
  • SC / ST / phd / ESM – ଦେୟମୁକ୍ତ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ଯୋଗ୍ୟତା ପ୍ରମାଣପତ୍ର
  • ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
  • କଲର୍‌ ପାସପୋର୍ଟ ଆକାର ଫଟୋ

କିପରି କରିବେ ଆବେଦନ:

  • SBIର ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ଥିବା SBI Clerk Recruitment 2023 ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
  • ପଞ୍ଜୀକରଣ ପାଇଁ ଡାଟା ଏଣ୍ଟ୍ରୀ କରନ୍ତୁ
  • Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ପଞ୍ଜୀକରଣ ଆଇଡି ବ୍ୟବହାର କରି ଆବେଦନ ଫର୍ମ ଖୋଲନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ
  • Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ
  • ଭବିଷ୍ୟତର ପ୍ରମାଣ ପାଇଁ ଏହାର ହାର୍ଡ କପି ରଖନ୍ତୁ
Govt Jobs SBI Jobs SBI Recruitment
Advertisment
Advertisment