Advertisment

SBI Clerk Recruitment 2024: SBI ରେ ପୂରଣ ହେବ ଦମଦାର ପଦବୀ; ଓଡ଼ିଶାରେ ଖାଲି ଅଛି ୩୬୦ରୁ ଅଧିକ ପଦବୀ

SBI ଏକ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି। SBI ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
SBI Recruitment 2024 apply for 13735 JA post

SBI Recruitment 2024 apply for 13735 JA post

Advertisment

ଯେଉଁମାନେ ବ୍ୟାଙ୍କିଂ ସେକ୍ଟରରେ କ୍ୟାରିୟର୍ କରିବା ନେଇ ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଏହି ଖବର। SBI ଏକ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି। SBI ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ SBIରେ ଜୁନିୟର୍ ଆସିଷ୍ଟାଣ୍ଟ୍(JA) ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ୧୩୭୦୦ରୁ ଅଧିକ ପଦବୀ ପୂରଣ ହେବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଗ୍ରାଜୁଏସନ୍‌ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ସବୁ ରାଜ୍ୟ ପାଇଁ ହେବାକୁ ଥିବାବେଳେ ଓଡ଼ିଶାରେ ୩୬୨ ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: ପୂରଣ ହେବ ଟ୍ରେନୀ ଅଫିସର୍ ପଦବୀ; ଦରମା ପାଖାପାଖି ୨ ଲକ୍ଷ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବ୍‌ସାଇଟ୍‌ sbi.co.in. କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ SBI Recruitment 2024 apply for 13735 JA post Notification ରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୭ ଡିସେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୭ ଜାନୁଆରୀ ୨୦୨୫
  • ପ୍ରାରମ୍ଭିକ ପରୀକ୍ଷା – ଫେବୃଆରୀ ୨୦୨୫(ସମ୍ଭାବନା)
  • ମୁଖ୍ୟ ପରୀକ୍ଷା – ଏପ୍ରିଲ୍/ମାର୍ଚ୍ଚ ୨୦୨୫(ସମ୍ଭାବନା)
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ସାଧାରଣ ବର୍ଗ – ୫୮୭୦ଟି ପୋଷ୍ଟ୍‌
  • EWS – ୧୩୬୧ଟି ପୋଷ୍ଟ୍‌
  • OBC – ୩୦୦୧ଟି ପୋଷ୍ଟ୍‌
  • SC – ୨୧୧୮ଟି ପୋଷ୍ଟ୍‌
  • ST – ୧୩୮୫ଟି ପୋଷ୍ଟ୍‌
  • ମୋଟ୍ – ୧୩୭୩୫ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଅଧିକ ପଢ଼ନ୍ତୁ: ଏହି Degrees କରିବାକୁ ଚିନ୍ତା କରୁଛନ୍ତି କି… ବେକାର ହୋଇପାରେ କ୍ୟାରିୟର୍

ଯୋଗ୍ୟତା:

  • ଯେକୋଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ
  • ଆବେଦନ କରୁଥିବା ପ୍ରାର୍ଥୀମାନେ ସେହି ରାଜ୍ୟ /ସଙ୍ଘ ରାଜ୍ୟର ସ୍ଥାନୀୟ ଭାଷାରେ ପାରଦର୍ଶୀ (ପଢିବା, ଲେଖିବା, କହିବା ଏବଂ ବୁଝିବା) ହେବା ଉଚିତ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୨୮ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୧୭,୯୦୦ ଟଙ୍କା
  • ସର୍ବାଧିକ ଦରମା – ୪୭,୯୨୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/EWS/OBC – ୭୫୦ ଟଙ୍କା
  • ଅନ୍ୟମାନେ – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ପ୍ରାରମ୍ଭିକ ପରୀକ୍ଷା
  • ମୁଖ୍ୟ ପରୀକ୍ଷା
  • ଭାଷା ଦକ୍ଷତା ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: ପ୍ରଥମ ଚେଷ୍ଟାରେ ସାକ୍ଷାତକାରରେ ପାସ୍ ହେବାକୁ ଚାହୁଁଛନ୍ତି କି… ଆପଣଙ୍କ ପାଇଁ ୫ଟି ଟିପ୍ସ

SBI Govt Jobs Job Search Job Seekers SBI Jobs SBI Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ