SBIରେ ବାହାରିଲା ନିଯୁକ୍ତି; ଏବେଠୁ କରିପାରିବେ ଆବେଦନ

ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀଙ୍କୁ ଖୋଜୁଛି । ଚଳିତ ବର୍ଷ ୨୦୨୩ ସରକାରୀ ବିଜ୍ଞପ୍ତି ଅନୁସାରେ ମୋଟ୍‌ ୧୦୩୧ଟି ପଦବୀ ପୂରଣ କରାଯିବା ନେଇ କୁହାଯାଇଛି ।

SBIରେ ବାହାରିଲା ନିଯୁକ୍ତି

SBIରେ ଚାକିରି କରିବାକୁ ଉଚ୍ଛୁକ ଅଛନ୍ତି କି ? ଆପଣଙ୍କର ଯଦି ଯୋଗ୍ୟତା ରହିଛି ତେବେ ଆପଣଙ୍କୁ ଚାକିରି ଦେବ SBI । ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା SBI ନିଯୁକ୍ତିର ବଡ଼ ସୁଯୋଗ ଆଣିଛି । ଚଳିତ ବର୍ଷ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ୧୦୩୧ ପଦବୀ ପାଇଁ ନିଯୁକ୍ତି ସୃଷ୍ଟି କରିଛି । ଯାହା ପାଇଁ ଆବେଦନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ ।

ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀଙ୍କୁ ଖୋଜୁଛି । ଚଳିତ ବର୍ଷ ୨୦୨୩ ସରକାରୀ ବିଜ୍ଞପ୍ତି ଅନୁସାରେ ମୋଟ୍‌ ୧୦୩୧ଟି ପଦବୀ ପୂରଣ କରାଯିବା ନେଇ କୁହାଯାଇଛି । ଯାହାର ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଉପଯୁକ୍ତ ପ୍ରାର୍ଥୀମାନେ ଖୁବ୍‌ଶୀଘ୍ର ଆବେଦନ କରିପାରିବେ । ବିଶେଷକରି SBI ପ୍ରକାଶ କରିଥିବା ବିଜ୍ଞପ୍ତିରେ ୩ଟି ବିଭାଗ ପାଇଁ ଏହି ପଦବୀ ରହିଥିବା କୁହାଯାଇଛି ।

ଅଧିକ ପଢ଼ନ୍ତୁ: NICର ୫୯୮ଟି ପଦବୀ ପାଇଁ ଆବେଦନକୁ ଆଉ ରହିଲା ୨ ଦିନ

ଚଳିତ ବର୍ଷ ନିଯୁକ୍ତି ହେବାକୁଥିବା ପଦବୀ

୧. ଚ୍ୟାନେଲ ମ୍ୟାନେଜର ସୁପରଭାଇଜର

୨. ଚ୍ୟାନେଲ ମ୍ୟାନେଜର ଫାସିଲିଟର

୩. ସପୋର୍ଟ ଅଫିସର

ଏହି ସମସ୍ତ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏପ୍ରିଲ ୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ୩୦.୦୪.୨୦୨୩ ଯାଏଁ ଏହା ଚାଲୁରହିବା ନେଇ କୁହାଯାଇଛି । ଏଥିପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଏବେଠୁ ଆବେଦନ କରିପାରିବେ । ଯେଉଁ ପ୍ରାର୍ଥୀମାନେ ଏହି ସମସ୍ତ ପଦବୀରେ ଚାକିରି ପାଇବେ ସେମାନଙ୍କୁ ମୋଟା ଅଙ୍କର ଦରମା ମଧ୍ୟ ମିଳିବ ।

ଏହି ପଦବୀରେ କେତେ ମିଳିବ ଦରମା ?

୧. ଚ୍ୟାନେଲ ମ୍ୟାନେଜର ସୁପରଭାଇଜର ପଦବୀରେ ଯଦି ଆପଣ ଚାକିରି କରନ୍ତି ତେବେ ଆପଣଙ୍କୁ ମାସିକ ୩୬,୦୦୦ ଟଙ୍କା ମିଳିବ ।

୨. ଚ୍ୟାନେଲ ମ୍ୟାନେଜର ଫାସିଲିଟର ପଦବୀ ପାଇଁ ଯଦି ଆପଣ ମନୋନୀତ ହୁଅନ୍ତି ତେବେ ଆପଣଙ୍କୁ ମାସିକ ୪୧,୦୦୦ ଟଙ୍କା ଦରମା ଦେବ SBI ।

୩. ସପୋର୍ଟ ଅଫିସର ଭାବେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ବି ମାସିକ ୪୧,୦୦୦ ଟଙ୍କା ମିଳିବ ।