Advertisment

SBI PO Recruitment 2021: ଖାଲି ପଡ଼ିଥିବା ୨ ହଜାରରୁ ଅଧିକ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

SBI ଖାଲି ପଡ଼ିଥିବା ୨,୦୫୬ଟି  Probationary Officers (PO) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଇଚ୍ଛୁକ/ ଆଶାୟୀ ପ୍ରାର୍ଥୀ ଅକ୍ଟୋବର ୨୫ ସୁଦ୍ଧା ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

author-image
Rajalaxmi Sahoo
SBI PO Recruitment

SBI PO Recruitment

ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(SBI) ଖାଲି ପଡ଼ିଥିବା ୨,୦୫୬ଟି  Probationary Officers (PO) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। SBI ଅଫିସିଆଲ୍‌ ୱେବ୍‌ସାଇଟ୍‌-sbi.co.inର କ୍ୟାରିୟର ସେକ୍ସନରେ ଖାଲି ପଡ଼ିଥିବା ପଦବୀ ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଇଚ୍ଛୁକ/ ଆଶାୟୀ ପ୍ରାର୍ଥୀ ଅକ୍ଟୋବର ୨୫ ସୁଦ୍ଧା ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। 

Advertisment

ଖାଲି ପଡ଼ିଥିବା ଜେନେରାଲ କ୍ୟାଟେଗୋରୀ ପାଇଁ ୮୧୦, ଏସ୍‌ସି କ୍ୟାଟେଗୋରୀ ପାଇଁ ୬୦, ଏସ୍‌ଟି କ୍ୟାଟେଗୋରୀ ପାଇଁ ୧୬୨, ଓବିସି କ୍ୟାଟେଗୋରୀ ପାଇଁ ୫୬୦ ଓ ଇକୋନୋମିକାଲି ୱିକର ସେକ୍ସନ ପାଇଁ ୨୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।  ଆଜିଠୁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିବା ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନର ଶେଷ ତାରିଖ ଅକ୍ଟୋବର ୨୫ ରହିଛି। 

Advertisment

ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ କମ୍‌ ଓ ୩୦ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ। ଏସ୍‌, ଏସ୍‌ଟି, ଓବିସି, PWD ଓ Ex-Servicemen ପ୍ରାର୍ଥୀଙ୍କ ବୟସ ସୀମାରେ କୋହଳ କରାଯାଇଛି। ଇଚ୍ଛୁକ/ ଆଶାୟୀ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ଗ୍ରାଜୁଏସନ୍‌ କରିଥିବା ଆବଶ୍ୟକ। ଅଧିକ ସୂଚନା ପାଇଁ SBI PO Recruitment ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ।

SBI SBI Recruitment SBI PO Recruitment 2021 SBI PO Recruitment
Advertisment
Advertisment