Advertisment

ଜାରି ହେଲା SBI କ୍ଲର୍କ ପ୍ରିଲିମିନାରୀ ପରୀକ୍ଷାର ଆଡମିଟ୍ କାର୍ଡ

SBI ରେ କ୍ଲର୍କ ପଦବୀ ପାଇଁ ପ୍ରିଲିମିନାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀଙ୍କ ପାଇଁ ବଡ ଖବର। ଏସ୍‌ବିଆଇ କ୍ଲର୍କ ପ୍ରିଲିମସ୍ ଆଡମିଟ୍ କାର୍ଡ ୨୦୨୨ ର ଡାଉନଲୋଡ୍ ପାଇଁ ୩୦ ଅକ୍ଟୋବର ରବିବାର ଦିନ ଲିଙ୍କ୍ ବ୍ୟାଙ୍କ ଦ୍ୱାରା ଜାରି ହୋଇଛି।

author-image
Pramod Behera
ଅଦ୍ୟତନ ହୋଇଛି
SBI Clerk Admit Card 2022 released

SBI Clerk Admit Card 2022 released

SBI ରେ କ୍ଲର୍କ ପଦବୀ ପାଇଁ ହେବାକୁ ଥିବା ପ୍ରିଲିମିନାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀଙ୍କ ପାଇଁ ବଡ ଖବର। ଏସ୍‌ବିଆଇ କ୍ଲର୍କ ପ୍ରିଲିମସ୍ ଆଡମିଟ୍ କାର୍ଡ ୨୦୨୨ ର ଡାଉନଲୋଡ୍ ପାଇଁ ୩୦ ଅକ୍ଟୋବର ରବିବାର ଦିନ ଲିଙ୍କ୍ ବ୍ୟାଙ୍କ ଦ୍ୱାରା ଜାରି ହୋଇଛି। ଏହା ମାଧ୍ୟମରେ ପ୍ରାର୍ଥୀମାନେ ୨୫ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଡାଉନଲୋଡ୍ କରିପାରିବେ।

Advertisment

ଅଧିକ ପଢ଼ନ୍ତୁ: ୧୦ମ ପାଶ୍ କରିଥିଲେ ପରମାଣୁ ଉର୍ଜା ବିଭାଗରେ ସରକାରୀ ଚାକିରି

କ୍ଲର୍କ ପଦବୀରେ ନିଯୁକ୍ତି ପାଇଁ ପ୍ରାଥମିକ ପରୀକ୍ଷା ୧୨ କିମ୍ବା ୧୯ ବା ୨୦ ନଭେମ୍ବର ୨୦୨୨ରେ ହେବାର ସମ୍ଭାବନା ରହିଛି। ଏହି ନିଯୁକ୍ତି ପରୀକ୍ଷା ମାଧ୍ୟମରେ ଏସ୍‌ବିଆଇର ବିଭିନ୍ନ ଶାଖାରେ ୫୦୦୦ ରୁ ଅଧିକ କ୍ଲର୍କ ନିଯୁକ୍ତି ପାଇବେ।

କିପରି କରିବେ ଡାଉନ୍‌ଲୋଡ୍:

  • ସର୍ବପ୍ରଥମେ SBIର ଅଫିସିଆଲ୍ ୱେବସାଇଟ୍, sbi.co.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ SBI Clerk Prelims Admit Card 2022 ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ଏଠାରେ ଆପଣଙ୍କର ପଞ୍ଜୀକରଣ ନମ୍ବର ଏବଂ ପାସୱାର୍ଡ ଏଣ୍ଟ୍ରି କରନ୍ତୁ
  • ଆଡମିଟ୍ କାର୍ଡ ଆପଣଙ୍କ ସ୍କ୍ରିନରେ ଦେଖାଯିବ
  • ନିମ୍ନରେ ଥିବା ‘ପ୍ରିଣ୍ଟ’ ବଟନ୍‌ରେ କ୍ଲିକ୍ କରି ଏହାର ଏକ ଫଟୋଗ୍ରାଫି ବାହାର କରନ୍ତୁ
Advertisment

ଆଡମିଟ୍ କାର୍ଡ ଡାଉନ୍‌ଲୋଡ୍ କରିବା ପରେ ଆପଣଙ୍କ ନାମ, ବାପାଙ୍କ ନାମ, ପଞ୍ଜୀକରଣ ନମ୍ବର ଏବଂ ଫଟୋ ଚେକ୍ କରିନିଅନ୍ତୁ। ଯଦି ଏଥିରେ କୌଣସି ତ୍ରୁଟି ଥାଏ ତେବେ ମେଲ ମାଧ୍ୟମରେ SBIକୁ ଜଣାନ୍ତୁ। ଧ୍ୟାନ ଦେବେ ଯଦି ଆପଣଙ୍କର ଚେହେରା ଆଡମିଟ୍ କାର୍ଡରେ ଛପା ହୋଇଥିବା ଫଟୋ ସହିତ ମେଳ ଖାଉ ନାହିଁ, ତେବେ ଆପଣଙ୍କୁ କୌଣସି ପରିସ୍ଥିତିରେ ପରୀକ୍ଷା ହଲରେ ବସିବାକୁ ଦିଆଯିବ ନାହିଁ।

କେବେ ହେବ ମେନ୍ ପରୀକ୍ଷା:

ପ୍ରିଲିମିନାରୀରେ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀଙ୍କ ପାଇଁ ମେନ୍ସ ପରୀକ୍ଷା ବାଧ୍ୟତାମୂଳକ ହେବ। ଡିସେମ୍ବର ଶେଷ କିମ୍ବା ଜାନୁୟାରୀ ୨୦୨୩ ସୁଦ୍ଧା ଲିଖିତ ପରୀକ୍ଷା କରାଯିବ ବୋଲି ଆଶା କରାଯାଉଛି। ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ବିଜ୍ଞପ୍ତି ଜାରି କରାଯାଇ ନାହିଁ।

କେଉଁ ରାଜ୍ୟରେ କେତେ ପଦବୀ..

  • ଗୁଜୁରାଟ - ୩୫୩ ଟି ପୋଷ୍ଟ
  • ଡାମନ୍ ଏବଂ ଡିୟୁ - ୪ ଟି ପୋଷ୍ଟ
  • କର୍ଣ୍ଣାଟକ - ୩୧୬ ଟି ପୋଷ୍ଟ
  • ମଧ୍ୟପ୍ରଦେଶ - ୩୮୯ ଟି ପୋଷ୍ଟ
  • ଛତିଶଗଡ – ୯୨ ଟି ପୋଷ୍ଟ
  • ପଶ୍ଚିମବଙ୍ଗ - ୩୪୦ ଟି ପୋଷ୍ଟ
  • ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ - ୧୦ ଟି ପୋଷ୍ଟ
  • ସିକ୍କିମ୍ - ୨୬ ଟି ପୋଷ୍ଟ
  • ଓଡିଶା – ୧୭୦ ଟି ପୋଷ୍ଟ
  • ଜାମ୍ମୁ କାଶ୍ମୀର - ୩୫ ଟି ପୋଷ୍ଟ
  • ହରିୟାଣା - ୫ଟି ପୋଷ୍ଟ
  • ହିମାଚଳ ପ୍ରଦେଶ - ୫୫ଟି ପୋଷ୍ଟ
  • ପଞ୍ଜାବ - ୧୩୦ଟି ପୋଷ୍ଟ
  • ତାମିଲନାଡୁ - ୩୫୫ଟି ପୋଷ୍ଟ
  • ପଣ୍ଡିଚେରୀ - ୭ଟି ପୋଷ୍ଟ
  • ଦିଲ୍ଲୀ - ୩୨ଟି ପୋଷ୍ଟ
  • ଉତ୍ତରାଖଣ୍ଡ - ୧୨୦ ଟି ପୋଷ୍ଟ
  • ତେଲେଙ୍ଗାନା - ୨୨୫ ପୋଷ୍ଟ
  • ରାଜସ୍ଥାନ - ୨୮୪ ପୋଷ୍ଟ
  • କେରଳ - ୨୭୦ ପୋଷ୍ଟ
  • ଲାକ୍ଷାଦୀପ - ୩ଟି ପୋଷ୍ଟ
  • ଉତ୍ତରପ୍ରଦେଶ - ୬୩୧ ଟି ପୋଷ୍ଟ
  • ମହାରାଷ୍ଟ୍ର - ୭୪୭ ଟି ପୋଷ୍ଟ
  • ଗୋଆ - ୫୦ ଟି ପୋଷ୍ଟ
  • ଆସାମ - ୨୫୮ ଟି ପୋଷ୍ଟ
  • ଆନ୍ଧ୍ରପ୍ରଦେଶ - ୧୫ ଟି ପୋଷ୍ଟ
  • ମଣିପୁର - ୨୮ ଟି ପୋଷ୍ଟ
  • ମେଘାଳୟ - ୨୩ ଟି ପୋଷ୍ଟ
  • ମିଜୋରାମ – ୧୦ ଟି ପୋଷ୍ଟ
  • ନାଗାଲାଣ୍ଡ - ୧୫ ଟି ପୋଷ୍ଟ
  • ତ୍ରିପୁରା - ୧୦ ଟି ପୋଷ୍ଟ
  • ମୋଟ – ୫୦୦୮ ଟି ପୋଷ୍ଟ

ଦରମା:

ବେସିକ୍ ପେ - ୧୯,୯୦୦ ଟଙ୍କା

Govt Jobs
Advertisment
Advertisment