Advertisment

SAIL Recruitment 2024: SAIL ରେ ପୂରଣ ହେବ ମ୍ୟାନେଜମେଣ୍ଟ ଟ୍ରେନି ପଦବୀ; ସୁଯୋଗ ନେବେ ଇଂଜିନିୟରିଂ ପିଲା

ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ରେ ଚାକିରି ପାଇବା ପାଇଁ ଏକ ବଡ଼ ସୁଯୋଗ ଆସିଛି। GATE-୨୦୨୪ ମାଧ୍ୟମରେ SAIL ନିଯୁକ୍ତି ଦେବ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

author-image
Pramod Behera
SAIL Recruitment apply for 249 Posts

SAIL Recruitment apply for 249 Posts

ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ରେ ଚାକିରି ପାଇବା ପାଇଁ ଏକ ବଡ଼ ସୁଯୋଗ ଆସିଛି। GATE-୨୦୨୪ ମାଧ୍ୟମରେ SAIL ନିଯୁକ୍ତି ଦେବ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ଅନେକ ପଦବୀ ପୂରଣ ହେବ। ଆପଣ ଯଦି ଏହି ବ୍ୟାଙ୍କରେ ଚାକିରି କରିବାକୁ ଚାହାନ୍ତି ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ମ୍ୟାନେଜମେଣ୍ଟ ଟ୍ରେନି ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଇଂଜିନିୟରିଂ କରିଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୨୦୦ରୁ ଅଧିକ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SAIL ର ଅଫିସିଆଲ୍ ୱେବ୍‌ସାଇଟ୍‌ sail.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ SAIL Recruitment apply for 249 Posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୫ ଜୁଲାଇ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୫ ଜୁଲାଇ ୨୦୨୪

ଖାଲି ପଦବୀ:

  • ସାଧାରଣ ବର୍ଗ – ୧୦୩ଟି ପୋଷ୍ଟ୍
  • SC –୩୭ଟି ପୋଷ୍ଟ୍
  • ST – ୧୮ଟି ପୋଷ୍ଟ୍
  • OBC – ୬୭ଟି ପୋଷ୍ଟ୍
  • EWS – ୨୪ଟି ପୋଷ୍ଟ୍
  • ମୋଟ୍ – ୨୪୯ ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ବିଭିନ୍ନ ପଦବୀ ନେଇ ଶିକ୍ଷାଗତ ଯୋଗ୍ୟତା ଭିନ୍ନ
  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କେମିକାଲ୍, ସିଭିଲ୍, କମ୍ପ୍ୟୁଟର୍, ଇଲେକ୍ଟ୍ରୀକାଲ୍, ଇଲେକ୍ଟ୍ରୋନିକ୍, ମେକାନିକାଲ୍ ଓ ମେଟାଲିକ୍‌ରେ ଇଂଜିନିୟରିଂ ଡିଗ୍ରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବାଧିକ ବୟସ – ୨୮ ବର୍ଷ
  • ବୟସ ଗଣନା ୨୭।୦୭।୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୬୦,୦୦୦ ଟଙ୍କା
  • ସର୍ବାଧିକ ଦରମା – ୧,୮୦,୦୦୦ ଟଙ୍କା

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS – ୭୦୦ ଟଙ୍କା
  • SC/ST/ବିଭାଗୀୟ ପ୍ରାର୍ଥୀ/ PWBD – ୨୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • GATE 2024 ପରୀକ୍ଷା ଆଧାରରେ ଚୟନ
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Govt Jobs SAIL Recruitment SAIL Vacancy SAIL Job Notification
Advertisment
Advertisment