Advertisment

RRC WR Recruitment 2024: ରେଳବାଇରେ ପୁଣି ନିଯୁକ୍ତି ସୁଯୋଗ; ପୂରଣ ହେବ ୫ ହଜାରରୁ ଅଧିକ ପଦବୀ

ରେଳବାଇରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ପିଲାଙ୍କ ପାଇଁ ଆଉ ଏକ ସୁଯୋଗ। ଆପଣ ଯଦି ସେମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଖବର ଆପଣଙ୍କ ପାଇଁ। ରେଳ ନିଯୁକ୍ତି ସେଲ୍, ପଶ୍ଚିମ ରେଳ(RRC WR) ଏହି ସୁଯୋଗ ନେଇ ଆସିଛି।

author-image
Pramod Behera
RRC WR Apprentice Recruitment 2024 Apply for 5066 posts

RRC WR Apprentice Recruitment 2024 Apply for 5066 posts

ରେଳବାଇରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ପିଲାଙ୍କ ପାଇଁ ଆଉ ଏକ ସୁଯୋଗ। ଆପଣ ଯଦି ସେମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଖବର ଆପଣଙ୍କ ପାଇଁ। ରେଳ ନିଯୁକ୍ତି ସେଲ୍, ପଶ୍ଚିମ ରେଳ(RRC WR ) ଏହି ସୁଯୋଗ ନେଇ ଆସିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ RRC WR ରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୫ ହଜାରରୁ ଅଧିକ ପଦବୀ ପୂରଣ ହେବ। ଦଶମ ପାଶ ପିଲା ମଧ୍ୟ ଏହାର ସୁଯୋଗ ନେବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ କାନାରା ବ୍ୟାଙ୍କ୍‌ର ଅଫିସିଆଲ୍ ୱେବ୍‌ସାଇଟ୍‌ rrc-wr.com କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ RRC WR Apprentice Recruitment 2024 Apply for 5066 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୩ ସେପ୍ଟେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୨ ଅକ୍ଟୋବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • BCT ବିଭାଗ – ୯୭୧ଟି ପୋଷ୍ଟ୍‌
  • BRC ବିଭାଗ – ୫୯୯ଟି ପୋଷ୍ଟ୍‌
  • ADI ବିଭାଗ – ୯୨୩ଟି ପୋଷ୍ଟ୍‌
  • RTM ବିଭାଗ – ୫୫୮ଟି ପୋଷ୍ଟ୍‌
  • RJT ବିଭାଗ – ୨୩୮ଟି ପୋଷ୍ଟ୍‌
  • BVP ବିଭାଗ – ୨୫୫ଟି ପୋଷ୍ଟ୍‌
  • PL କର୍ମଶାଳା – ୬୩୪ଟି ପୋଷ୍ଟ୍‌
  • MX କର୍ମଶାଳା – ୧୨୫ଟି ପୋଷ୍ଟ୍‌
  • BVP କର୍ମଶାଳା - ୧୪୩ଟି ପୋଷ୍ଟ୍‌
  • DHD କର୍ମଶାଳା – ୪୧୫ଟି ପୋଷ୍ଟ୍‌
  • PRTN କର୍ମଶାଳା – ୮୬ଟି ପୋଷ୍ଟ୍‌
  • SBI ଇଞ୍ଜିନିୟରିଂ କର୍ମଶାଳ – ୬୦ଟି ପୋଷ୍ଟ୍‌
  • SBI ସଙ୍କେତ କର୍ମଶାଳା – ୨୫ଟି ପୋଷ୍ଟ୍‌
  • ମୁଖ୍ୟାଳୟ କାର୍ଯ୍ୟାଳୟ – ୩୪ଟି ପୋଷ୍ଟ୍‌
  • ମୋଟ୍ –୫୦୬୬ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦% ମାର୍କ ସହିତ 10 + 2 ପରୀକ୍ଷା ବ୍ୟବସ୍ଥାରେ ମାଟ୍ରିକ୍ ପାଶ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୫ବର୍ଷ
  • ସର୍ବାଧିକ ବୟସ – ୨୪ବର୍ଷ
  • ବୟସ ଗଣନା ୨୨/୧୦/୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS – ୧୦୦ ଟଙ୍କା
  • SC/ST/ PwBD/ମହିଳା – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ମେରିଟ୍ ଲିଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ମେଡିକାଲ୍ ଯାଞ୍ଚ
Indian Railways Indian Railway Jobs Govt Jobs Job Search Job Seekers
Advertisment
Advertisment