/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656332371.jpg)
Recruitment for civilian posts 10th 12th pass can apply online
ପ୍ରତିରକ୍ଷା ମନ୍ତ୍ରଣାଳୟ ASC କେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ଷ୍ଟେସନ୍ରେ ବେସାମରିକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି। ଜୁନ୍ ୨୫ ରୁ ଜୁଲାଇ ୧ ଭିତରେ ବିଜ୍ଞାପନ ଜାରି କରାଯାଇଥିଲା। ନିଯୁକ୍ତି ପାଇଁ ଦିଆଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଏହା ମାଧ୍ୟମରେ ASC ସାଉଥ୍ରେ କୁକ୍, ସିଭିଲ୍, ବାର୍ବର୍, ଏମ୍ଟିଏସ୍, କ୍ୟାଟରିଂ ଇନ୍ଷ୍ଟ୍ରକ୍ଟର ସମେତ ଅନ୍ୟାନ୍ୟ ପଦକୁ ମିଶେଇ ସମୁଦାୟ ୨୦୯ଟି ପୋଷ୍ଟ୍ରେ ପୂରଣ ହେବ।
ଏଥି ସହିତ SSC ନର୍ଥରେ ଫାୟାର୍ମ୍ୟାନ୍, ଫିଟର୍, ମୋଟର ଡ୍ରାଇଭର୍ କ୍ଲିନର୍ ସମେତ ଅନ୍ୟାନ୍ୟ ୨୪୯ଟି ପଦବୀ ଖାଲି ଅଛି, ଯାହାକୁ ନିଯୁକ୍ତି ଦିଆଯିବ। ତେଣୁ ସମୁଦାୟ ୪୫୮ ଟି ପଦବୀ ଖାଲି ଅଛି। ଯେଉଁଥିପାଇଁ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀଙ୍କୁ ଅଫ୍ଲାଇନ୍ ମୋଡ୍ରେ ଆବେଦନ କରିବାକୁ ପଡିବ।
କିପରି କରିବେ ଆବେଦନ:
ଆଗ୍ରହୀ ପ୍ରାର୍ଥୀମାନେ ଏହି ଲିଙ୍କ୍କୁ Ministry of Defence Recruitment 2022 Notification କ୍ଲିକ୍ କରି ଆବେଦନ ଫର୍ମ ଡାଉନ୍ଲୋଡ୍ କରିପାରିବେ। ଏହାକୁ ପୂରଣ କରି ମଗାଯାଇଥିବା ସମସ୍ତ ଡକ୍ୟୁମେଣ୍ଟର କପି ସଂଲଗ୍ନ କରି ବିଜ୍ଞପ୍ତିରେ ଦିଆଯାଇଥିବା ଠିକଣାକୁ ପଠାଇ ପାରିବେ। ଧ୍ୟାନ ଦିଅନ୍ତୁ ଯେ ଆବେଦନ କରିବାର ଶେଷ ତାରିଖ ହେଉଛି ୧୫ ଜୁଲାଇ ୨୦୨୨।
ଯୋଗ୍ୟତା:
ଦଶମ ପାସ୍ ପ୍ରାର୍ଥୀମାନେ ଉପରୋକ୍ତ ପଦବୀ ପାଇଁ ଆବେଦନ କରିପାରିବେ। ତେବେ ଷ୍ଟେସନ୍ ଅଫିସର୍ ପଦ ପାଇଁ ଦ୍ୱାଦଶ ପାସ୍ କରିଥିବା ଜରୁରୀ। ସେହିପରି ବୟସ ସୀମା ବିଷୟରେ କହିବାକୁ ଗଲେ, ସମସ୍ତ ପୋଷ୍ଟ୍ଗୁଡିକ ପାଇଁ ୧୮ ରୁ ୨୫ ବର୍ଷ ସ୍ଥିର ହୋଇଛି। ତେବେ ସିଭିଲିୟନ ମୋଟର ପୋଷ୍ଟ୍ଗୁଡିକ ପାଇଁ ୨୭ ବର୍ଷ ରଖାଯାଇଛି।