• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରିଜର୍ଭ ବ୍ୟାଙ୍କ(RBI) ପକ୍ଷରୁ ଚାକିରି ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ । RBI ଲିଗାଲ୍‌ ଅଫିସର୍‌, ମ୍ୟାନେଜର୍‌(ଟେକ୍‌ନିକାଲ୍‌ ସିଭିଲ୍‌), ଆସିଷ୍ଟାଣ୍ଟ ମ୍ୟାନେଜର୍‌(ରାଜଭାଷା) ଏବଂ ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀମାନେ ଆର୍‌ବିଆଇର ଅଫିସିଆଲ୍‌ ୱେବସାଇଟ୍‌  opportunities.rbi.org.in ରେ ଯାଇ ଅନଲାଇନ୍‌ ଆବେଦନ କରିପାରିବେ । ଜୁନ୍‌ ୨୦ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ ।

GEN/OBC/EWS ବର୍ଗର ଆଶାୟୀ ଆବେଦନ ପାଇଁ ୬୦୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ଅନୂସୁଚିତ ଜାତି SC / ST / PwBD ଆଦି ବର୍ଗର ଆଶାୟୀଙ୍କୁ ୧୦୦ ଟଙ୍କା ଦେବାକୁ ପଡ଼ିବ ।

ଅଧିକ ପଢ଼ନ୍ତୁ: UPSC ଆସିଷ୍ଟାଣ୍ଟ ଇଂଜିନିୟର ଏବଂ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି

ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ରହିଛି..ଜାଣନ୍ତୁ..

ପ୍ରଥମେ RBI ର ଅଫିସିଆଲ୍‌ ୱେବସାଇଟ୍‌ opportunities.rbi.org.in କୁ ଯାଆନ୍ତୁ ।

ଏହାପରେ ଭ୍ୟାକେନ୍ସି ସେକ୍ସନରେ କ୍ଲିକ୍‌ କରି ନିର୍ଦ୍ଧାରିତ ପଦବୀରେ କ୍ଲିକ୍‌ କରନ୍ତୁ ।

IBPS ପୋର୍ଟାଲ୍‌ରେ ରେଜିଷ୍ଟର କରନ୍ତୁ ।

ଏହାପରେ ଅନ୍‌ଲାଇନ୍‌ ଆବେଦନରେ ଫର୍ମ ଫିଲ୍‌ଅପ୍‌ କରି ସବ୍‌ମିଟ୍‌ କରନ୍ତୁ ।

ତେବେ ଜାଣି ରଖନ୍ତୁ ଖାଲି ପଡ଼ିଥିବା ପଦବୀ ସଂଖ୍ୟା

ଲିଗାଲ୍‌ ଅଫିସର୍‌-୧

ମ୍ୟାନେଜର୍‌(ଟେକ୍‌ନିକାଲ୍‌ ସିଭିଲ୍‌)-୫

ଆସିଷ୍ଟାଣ୍ଟ ମ୍ୟାନେଜର୍‌(ରାଜଭାଷା)-୫

ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌-୧

ବୟସ ସୀମା:

RBI ନିଯୁକ୍ତି ପ୍ରକ୍ରିୟା ୨୦୨୩ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଆଶାୟୀଙ୍କ ସର୍ବନିମ୍ନ ବୟସ ହେଉଛି ୨୧ ବର୍ଷ । ସର୍ବାଧିକ ବୟସ ସୀମା ପୋଷ୍ଟ ଉପରେ ନିର୍ଭର କରିବ ।

ଶିକ୍ଷାଗତ ଯୋଗ୍ୟତା:

ଲିଗାଲ ଅଫିସର୍‌:

ପ୍ରାର୍ଥୀ ଜଣକ ସ୍ୱୀକୃତୀପ୍ରାପ୍ତ ଆଇନ୍‌ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବା ଦରକାର । ପ୍ରାର୍ଥୀ ଜଣକ ସମସ୍ତ ସେମିଷ୍ଟାର୍‌ରେ ୫୦ ପ୍ରତିଶତ ମାର୍କ ରଖିଥିବା ଦରକାର ।

ମ୍ୟାନେଜର୍‌:

ପ୍ରାର୍ଥୀ ସିଭିଲ୍ ଇଞ୍ଜିନିୟରିଂ ସ୍ନାତକୋତ୍ତ ହେଉ ବା ଯେକୌଣସି ଡିଗ୍ରୀରେ ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ଏବଂ SC/ST ପ୍ରାର୍ଥୀଙ୍କ ପାଇଁ ୫୫ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ ।

ଆସିଷ୍ଟାଣ୍ଟ ମ୍ୟାନେଜର୍‌:

ଆବେଦନକାରୀମାନେ ସ୍ନାତକ ଡିଗ୍ରୀ ସ୍ତରରେ ଇଂରାଜୀ ସହିତ ହିନ୍ଦୀ ଅନୁବାଦରେ ଦ୍ୱିତୀୟ ଶ୍ରେଣୀ ମାଷ୍ଟର ଡିଗ୍ରୀ ଥିବା ଆବଶ୍ୟକ । ଏହାଛଡ଼ା ସଂସ୍କୃତ / ଅର୍ଥନୀତି / ବାଣିଜ୍ୟରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନଙ୍କୁ ମଧ୍ୟ ବିବେଚନା କରାଯିବ।

ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌:

ଯେକୌଣସି ଷ୍ଟ୍ରିମ୍‌ରେ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀ ଲାଇବ୍ରେରୀ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଦରକାର । ଏହାସହ ସମସ୍ତ ସେମିଷ୍ଟାର୍‌ରେ ୬୦ ପ୍ରତିଶତ ମାର୍କ ରଖିଥିବା ଦରକାର ।