Advertisment

Railway SECR Recruitment 2025: ଭାରତୀୟ ରେଳବାଇରେ ଚାକିରି ସୁଯୋଗ; ପୂରଣ ହେବ ୮୩୦ରୁ ଅଧିକ ପଦବୀ

ଭାରତୀୟ ରେଳବାଇରେ ଚାକିରି ସୁଯୋଗ। ଏନେଇ ଭାରତୀୟ ରେଳବାଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
Railway SECR Recruitment 2025 apply for 835 post

Railway SECR Recruitment 2025 apply for 835 post

Advertisment

ଭାରତୀୟ ରେଳବାଇରେ ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ (SECR) ବିଲାସପୁର ଏହି ସୁଯୋଗ ନେଇଆସିଛି। ଏନେଇ SECR ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ SECR ରେ ଅନେକ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୮୩୦ରୁ ଅଧିକ ପଦବୀ ପୂରଣ ହେବ। ଦଶମ ପାଶ୍ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇ ପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SECR ର ଅଫିସିଆଲ୍ ୱେବ୍‌ସାଇଟ୍‌ scr.indianrailways.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Railway SECR Recruitment 2025 apply for 835 post Notificationରେ କ୍ଲିକ୍ କରି ଦେଖିପାରିବେ।

Advertisment

ଅଧିକ ପଢ଼ନ୍ତୁ: ଆପଣ ନୂଆ ନୂଆ ସାକ୍ଷାତକାର ସାମ୍ନା କରୁଛନ୍ତି କି; ଜାଣନ୍ତୁ ପାଞ୍ଚଟି ପ୍ରଶ୍ନ ଓ ଉତ୍ତର

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୫ ଫେବୃଆରୀ ୨୦୨୫
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୫ ମାର୍ଚ୍ଚ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଖାଲି ପଦବୀ:

  • ଏହି ନିଯୁକ୍ତି ମାଧ୍ୟମରେ କାର୍ପେଣ୍ଟର୍, ଡ୍ରାଫ୍ଟମ୍ୟାନ୍, ଇଲେକ୍ଟ୍ରିକାଲ୍, ଫିଟର୍, ମେସିନ୍, ପେଣ୍ଟର୍, ପ୍ଲମ୍ବର, ମେକାନିକ୍, ୱାର୍କର୍, ଷ୍ଟେନୋଗ୍ରାଫର୍, ଡିଜେଲ୍ ମେକାନିକ୍, ୱେଲ୍‌ଡର୍, ଏବଂ ୱାୟାରମ୍ୟାନ୍ ଭଳି ବିଭିନ୍ନ ଟ୍ରେଡ୍ ପାଇଁ ଆବେଦନକାରୀଙ୍କୁ ଚୟନ କରାଯିବ।
  • ମୋଟ ପଦବୀ – ୮୩୫ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଅତିକମରେ ୫୦% ମାର୍କ ସହିତ ଦଶମ ପାଶ୍
  • ସମ୍ପୃକ୍ତ ଟ୍ରେଡ୍‌ରେ ITI ସାର୍ଟିଫିକେଟ୍ ହାସଲ କରିଥିବା ଜରୁରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ସାକ୍ଷାତକାର ସମୟରେ କେବେ ବି କରନ୍ତୁ ନାହିଁ ଏହି ଭୁଲ୍, ହାତକୁ ଆସିଥିବା ଚାକିରି ଚାଲିଯିବ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୫ ବର୍ଷ
  • ସର୍ବାଧିକ ବୟସ – ୨୫ ବର୍ଷ
  • ବୟସ ଗଣନା ୨୫ ମାର୍ଚ୍ଚ୨୦୨୫ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ମେରିଟ୍ ଲିଷ୍ଟ୍
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ :

  • ପାସପୋର୍ଟ ଆକାର ଫଟୋ
  • ଦସ୍ତଖତ
  • ଦଶମ ମାର୍କ ସିଟ୍
  • ଦ୍ୱାଦଶ, ସ୍ନାତକୋତ୍ତର ମାର୍କ ସିଟ୍
  • ଜାତି ପ୍ରମାଣପତ୍ର (ଯଦି ପ୍ରଯୁଜ୍ୟ)

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ scr.indianrailways.gov.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Apply ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • ନିଜକୁ ପଞ୍ଜିକରଣ କରନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ଆବେଦନ ଫିସ୍ ଦିଅନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: ଚାକିରି ଖୋଜିବା ବେଳେ ଆପଣ କରୁଛନ୍ତି କି ଏପରି ଭୁଲ୍… ପଡିପାରେ ମହଙ୍ଗା

Indian Railways Indian Railway Jobs Govt Jobs Job Search Job Seekers Job Opportunities
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ