Advertisment

Railway Recruitment 2024: ଦଶମ ପାଶ୍ କରିଛନ୍ତି କି… ବିନା ପରୀକ୍ଷାରେ ରେଳବାଇରେ ଚାକିରି ସୁଯୋଗ

ଆପଣ ଯଦି ରେଳବାଇରେ ଚାକିରି କରିବା ପାଇଁ ଆଗ୍ରହୀ, ତେବେ ରେଳ ନିଯୁକ୍ତି ସେଲ୍(RRC) ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
Railway Recruitment Cell Recruitment 2024 Apply for 1679 posts

Railway Recruitment Cell Recruitment 2024 Apply for 1679 posts

ଭାରତୀୟ ରେଳବାଇ ବର୍ଷସାରା ଅନେକ ବିଭାଗରେ ନିଯୁକ୍ତି ବିଜ୍ଞାପନ ବାହାର କରେ। ଅନେକ ଯୁବକ ମଧ୍ୟ ଭାରତୀୟ ରେଳବାଇରେ ଚାକିରି କରିବା ନେଇ ସ୍ୱପ୍ନ ଦେଖୁଥାନ୍ତି। ଯଦି ଆପଣ ମଧ୍ୟ ରେଳବାଇରେ ଚାକିରି କରିବା ପାଇଁ ଆଗ୍ରହୀ, ତେବେ ଆପଣଙ୍କ ପାଇଁ ଏହି ଖବର। ଏହି ସୁଯୋଗ ନେଇ ଆସିଛି ଉତ୍ତର ମଧ୍ୟ ରେଳବାଇ। ଏନେଇ ରେଳ ନିଯୁକ୍ତି ସେଲ୍(RRC) ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ରେଳବାଇରେ ବିଭିନ୍ନ ବ୍ରାଞ୍ଚରେ ଭିନ୍ନ ଭିନ୍ନ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୧୬ ଶହରୁ ଅଧିକ ପଦବୀ ପୂରଣ ହେବ। ବିଶେଷ କରି ଦଶମ ପାଶ୍ କରିଥିବା ପିଲା ଏହାର ସୁଯୋଗ ନେବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRCର ଅଫିସିଆଲ୍ ୱେବ୍‌ସାଇଟ୍‌ actappt.rrcrail.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Railway Recruitment Cell Recruitment 2024 Apply for 1679 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୬ ସେପ୍ଟେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୫ ଅକ୍ଟୋବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ମେକାନିକାଲ୍ ଡିପାର୍ଟମେଣ୍ଟ୍ (ପ୍ରୟାଗରାଜ ଜୋନ୍) – ୩୬୪ଟି ପୋଷ୍ଟ୍
  • ବୈଦ୍ୟୁତିକ ବିଭାଗ – ୩୩୯ଟି ପୋଷ୍ଟ୍
  • ଝାନ୍ସୀ ଡିଭିଜନ୍ – ୪୯୭ଟି ପୋଷ୍ଟ୍
  • ୱାର୍କସପ୍ ଝାନ୍ସୀ – ୧୮୩ଟି ପୋଷ୍ଟ୍
  • ଆଗ୍ରା ଡିଭିଜନ୍ – ୨୯୬ଟି ପୋଷ୍ଟ୍
  • ମୋଟ୍ – ୧୬୭୯ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ପ୍ରାର୍ଥୀମାନେ ୫୦% ମାର୍କ ସହିତ ଦଶମ ଶ୍ରେଣୀ ପାଶ୍ କରିବା ଉଚିତ
  • ସମ୍ପୃକ୍ତ ଟ୍ରେଡ୍‌ରେ ITI କରିବା ଉଚିତ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୫ ବର୍ଷ
  • ସର୍ବାଧିକ ବୟସ – ୨୪ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS – ୧୦୦ ଟଙ୍କା
  • SC/ST/ PwBD/ମହିଳା – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ମାର୍କ ଅନୁସାରେ ମେରିଟ୍ ଲିଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Indian Railways Indian Railway Jobs Govt Jobs Job Search Job Seekers
Advertisment
Advertisment