/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653221007.jpg)
Railway recruitment 2022 10th pass can get govt job
ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ (SECR) ଅଧୀନରେ ଥିବା ବିଭିନ୍ନ ଟ୍ରେଡ୍ରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ପାଇଁ ଭାରତୀୟ ରେଳବାଇ ଆବେଦନ ମାଗିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି, secr.indianrailways.gov.in ରେ ରେଳବାଇର ଅଫିସିଆଲ୍ ୱେବ୍ସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।
ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://secr.indianrailways.gov.in/index ଉପରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ କରିପାରିବେ। ଏହା ସହିତ ଏହି ଲିଙ୍କ୍ଗୁଡିକ SECR ରେଳ ନିଯୁକ୍ତି ୨୦୨୨ ରାୟପୁର ଡିଭିଜନ୍ ଏବଂ SECR ରେଳ ନିଯୁକ୍ତି ୨୦୨୨ ନାଗପୁର ଡିଭିଜନ୍ ମାଧ୍ୟମରେ ସରକାରୀ ବିଜ୍ଞପ୍ତି ଯାଞ୍ଚ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୨୦୭୭ ପଦବୀ ପୂରଣ ହେବ। ଏଥିମଧ୍ୟରୁ ୧୦୩୩ ରାୟପୁର ଡିଭିଜନ ପାଇଁ ଏବଂ ୧୦୪୪ ନାଗପୁର ଡିଭିଜନ ପାଇଁ ରହିଛି।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ନାଗପୁର ଡିଭିଜନ ପାଇଁ ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ: ୩ ଜୁନ୍ ୨୦୨୨
- ରାୟପୁର ଡିଭିଜନ୍ ପାଇଁ ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ: ୨୪ ମେ ୨୦୨୨
ଖାଲି ପଦବୀ:
- ମୋଟ ପୋଷ୍ଟ୍ ସଂଖ୍ୟା: ୨୦୭୭
ଯୋଗ୍ୟତା:
- ପ୍ରାର୍ଥୀ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ କିମ୍ବା ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ଦେଇଥିବେ।
ବୟସ ସୀମା:
- ପ୍ରାର୍ଥୀଙ୍କ ବୟସ ସୀମା ୧୫ ରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ। (ସରକାରୀ ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ବୟସ କୋହଳ କରାଯିବ)।
ଚୟନ ମାନଦଣ୍ଡ:
- ବିନା ପରୀକ୍ଷାରେ ଯୋଗ୍ୟତା ତାଲିକା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)