Advertisment

ରେଲୱେ ନିଯୁକ୍ତି ପାଇଁ ଆବେଦନ; ୨୨୦୦ ପଦବୀ ଖାଲି

ପୂର୍ବ କେନ୍ଦ୍ର ରେଲୱେ ଏହା ବିଭିନ୍ନ ପଦବୀ ପାଇଁ ଆବେଦନ ପତ୍ର ଆହ୍ୱାନ କରିଛି। ପ୍ରାର୍ଥୀମାନେ ଆପ୍ରେଣ୍ଟିସିପ୍ ଟ୍ରେନିଂ ଠାରୁ ଆରମ୍ଭ କରି ଫିଟର, ଟର୍ଣ୍ଣର, ମେକାନିଷ୍ଟ, ପେଣ୍ଟର୍, ଇଲେକ୍ଟ୍ରିକାଲ୍, ୱାୟାରମ୍ୟାନ୍, କାର୍ପେଣ୍ଟର୍ ଓ ୱେଲ୍‌ଡର୍ ପାଇଁ ମଧ୍ୟ ଆବେଦନ କରିପାରିବେ। ସମୁଦାୟ ୨୨୦୦ ପଦବୀ ଖାଲିଥିବା ଜଣାଯାଇଛି।

author-image
Pramod Behera
Railway Recruitment 2021: Last Chance To Apply For Over 2200 Posts, Know Details

Railway Recruitment 2021: Last Chance To Apply For Over 2200 Posts, Know Details

ପୂର୍ବ କେନ୍ଦ୍ର ରେଲୱେ ନିକଟରେ ଆପ୍ରେଣ୍ଟିସ୍ ଆକ୍ଟ ୧୯୬୧ ଅଧୀନରେ ଆପ୍ରେଣ୍ଟିସିପ୍ ଟ୍ରେନିଂ ପାଇଁ ଆବେଦନ କରିବାକୁ ନିମନ୍ତ୍ରଣ କରିଛି।

Advertisment

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ, ଯେଉଁମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି, ନଭେମ୍ବର ୫ (ସନ୍ଧ୍ୟା ୫) ଭିତରେ ଆବେଦନ କରିପାରିବେ।

ପ୍ରାର୍ଥୀମାନେ ଅନ୍ୟାନ୍ୟ ପଦବୀ ଯଥା ଫିଟର, ଟର୍ଣ୍ଣର, ମେକାନିଷ୍ଟ, ପେଣ୍ଟର୍, ଇଲେକ୍ଟ୍ରିକାଲ୍, ୱାୟାରମ୍ୟାନ୍, କାର୍ପେଣ୍ଟର୍ ଓ ୱେଲ୍‌ଡର୍ ପାଇଁ ମଧ୍ୟ ଆବେଦନ କରିପାରିବେ। ସମୁଦାୟ ୨୨୦୦ ପଦବୀ ଖାଲିଥିବା ଜଣାଯାଇଛି।

Advertisment

ରେଳ ନିଯୁକ୍ତି ପଦବୀ ବିବରଣୀ

ବୟସ ସୀମା:

ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ୧୫ ବର୍ଷ ବୟସ ହୋଇଥିବା ବେଳେ ୦୧.୦୧.୨୦୨୧ ସୁଦ୍ଧା ୨୪ ବର୍ଷ ଭିତରେ ହୋଇଥିବ।

ଶିକ୍ଷାଗତ ଯୋଗ୍ୟତା:

ସ୍ୱୀକୃତିପ୍ରାପ୍ତ ବୋର୍ଡ ଅଧିନରେ ମାଟ୍ରିକ୍ / ଦଶମ ଶ୍ରେଣୀ ପରୀକ୍ଷାରେ କିମ୍ବା ସର୍ବନିମ୍ନ ୫୦% ମାର୍କ ରଖି ପାସ୍ କରିଥିବା ଜରୁରୀ। ଏହା ସହ ନ୍ୟାସ୍‌ନାଲ୍ କାଉନ୍‌ସିଲ୍ ଫର୍‌ ଭୋକେସନାଲ୍ ଟ୍ରେନିଂ ଓ ପ୍ରୋଭିଜନାଲ୍‌ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତିରେ ବାଣିଜ୍ୟିକ ଜାତୀୟ ପ୍ରମାଣପତ୍ର; ନ୍ୟାସ୍‌ନାଲ୍ କାଉନ୍‌ସିଲ୍ ଫର୍‌ ଭୋକେସନାଲ୍ ଟ୍ରେନିଂ / ଭୋକେସନାଲ୍ ଟ୍ରେନିଂ ପାଇଁ ରାଜ୍ୟ ପରିଷଦ ଦ୍ୱାରା ଦିଆଯାଇଥିବା ପ୍ରମାଣପତ୍ର ଜରୁରୀ।

ଆବେଦନ ଶୁଳ୍କ: ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ ୧୦୦ ଟଙ୍କା ଅନ୍‌ଲାଇନ୍‌ ମାଧ୍ୟମରେ ପୈଠ କରିବାକୁ ପଡିବ। SC / ST / PwBD / ମହିଳା ପ୍ରାର୍ଥୀମାନେ ଏହି ଦେୟରୁ ମୁକ୍ତ ରହିବେ।

ଚୟନ ପ୍ରକ୍ରିୟା:

ମେରିଟ୍ ତାଲିକା ଆଧାରରେ ଆପ୍ରେଣ୍ଟିସିପ୍ ଟ୍ରେନିଂ ପାଇଁ ଚୟନ କରାଯିବ। ଏନେଇ ଉଭୟ ମାଟ୍ରିକ୍ ଓ ITI ମାର୍କ ଦେଖାଯିବ। ଏନେଇ ମାଟ୍ରିକରେ ରଖିଥିବା ସମସ୍ତ ବିଷୟକୁ ବିଚାରକୁ ନିଆଯିବ।

ଯଦି ଦୁଇ ଜଣ ପ୍ରାର୍ଥୀ ସମାନ ମାର୍କ ରଖିବେ ସେ କ୍ଷେତ୍ରରେ ଅଧିକ ବୟସ ହୋଇଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ଯଦିବି ଜନ୍ମ ତାରିଖ ସମାନ ଥାଏ ତେବେ ପ୍ରଥମେ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ବିଚାରକୁ ନିଆଯିବ।

ଶେଷରେ ଆପ୍ରେଣ୍ଟିସିପ୍ ଟ୍ରେନିଂ ପାଇଁ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ସମସ୍ତ ସାର୍ଟିଫିକେଟ୍ ଯାଞ୍ଚ ହେବ ଏବଂ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯିବ।

ଅଧିକ ତଥ୍ୟ ପାଇଁ ପୂର୍ବ କେନ୍ଦ୍ରୀୟ ରେଳବାଇର ଅଫିସିଆଲ୍ ସାଇଟ୍ ଦେଖନ୍ତୁ।

Railway Recruitment 2021 Jobs
Advertisment
Advertisment