Advertisment

ରେଲ୍‌ୱେ ଗ୍ରୁପ୍ ଡି ରେଜଲ୍ଟ ପରେ କ’ଣ କରିବେ… ଏବେଠୁ ହୁଅନ୍ତୁ ପ୍ରସ୍ତୁତ

RRB ପରୀକ୍ଷା ଫଳାଫଳ ଖୁବ ଶୀଘ୍ର ଘୋଷଣା କରିବ। ଫଳାଫଳ ଆସିବା ପୂର୍ବରୁ ଆପଣ ଆଗକୁ ପ୍ରସ୍ତୁତି ହେବା ଉଚିତ। ପରବର୍ତ୍ତୀ ପ୍ରକ୍ରିୟା କ’ଣ ହେବ ଏବଂ RRB ଗ୍ରୁପ୍ ଡି ଫଳାଫଳ ଘୋଷଣା ପରେ ପ୍ରାର୍ଥୀମାନେ କ’ଣ କରିବେ ସେ ସମ୍ବନ୍ଧରେ ଆସନ୍ତୁ ଜାଣିନେବା।

author-image
Pramod Behera
Railway group d physical efficiency test

Railway group d physical efficiency test

ରେଳବାଇରେ ଗ୍ରୁପ୍ ଡି ପଦବୀ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାର ଫଳାଫଳକୁ ପ୍ରାୟ ୧ କୋଟି ପ୍ରାର୍ଥୀ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କିନ୍ତୁ ଏବେ ପ୍ରାର୍ଥୀମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ। RRB ପରୀକ୍ଷା ଫଳାଫଳ ଖୁବ ଶୀଘ୍ର ଘୋଷଣା କରିବ। ଫଳାଫଳ ଆସିବା ପୂର୍ବରୁ ଆପଣ ଆଗକୁ ପ୍ରସ୍ତୁତି ହେବା ଉଚିତ। ପରବର୍ତ୍ତୀ ପ୍ରକ୍ରିୟା କ’ଣ ହେବ ଏବଂ RRB ଗ୍ରୁପ୍ ଡି ଫଳାଫଳ ଘୋଷଣା ପରେ ପ୍ରାର୍ଥୀମାନେ କ’ଣ କରିବେ ସେ ସମ୍ବନ୍ଧରେ ଆସନ୍ତୁ ଜାଣିନେବା।

Advertisment

ଫଳାଫଳ ପରେ କ’ଣ କରିବେ:

ଗ୍ରୁପ୍ ଡି ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଫଳାଫଳ ପ୍ରକାଶ କରିବା ପରେ, RRB ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସଫଳ ପ୍ରାର୍ଥୀଙ୍କୁ ଡାକିବ। ପରୀକ୍ଷାରେ ସଫଳ ହେବା ପାଇଁ ସାଧାରଣ ବର୍ଗ ଏବଂ EWS ବର୍ଗର ପ୍ରାର୍ଥୀଙ୍କୁ ଅତି କମରେ ୪୦% ମାର୍କ ପାଇବାକୁ ପଡିବ। ସେହିପରି OBC ଏବଂ SC, ST ବର୍ଗ ପ୍ରାର୍ଥୀଙ୍କୁ ୩୦% ମାର୍କ ରଖିବାକୁ ପଡିବ। ଶାରୀରିକ ପରୀକ୍ଷାରେ ସଫଳ ହେବା ପରେ ପ୍ରାର୍ଥୀଙ୍କୁ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ଡକାଯିବ।

ଶାରିରୀକ ପରୀକ୍ଷାରେ କ’ଣ ହେବ:

ଆର୍‌ଆର୍‌ବି ଗ୍ରୁପ୍ ଡି ଫିଜିକାଲ୍ ଟେଷ୍ଟ୍‌ରେ ଉଭୟ ପୁରୁଷ ଏବଂ ମହିଳା ପ୍ରାର୍ଥୀଙ୍କୁ ଓଜନ ଉଠାଇବା ଏବଂ ଦୌଡିବା ପରୀକ୍ଷାରେ ହାଜର ହେବାକୁ ପଡ଼ିବ। ଏଠାରେ ପୁରୁଷ ପ୍ରାର୍ଥୀଙ୍କୁ ୩୫ କିଲୋଗ୍ରାମର ଓଜନ ଉଠାଇବାକୁ ପଡିବ ଏବଂ ୨ ମିନିଟ୍ ମଧ୍ୟରେ ୧୦୦ ମିଟର ଦୂରତା ଅତିକ୍ରମ କରିବାକୁ ପଡିବ। ଅନ୍ୟପକ୍ଷରେ, ମହିଳାମାନଙ୍କୁ ୨୦ କିଲୋଗ୍ରାମ ଓଜନ ଉଠାଇବା ସହ ୧୦୦ ମିଟର ଦୂରତା ଅତିକ୍ରମ କରିବାକୁ ପଡିବ। ଏହା ବ୍ୟତୀତ ଉଭୟ ପୁରୁଷ ଏବଂ ମହିଳା ପ୍ରାର୍ଥୀଙ୍କୁ ୧୦୦୦ ମିଟର ଦୌଡ଼କୁ ୪ ମିନିଟ୍‌ ୧୫ ସେକେଣ୍ଡରେ ପୂରା କରିବାକୁ ପଡିବ।

Advertisment

PET ଯୋଗ୍ୟତା ଅର୍ଜନ:

ରେଲୱେ ଗ୍ରୁପ୍ ଡି ଶାରୀରିକ ପରୀକ୍ଷା କେବଳ ଯୋଗ୍ୟତା ଉପରେ ହେବ। ଏହାର ଫଳାଫଳ ଏହି ପରୀକ୍ଷା ଦିନ ହିଁ ଘୋଷଣା କରାଯିବ। ଫଳାଫଳ ଘୋଷଣା ପରେ ପ୍ରାର୍ଥୀମାନଙ୍କ ପାଇଁ PET ର ତାରିଖ ଏବଂ ସ୍ଥାନ ଜଣେଇ ଦିଆଯିବ।

Govt Jobs Railway Recruitment
Advertisment
Advertisment