/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636359173.jpg)
Railway Recruitment 2021
ଇଷ୍ଟର୍ଣ୍ଣ ରେଲ୍ୱରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ The Railway Recruitment Cell (RRC) ଅନ୍ଲାଇନ୍ ଆବେଦନପତ୍ର ଆହ୍ୱାନ କରୁଛି। ଆଶାୟୀ ପ୍ରାର୍ଥୀ ଓ କୃତି କ୍ରୀଡ଼ାବିତ୍ ଗ୍ରୁପ୍-ସି(Group C) ପଦବୀ ପାଇଁ RRCର ଅଫିସିଆଲ୍ ୱେବ୍ସାଇଟ୍ www.rrcer.comକୁ ଯାଇ ଆବେଦନ କରିପାରିବେ।
ରେଳ ନିଯୁକ୍ତି ପଦବୀ ବିବରଣୀ
ଖାଲି ପଡ଼ିଥିବା ଗ୍ରୁପ୍-ସି, ଲେଭଲ୍-୪/ଲେଭଲ୍-୫ରେ ୫ଟି ପଦବୀ ଓ ଗ୍ରୁପ୍-ସି, ଲେଭଲ୍-୨/ଲେଭଲ୍-୨ରେ ୧୬ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବୟସ ସୀମା:
ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ୧୮ ବର୍ଷ ବୟସରୁ କମ୍ ହୋଇନଥିବ ଓ ୨୫ ବର୍ଷରୁ ଅଧିକ ହୋଇନଥିବ। ବୟସ ସୀମାରେ (Upper or Lower) କୌଣସି କୋହଳ କରାଯାଇ ନାହିଁ।
ଶିକ୍ଷାଗତ ଯୋଗ୍ୟତା
ଲେଭଲ୍-୪ ଓ ଲେଭଲ୍-୫ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଗ୍ରାଜୁଏସନ୍ କିମ୍ବା ଏହାର ସମତୁଲ୍ୟ ଯୋଗ୍ୟତା ହାସଲ କରିଥିବା। ସେହିପରି ଲେଭଲ୍-୨ ଓ ଲେଭଲ୍-୩ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଦ୍ୱାଦଶ କିମ୍ବା ଏହାର ସମତୁଲ୍ୟ ଯୋଗ୍ୟତା ହାସଲ କରିଥିବା।
ଚୟନ ପ୍ରକ୍ରିୟା
ପ୍ରାର୍ଥୀଙ୍କ କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ, ଟ୍ରାଏଲ ଓ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚୟନ କରାଯିବ। ଯେଉଁମାନେ ଟ୍ରାଏଲ୍ରେ ଫିଟ୍ ହେବେ ସେମାନେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଚୟନ ହେବେ। ଅଧିକ ତଥ୍ୟ ପାଇଁ ଅଫସିଆଲ୍ ନୋଟିଫିକେସନ୍-ଉପରେ କ୍ଲିକ୍ କରନ୍ତୁ। ଅଧିକ ତଥ୍ୟ ପାଇଁ ଅଫସିଆଲ୍ ନୋଟିଫିକେସନ୍- Railway Group C Vacancies ଉପରେ କ୍ଲିକ୍ କରନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)