Advertisment

BOBରେ ସିନିୟର ମ୍ୟାନେଜର ପଦବୀ ଖାଲି: ଦରମା ଦେଢ ଲକ୍ଷ ଉପରେ

BOB ସିନିୟର ମ୍ୟାନେଜରରେ ଅନେକ ପଦବୀ ନିଯୁକ୍ତ ପାଇଁ ବିଜ୍ଞପ୍ତି ଜାରି କରିଛି। ପ୍ରାର୍ଥୀମାନେ ମାସକୁ ୧.୭୮ ଲକ୍ଷ ଟଙ୍କା ବେତନ ପାଇବେ। ଜାଣନ୍ତୁ କେଉଁମାନେ ଆବେଦନ କରିବେ।

author-image
Pramod Behera
ଅଦ୍ୟତନ ହୋଇଛି
Bank Of Baroda Recruitment 2023

Post of senior manager in BOB salary will be in 1 78 lakhs

ବ୍ୟାଙ୍କ ଅଫ୍ ବରୋଦା(BOB) ସିନିୟର ମ୍ୟାନେଜରରେ ଅନେକ ପଦବୀ ନିଯୁକ୍ତ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନପତ୍ର କରାଯିବ। ମୋଟ ପୋଷ୍ଟ୍‌ ସଂଖ୍ୟା ହେଉଛି ୧୫। ଯେଉଁମାନେ BOB ର ଏହି ଚାକିରି ପାଇଁ ଆବେଦନ କରିବାକୁ ଚାହାଁନ୍ତି, ସେମାନେ ପ୍ରଥମେ ସେମାନଙ୍କର ଯୋଗ୍ୟତା ଯାଞ୍ଚ କରିବା ଉଚିତ। ବ୍ୟାଙ୍କ ୪ ଜାନୁୟାରୀ ୨୦୨୩ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି।

Advertisment

ଏହି ନିଯୁକ୍ତି ଅନୁଯାୟୀ ମନୋନୀତ ପ୍ରାର୍ଥୀମାନେ ବ୍ୟାଙ୍କ ଅଫ୍ ବରୋଦା ମୁମ୍ବାଇ ଅଫିସରେ ନିଯୁକ୍ତ ହେବେ। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଏହି ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ଫର୍ମ ପୂରଣ କରିପାରିବେ।

ଯୋଗ୍ୟତା:

  • ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ କିମ୍ବା ଫୁଲ୍ ଟାଇମ୍ MBA କିମ୍ବା PGDM କିମ୍ବା ସମାନ ଯୋଗ୍ୟତା ଥିବା ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ
Advertisment

ଦରମା:

  • ବ୍ୟାଙ୍କ ଅଫ୍ ବରୋଦାର ବରିଷ୍ଠ ପଦବୀରେ ମନୋନୀତ ପ୍ରାର୍ଥୀମାନେ ମାସକୁ ୧.୭୮ ଲକ୍ଷ ଟଙ୍କା ବେତନ ପାଇବେ।
  • ଏହା ବ୍ୟତୀତ ଅନ୍ୟାନ୍ୟ ଭତ୍ତା ମଧ୍ୟ ଉପଲବ୍ଧ ହେବ।
  • ପୋଷ୍ଟିଂ ସ୍ଥାନ ଉପରେ ନିର୍ଭର କରି ଭତ୍ତାରେ ପାର୍ଥକ୍ୟ ହୋଇପାରେ।

ଅଧିକ ପଢ଼ନ୍ତୁ: OPGC ରେ ଚାକିରି ସୁଯୋଗ; ଫାଇଦା ନେବେ ଯୁବ ସ୍ନାତକ ଇଞ୍ଜିନିୟର ପ୍ରାର୍ଥୀ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ, EWS ଏବଂ OBC ବର୍ଗର ପ୍ରାର୍ଥୀଙ୍କୁ ୬୦୦ ଟଙ୍କା ଦେବାକୁ ପଡିବ
  • ଏସ୍‌ସି, ଏସ୍‌ଟି, ଦିବ୍ୟାଙ୍ଗ ଏବଂ ମହିଳା ବର୍ଗର ପ୍ରାର୍ଥୀଙ୍କୁ କେବଳ ୧୦୦ ଟଙ୍କା ଦେୟ ଦେବାକୁ ପଡିବ
  • ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ସମୟରେ ପ୍ରାର୍ଥୀଙ୍କୁ ଡେବିଟ୍, କ୍ରେଡିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଆବେଦନ ଶୁଳ୍କ ଦେବାକୁ ପଡିବ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ: ୪ ଜାନୁୟାରୀ ୨୦୨୩
  • ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ: ୨୪ ଜାନୁଆରୀ ୨୦୨୩
Govt Jobs Bank Of Baroda
Advertisment
Advertisment