Advertisment

ପରୀକ୍ଷା ନ ଦେଇ PGCIL ଚାକିରି କରନ୍ତୁ

PGCIL ବିଭିନ୍ନ ପରିଚାଳନାଗତ ପଦବୀ ପାଇଁ ଆବେଦନ ଜାରି କରିଛି। ସମୁଦାୟ ୩୨ ଟି ପଦବୀ ପୂରଣ ହେବ। ତୁରନ୍ତ ଆବେଦନ କରନ୍ତୁ…

author-image
Pramod Behera
PGCIL recruitment 2022 for managerial posts

PGCIL recruitment 2022 for managerial posts

ପାୱାର୍‌ ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (PGCIL) ବିଭିନ୍ନ ପରିଚାଳନାଗତ ପଦବୀ ପାଇଁ ଆବେଦନ ଜାରି କରିଛି। ଏହାର ଅଫିସିଆଲ୍ ୱେବସାଇଟ୍ powergrid.in ରେ ବିଜ୍ଞପ୍ତି ଜାରି କରାଯାଇଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୧୯ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ୱେବସାଇଟ୍ ମାଧ୍ୟମରେ ପୋଷ୍ଟଗୁଡିକ ପାଇଁ ଆବେଦନ କରିବାକୁ ସମର୍ଥ ହେବେ। ଆବେଦନ ପ୍ରକ୍ରିୟା ୨୭ ଜୁନ୍ ୨୦୨୨ ରୁ ଆରମ୍ଭ ହୋଇଛି।

Advertisment

ଏହି ନିଯୁକ୍ତି ପ୍ରକ୍ରିୟା ସମୁଦାୟ ୩୨ ଟି ପଦବୀ ପୂରଣ ହେବ। ଏଥିରେ ମ୍ୟାନେଜର୍‌ ପଦବୀ ପାଇଁ ୧୭ ଟି ପୋଷ୍ଟ୍‌ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ୧୫ଟି ପୋଷ୍ଟ ସାମିଲ୍ ଅଛି। ବିସ୍ତୃତ ଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ।

ଯୋଗ୍ୟତା:

ଏହି ପଦବୀଗୁଡିକ ପାଇଁ ସ୍ନାତକରୁ ନେଇ ସ୍ନାତକୋତ୍ତର ପର୍ଯ୍ୟନ୍ତ ଅନେକ ଶିକ୍ଷାଗତ ଯୋଗ୍ୟତା ଏବଂ କାର୍ଯ୍ୟ ଅଭିଜ୍ଞତା ମଗା ଯାଇଛି। ପ୍ରାର୍ଥୀମାନେ ବିଜ୍ଞପ୍ତିରୁ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ସମ୍ବନ୍ଧୀୟ ସୂଚନା ପାଇପାରିବେ। ଯାହାର ସିଧାସଳଖ ଲିଙ୍କ୍ ନିମ୍ନରେ ଦିଆଯାଇଛି।

Advertisment

ଚୟନ ପ୍ରକ୍ରିୟା:

ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ।

ଆବେଦନ ଶୁଳ୍କ:

ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିବାକୁ ଶୁଳ୍କ ଭାବେ ୫୦୦ ଟଙ୍କା ଜମା କରିବାକୁ ପଡିବ। ଏହାକୁ ଅନ୍‌ଲାଇନ୍ ମୋଡ୍ ମାଧ୍ୟମରେ ଦାଖଲ କରାଯାଇପାରିବ।

ଏଇଠି କ୍ଲିକ୍ କରି ପୂରା ବିଜ୍ଞପ୍ତି ଦେଖନ୍ତୁ:

Govt Jobs PGCIL Recruitment 2022
Advertisment
Advertisment