Advertisment

OSSSC Teacher Recruitment 2024: ଓଡ଼ିଶାରେ ପୂରଣ ହେବେ ୨୦୦୦ ରୁ ଅଧିକ TGT ଶିକ୍ଷକ

ଓଡ଼ିଶାରେ ରହି ଶିକ୍ଷକ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବବର୍ଗଙ୍କ ପାଇଁ ପୁଣି ଏକ ସୁଯୋଗ ଆଣିଲେ ଓଡ଼ିଶା ସରକାର। ଓଡ଼ିଶା ସବ୍‌-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (OSSSC) ଏନେଇ ଏକ ନୂଆ ସଂକ୍ଷିପ୍ତ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
OSSSC Teacher Recruitment 2024

OSSSC Teacher Recruitment 2024

Advertisment

ଓଡ଼ିଶାରେ ରହି ଶିକ୍ଷକ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବବର୍ଗଙ୍କ ପାଇଁ ପୁଣି ଏକ ସୁଯୋଗ ଆଣିଲେ ଓଡ଼ିଶା ସରକାର। ଓଡ଼ିଶା ସବ୍‌-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (OSSSC) ଏନେଇ ଏକ ନୂଆ ସଂକ୍ଷିପ୍ତ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ପ୍ରକ୍ରିୟାରେ TGT ପଦବୀ ପୂରଣ ହେବ। ଏହି ନିଯୁକ୍ତି ମାଧ୍ୟମରେ ସରକାରୀ ବିଦ୍ୟାଳୟରେ ଶିକ୍ଷକମାନଙ୍କର ବିଭିନ୍ନ ବର୍ଗର ଜିଲ୍ଲା କ୍ୟାଡର ପଦବୀ ପୂରଣ ହେବ।ଏସ୍‌ଟି, ଏସ୍‌ସି ବିକାଶ, ଏମ୍‌ ଏବଂ ବିସିଡବ୍ଲୁ ବିଭାଗ ଅଧୀନରେ ଥିବା ସରକାରୀ ବିଦ୍ୟାଳୟରେ ୨୦୦୦ ରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ଆୟୋଗ ଏହି ବିଜ୍ଞପ୍ତି ଜାରି କରିଛନ୍ତି।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSSC ର ଅଫିସିଆଲ୍ ୱେବ୍‌ସାଇଟ୍ www.osssc.gov.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ OSSSC teacher recruitment 2024 out for 2629 posts notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଅଧିକ ପଢ଼ନ୍ତୁ: ଆପଣ ୧.୫ ଲକ୍ଷ ଟଙ୍କିଆ ଚାକିରି ଖୋଜୁଛନ୍ତି କି; ଦେଖନ୍ତୁ ଏହି ଖବର

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୧ ଏପ୍ରିଲ୍ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୫ ଏପ୍ରିଲ୍ ମାର୍ଚ୍ଚ ୨୦୨୪

ଖାଲି ପଦବୀ:

  • ଏହି ନିଯୁକ୍ତି ମାଧ୍ୟମରେ TGT (କଳା), TGT (ବିଜ୍ଞାନ-PCM), TGT (ବିଜ୍ଞାନ-CBZ), ସଂସ୍କୃତ ଶିକ୍ଷକ, ହିନ୍ଦୀ ଶିକ୍ଷକ, ଆଦିବାସୀ ଭାଷା ଶିକ୍ଷକ ଏବଂ ସେବକ/ସେବିକା, ଶାରୀରିକ ଶିକ୍ଷକ (PET) ଚାକିରି ପାଇବେ।
  • ମୋଟ ୨,୬୨୯ଟି ପଦବୀ ପୂରଣ ହେବ।
Advertisment

ଶିକ୍ଷାଗତ ଯୋଗ୍ୟତା:

  • ପରେ ଏହାର ଦୀର୍ଘତମ ବିଜ୍ଞପ୍ତି ପ୍ରକାଶ ପାଇବ
  • ଏଥିରେ ଶିକ୍ଷାଗତ ଯୋଗ୍ୟତା ବିସ୍ତୃତ ଭାବେ ରହିବ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୮ ବର୍ଷ
  • ବୟସ ଗଣନା ୦୧ ଏପ୍ରିଲ୍ ୨୦୨୪ ଅନୁସାରେ ହେବ

ମାସିକ ଦରମା:

  • ପରବର୍ତ୍ତୀ ବିଜ୍ଞପ୍ତିରେ ଏ ସମ୍ବନ୍ଦୀୟ ସୂଚନା ଦିଆଯିବ
  • ଏହାର ଅଫିସିଆଲ୍ ୱେବ୍‌ସାଇଟ୍‌କୁ ବାରମ୍ବାର ଯାଞ୍ଚ କରୁଥାନ୍ତୁ

ଅଧିକ ପଢ଼ନ୍ତୁ: ଭାରତୀୟ ରେଳବାଇରେ ଚାକିରି; ଦଶମ ପିଲା କରିପାରିବେ ଆବେଦନ; ଦରମା ୯୨ ହଜାର

ଆବେଦନ ଶୁଳ୍କ:

  • ଏ ସମ୍ବନ୍ଧୀୟ ସୂଚନା OSSSC ର ଅଫିସିଆଲ୍ ୱେବ୍‌ସାଇଟ୍‌ରେ ପ୍ରକାଶ ପାଇବ
  • ଏନେଇ ବାରମ୍ବାର ଯାଞ୍ଚ କରୁଥାନ୍ତୁ
Govt Teacher Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ