• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆପଣ ଯଦି ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି ଓ ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି, ତା’ହେଲେ ଏକ ସୁବର୍ଣ୍ଣ ସୁଯୋଗ। ଖୁବ୍‌ଶୀଘ୍ର ଓଡ଼ିଶାରେ ୧୧ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିବାକୁ ଯାଉଛି। ଆସନ୍ତା କିଛି ମାସ ମଧ୍ୟରେ ଖାଲି ପଡ଼ିଥିବା ଏହିସବୁ ପଦବୀ ପାଇଁ ବିଜ୍ଞପ୍ତି ବାହାରିବ।ସରକାରୀ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଓଡ଼ିଶା ସବ୍‌-ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ (OSSSC) ଏକ ବଡ଼ ଧରଣର ନିଯୁକ୍ତି ସୁଯୋଗ ଆଣିବାକୁ ଯାଉଛି। ଏହି ନିଯୁକ୍ତିରେ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ହେବ। 

ଖାଲି ପଡ଼ିଥିବା ମଲ୍ଟି-ପର୍ପୋସ୍‌ ହେଲ୍‌ଥ୍‌ ୱାର୍କର(MPHW, ମହିଳା)-୨୭୫୩ ପଦବୀ ପୂରଣ ପାଇଁ ଆବେଦନ ପ୍ରକ୍ରିୟା ଚାଲି ଥିବାବେଳେ ଜୁନିୟର ଆସିଷ୍ଟାଣ୍ଟ-୪୯୪୨ ଓ Panchayat Executive Officer (PEO)-୨୨୯୭ ପଦବୀ ପାଇଁ ଚଳିତ ବର୍ଷ ଜୁଲାଇରେ ଲିଖିତ ପରୀକ୍ଷା ହେବ।

ଅଧିକ ପଢ଼ନ୍ତୁ: ଡାକ ବିଭାଗରେ ପୂରଣ ହେବ ୧୨ହଜାରରୁ ଅଧିକ ପଦବୀ; ରହିଛି ଆକର୍ଷଣୀୟ ଦରମା

ନିଯୁକ୍ତି କର୍ତ୍ତୃପକ୍ଷଙ୍କ ନିଯୁକ୍ତି କ୍ୟାଲେଣ୍ଡର ଅନୁସାରେ, ଆସନ୍ତା କିଛି ମାସ ମଧ୍ୟରେ ଖାଲି ପଡ଼ିଥିବା ବିଭିନ୍ନ ବିଭାଗ ଯଥା- Revenue Inspector (RI), Assistant Revenue Inspector (ARI) ଠୁ ଆରମ୍ଭ କରି ଫରେଷ୍ଟର ଓ Statistical Field Surveyor ପର୍ଯ୍ୟନ୍ତ ପ୍ରାୟ ୧୧୦୪୧ ପଦବୀ ପୂରଣ ହେବ। 

ଏହିସବୁ ପଦବୀ ପୂରଣ ହେବ...

MPHW(F) 

ମୋଟ୍‌ ପଦବୀ ସଂଖ୍ୟା- ୨୭୫୩

ଆବେଦନର ଶେଷ ତାରିଖ- ମେ’ ୩୦

Pharmacist 

ମୋଟ୍‌ ପଦବୀ ସଂଖ୍ୟା- ୧୦୦୨

ଅଫିସିଆଲ୍‌ ବିଜ୍ଞପ୍ତି ବାହାରିପାରେ- ମେ’ ମାସ

MPHW(M) 

ମୋଟ୍‌ ପଦବୀ ସଂଖ୍ୟା- ୧୪୫୧

ଅଫିସିଆଲ୍‌ ବିଜ୍ଞପ୍ତି ବାହାରିପାରେ- ମେ’ ମାସ

Laboratory Technician

ମୋଟ୍‌ ପଦବୀ ସଂଖ୍ୟା- ୯୨୧

ଅଫିସିଆଲ୍‌ ବିଜ୍ଞପ୍ତି ବାହାରିପାରେ- ଜୁନ୍‌ ମାସ

Radiographer

ମୋଟ୍‌ ପଦବୀ ସଂଖ୍ୟା- ୩୭୮

ଅଫିସିଆଲ୍‌ ବିଜ୍ଞପ୍ତି ବାହାରିପାରେ- ଜୁନ୍‌ ମାସ

Livestock Inspector

ମୋଟ୍‌ ପଦବୀ ସଂଖ୍ୟା- ୭୧୯

ଅଫିସିଆଲ୍‌ ବିଜ୍ଞପ୍ତି ବାହାରିପାରେ- ଅଗଷ୍ଟ ମାସ

ICDS Supervisor  

ମୋଟ୍‌ ପଦବୀ ସଂଖ୍ୟା- ୨୫୮

ଅଫିସିଆଲ୍‌ ବିଜ୍ଞପ୍ତି ବାହାରିପାରେ- ଜୁଲାଇ ମାସ

Revenue Inspector

ମୋଟ୍‌ ପଦବୀ ସଂଖ୍ୟା- ୫୬୨

ଅଫିସିଆଲ୍‌ ବିଜ୍ଞପ୍ତି ବାହାରିପାରେ- ଜୁଲାଇ ମାସ

Assistant Revenue Inspector

ମୋଟ୍‌ ପଦବୀ ସଂଖ୍ୟା- ୮୩୯

ଅଫିସିଆଲ୍‌ ବିଜ୍ଞପ୍ତି ବାହାରିପାରେ- ଜୁଲାଇ ମାସ

Amin

ମୋଟ୍‌ ପଦବୀ ସଂଖ୍ୟା- ୬୮୬

ଅଫିସିଆଲ୍‌ ବିଜ୍ଞପ୍ତି ବାହାରିପାରେ- ଜୁଲାଇ ମାସ

Statistical Field Surveyor

ମୋଟ୍‌ ପଦବୀ ସଂଖ୍ୟା- ୨୫୮

ଅଫିସିଆଲ୍‌ ବିଜ୍ଞପ୍ତି ବାହାରିପାରେ- ଜୁଲାଇ ମାସ

Forest Guard 

ମୋଟ୍‌ ପଦବୀ ସଂଖ୍ୟା- ୮୦୨

ଅଫିସିଆଲ୍‌ ବିଜ୍ଞପ୍ତି ବାହାରିପାରେ- ଅଗଷ୍ଟ ମାସ

Forester

ମୋଟ୍‌ ପଦବୀ ସଂଖ୍ୟା- ୩୧୬

ଅଫିସିଆଲ୍‌ ବିଜ୍ଞପ୍ତି ବାହାରିପାରେ- ଅଗଷ୍ଟ ମାସ

HEW    

ମୋଟ୍‌ ପଦବୀ ସଂଖ୍ୟା- ୯୪

ଅଫିସିଆଲ୍‌ ବିଜ୍ଞପ୍ତି ବାହାରିପାରେ- ଖୁବ୍‌ଶୀଘ୍ର ପ୍ରକାଶ ପାଇବ

ଅଧିକ ସୂଚନା ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ- OSSSC Recruitment