/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659957640.jpg)
OSSC Recruitment 2022
ଯଦି ଆପଣଙ୍କର ଫଟୋଗ୍ରାଫି ପ୍ରତି ଆଗ୍ରହ ଅଛି ଏବଂ ସିନେମାଟୋଗ୍ରାଫି କିମ୍ବା ଫଟୋଗ୍ରାଫିରେ ଡିପ୍ଲୋମା କରିଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣ ବି ସରକାରୀ ଚାକିରି କରିପାରିବେ। ବରିଷ୍ଠ କ୍ୟାମେରାମ୍ୟାନ, ଫଟୋଗ୍ରାଫର ଓ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ଆବେଦନ ଜାରି କରିଛି।
Advertisment
ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୦ରୁ ଆରମ୍ଭ ହେବ ଏବଂ ପ୍ରାର୍ଥୀମାନେ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଏହି ପଦବୀ ପାଇଁ ଅନ୍ଲାଇନ୍ ଆବେଦନ ଦାଖଲ କରିବାକୁ ସମର୍ଥ ହେବେ। ଏଥିପାଇଁ ସେମାନଙ୍କୁ ଆୟୋଗର ଅଫିସିଆଲ୍ ୱେବସାଇଟ୍ ossc.gov.in ପରିଦର୍ଶନ କରିବାକୁ ପଡିବ।
ଖାଲି ପଦବୀ:
- ମୋଟ ୯ ଟି ପଦବୀ ପାଇଁ ନିଯୁକ୍ତ ବାହାରିଛି।
- ବରିଷ୍ଠ କ୍ୟାମେରାମ୍ୟାନ - ୨ଟି ପୋଷ୍ଟ୍
- ଫଟୋଗ୍ରାଫର - ୨ଟି ପୋଷ୍ଟ୍
- ଇଣ୍ଡେକ୍ସରର - ୨ଟି ପୋଷ୍ଟ୍
- ଆସିଷ୍ଟାଣ୍ଟ ଅପରେଟର – ୩ ଟି ପୋଷ୍ଟ୍
Advertisment
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନର ଆରମ୍ଭ ତାରିଖ - ୧୦ ଅଗଷ୍ଟ
- ଅନ୍ଲାଇନ୍ ଆବେଦନ ପାଇଁ ଶେଷ ତାରିଖ - ୯ ସେପ୍ଟେମ୍ବର
ଯୋଗ୍ୟତା:
- ଫଟୋଗ୍ରାଫି କିମ୍ବା ସିନେମାଟୋଗ୍ରାଫି ପଦବୀ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀମାନେ ଡିପ୍ଲୋମା ଡିଗ୍ରୀ ସହିତ ଦଶମ ପାସ୍ କରିଥିବା ଉଚିତ।
ଦରମା:
- ବରିଷ୍ଠ କ୍ୟାମେରାମ୍ୟାନ୍ ଏବଂ ଫଟୋଗ୍ରାଫର ପଦରେ ମନୋନୀତ ପ୍ରାର୍ଥୀଙ୍କୁ ପ୍ରାରମ୍ଭରେ ମାସିକ ୨୫,୩୦୦ ଟଙ୍କା ଦରମା ଦିଆଯିବ।
- ସେହିପରି ଇଣ୍ଡେକ୍ସ ଏବଂ ଆସିଷ୍ଟାଣ୍ଟ ଅପରେଟର ପଦବୀ ପାଇଁ ୧୨,୬୦୦ ଟଙ୍କା ଷ୍ଟାଇପେଣ୍ଡ୍ ମିଳିବ।
ବୟସ ସୀମା:
- ସବୁ ପଦବୀ ପାଇଁ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୩୮ ବର୍ଷର ପ୍ରାର୍ଥୀମାନେ ଆବେଦନ କରିପାରିବେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)