• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଓଡିଶା କର୍ମଚାରୀ ଚୟନ ଆୟୋଗ(OSSC) ପୁଣି ବାହାରକଲା ନିଯୁକ୍ତି ବିଜ୍ଞାପନ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ ସହାୟକ ପଦରେ ପ୍ରାର୍ଥୀମାନେ ନିଯୁକ୍ତି ପାଇବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSCର ଅଫିସିଆଲ୍ ୱେବସାଇଟ୍ - www.ossc.gov.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ OSSC Recruitment 2023 Apply for over 230 posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନଲାଇନ୍ ପଞ୍ଜୀକରଣ ଆରମ୍ଭ – ୨୪ ନଭେମ୍ବର ୨୦୨୩
  • ଅନଲାଇନ୍ ଆବେଦନ ଆରମ୍ଭ – ୨୪ ନଭେମ୍ବର ୨୦୨୩
  • ଅନଲାଇନ୍ ଆବେଦନ ଶେଷ – ୨୧ ଡିସେମ୍ବର ୨୦୨୩
  • ଆବେଦନ ଫର୍ମ ସଂପାଦନ କରିବାର ତାରିଖ – ୨୭ ଡିସେମ୍ବର ୨୦୨୩

ଖାଲି ପଦବୀ:

  • ମୋଟ୍ ୨୩୪ ପଦବୀ ପୂରଣ ହେବ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଶିକ୍ଷାଗତ ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗଣିତ କିମ୍ବା ଷ୍ଟାଟିସଷ୍ଟିକ୍‌ରେ ସ୍ନାତକ
  • କମ୍ପ୍ୟୁଟର ଆପ୍ଲିକେଶନ ବିଷୟରେ ଜ୍ଞାନ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୮ ବର୍ଷ

କିପରି କରିବେ ଆବେଦନ:

  • OSSCର ଅଫିସିଆଲ୍ ୱେବସାଇଟ୍ ossc.gov.in କୁ ଯାଆନ୍ତୁ
  • Apply ଅନ୍‌ଲାଇକ୍ ଲିଙ୍କ୍ ଉପରେ କ୍ଲିକ୍ କରିବା ମାତ୍ରେ ଏକ ନୂଆ ପେଜ୍ ଖୋଲିବ
  • ଏହା ପରେ Vital Statistics Assistant ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ପଞ୍ଜିକରଣ କରି ଲଗଇନ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଏହାର ଏକ ପ୍ରିଣ୍ଟ ବାହର କରନ୍ତୁ

OTV is now on Whatsapp

Join and get latest news update delivered to you via whatsapp

Join Now