Advertisment

OSSC LTRT Recruitment 2024: ଓଡ଼ିଶା ସରକାରୀ ଚାକିରି; ପୂରଣ ହେବ ୬୦୦୦ରୁ ଅଧିକ ଶିକ୍ଷକ ପଦବୀ

ଅନେକ ଯୁବକ ଶିକ୍ଷକ ହେବାର ସ୍ୱପ୍ନ ଦେଖୁଥାନ୍ତି। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(OSSC) ଏହି ସୁଯୋଗ ନେଇ ଆସିଛି।

author-image
Pramod Behera
ଅଦ୍ୟତନ ହୋଇଛି
OSSC LTRT Recruitment 2024 Post apply for 6025 LTR Teacher

OSSC LTRT Recruitment 2024 Post apply for 6025 LTR Teacher

ଓଡ଼ିଶାରେ ରହି ସରକାରୀ ଚାକିରି ତାହା ପୁଣି ଶିକ୍ଷକ, କିଏ ବା ନ ଚାହେଁ। ଅନେକ ଯୁବକ ଶିକ୍ଷକ ହେବାର ସ୍ୱପ୍ନ ଦେଖୁଥାନ୍ତି। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଓଡିଶା କର୍ମଚାରୀ ଚୟନ ଆୟୋଗ(OSSC) ଏହି ସୁଯୋଗ ନେଇ ଆସିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଓଡ଼ିଶାର ସ୍କୁଲ୍‌ ଏବଂ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟରେ LTR (ଲିଭ୍ ଟ୍ରେନିଂ ରିଜର୍ଭ)ଶିକ୍ଷକ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୬୦୦୦ରୁ ଅଧିକ ପଦବୀ ପୂରଣ ହେବ। ଯେଉଁମାନେ ଗ୍ରାଜୁଏସନ କରିଥିବେ ସେମାନେ ଏହାର ସୁଯୋଗ ନେବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSCର ଅଫିସିଆଲ୍ ୱେବ୍‌ସାଇଟ୍‌ ossc.gov.in. କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ OSSC ର ୱେବ୍‌ସାଇଟ୍‌ ଯାଇ What's New ତାଲିକାରେ ଥିବା ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୯ ଅକ୍ଟୋବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ବିଜ୍ଞପ୍ତିରେ ଦିଆଯାଇନି
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • TGT କଳା – ୧୯୮୪ଟି ପୋଷ୍ଟ୍‌
  • TGT ବିଜ୍ଞାନ (PCM) - ୧୦୨୦ଟି ପୋଷ୍ଟ୍‌
  • TGT ବିଜ୍ଞାନ (CBZ) – ୮୮୦ଟି ପୋଷ୍ଟ୍‌
  • ହିନ୍ଦୀ ଶିକ୍ଷକ – ୭୧୧ଟି ପୋଷ୍ଟ୍‌
  • ଶାସ୍ତ୍ରୀୟ (ସଂସ୍କୃତ) ଶିକ୍ଷକ – ୭୨୯ଟି ପୋଷ୍ଟ୍‌
  • ତେଲୁଗୁ ଶିକ୍ଷକ – ୦୬ଟି ପୋଷ୍ଟ୍‌
  • ଉର୍ଦ୍ଦୁ ଶିକ୍ଷକ – ୧୪ଟି ପୋଷ୍ଟ୍‌
  • ଶାରୀରିକ ଶିକ୍ଷା ଶିକ୍ଷକ – ୬୮୧ଟି ପୋଷ୍ଟ୍‌
  • ମୋଟ୍ – ୬୦୨୫ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଅତିକମରେ ୫୦% ମାର୍କ ସହିତ ସ୍ନାତକ ଡିଗ୍ରୀ
  • B.Ed ଡିଗ୍ରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ବର୍ଷ
  • ସର୍ବାଧିକ ବୟସ – ୩୮ବର୍ଷ
  • ବୟସ ଗଣନା ୦୧।୦୧।୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୨୯,୨୦୦ ଟଙ୍କା
  • ସର୍ବାଧିକ ଦରମା – ୩୫,୪୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ପ୍ରାରମ୍ଭିକ ପରୀକ୍ଷା
  • ମୁଖ୍ୟ ଟେଷ୍ଟ୍
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବ୍‌ସାଇଟ୍‌ ossc.gov.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ What's New ତାଲିକାରେ ଥିବା ଲିଙ୍କ୍ ଉପରେ କ୍ଲିକ୍ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ସଠିକ୍ ଭାବରେ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ
Govt Teacher Govt Jobs Job Search Teacher Recruitment Job Seekers
Advertisment
Advertisment