Advertisment

OSSC Recruitment 2024: ଗ୍ରାଜୁଏସନ୍‌ କରିଥିଲେ ଏକ୍ସାଇଜ୍ ସବ୍ ଇନ୍ସପେକ୍ଟର ପଦବୀ ପାଇଁ କରନ୍ତୁ ଆବେଦନ

ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ (OSSC) ଏକ ନୂଆ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ କଟକ ଠାରେ ଏକ୍ସାଇଜ୍ କମିଶନର ଏକ୍ସାଇଜ୍ ସବ୍ ଇନ୍ସପେକ୍ଟର ପଦ ପୂରଣ ହେବ।

author-image
Pramod Behera
ଅଦ୍ୟତନ ହୋଇଛି
OSSC has released the OSSC Excise SI Recruitment 2024

OSSC has released the OSSC Excise SI Recruitment 2024

ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ (OSSC) ଏକ ନୂଆ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ କଟକ ଠାରେ ଏକ୍ସାଇଜ୍ କମିଶନର ଏକ୍ସାଇଜ୍ ସବ୍ ଇନ୍ସପେକ୍ଟର ପଦ ପୂରଣ ହେବ।

Advertisment

ଏହି ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍ ମାଧ୍ୟମରେ ହେବ। ଏହି ନିଯୁକ୍ତି ପ୍ରକ୍ରିୟା ଜରିଆରେ ମୋଟ୍ ୩୩ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSC ର ଅଫିସିଆଲ୍ ୱେବ୍‌ସାଇଟ୍ https://www.ossc.gov.inକୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ୱେବ୍‌ସାଇଟ୍‌ What's New ତାଲିକାରେ ଥିବା ବିଜ୍ଞପ୍ତିଙ୍କୁ ଖୋଜି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୦ ଜାନୁଆରୀ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୯ ଫେବୃଆରୀ ୨୦୨୪

ଖାଲି ପଦବୀ:

  • ମହିଳା – ୧୧ଟି ପୋଷ୍ଟ୍
  • ପୁରୁଷ – ୨୨ଟି ପୋଷ୍ଟ୍
  • ମୋଟ୍ – ୩୩ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ଷ୍ଟ୍ରିମ୍ (ଆର୍ଟ / ସାଇନ୍ସ / ବାଣିଜ୍ୟ) ରେ ସ୍ନାତକ ଡିଗ୍ରୀ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୨ ବର୍ଷ
  • ବୟସ ଗଣନା ୦୧।୦୧।୨୦୨୩ ଅନୁସାରେ ହେବ

ବୟସ କୋହଳ:

  • OBC – ୦୩ ବର୍ଷ
  • ST / SC / PWD / ESM – ୦୫ ବର୍ଷ
  • PWD + SC / ST – ୧୫ ବର୍ଷ

ଦରମା:

  • ଚୟନ ହେଲା ପରେ ପେ’ ଲେବଲ ୮ ଅନୁଯାୟୀ ମାସିକ ଦରମା ମିଳିବ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା ପ୍ରାଥମିକ
  • ଶାରିରୀକ ମାପ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ଯୋଗ୍ୟତା ପ୍ରମାଣପତ୍ର
  • ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
  • ଦୁଇଟି ସାମ୍ପ୍ରତିକ କଲର୍‌ ପାସପୋର୍ଟ ସାଇଜ୍ ଫଟୋ
  • ଇଣ୍ଟର୍ନସିପ୍ ସାର୍ଟିଫିକେଟ୍
  • ବୈଧ ପଞ୍ଜୀକରଣ ପ୍ରମାଣପତ୍ର
  • ଜାତି ପ୍ରମାଣପତ୍ର
  • ଅଭିଜ୍ଞତା ପ୍ରମାଣପତ୍ର(ଯଦି ଥାଏ)

କିପରି କରିବେ ଆବେଦନ:

  • OSSC ର ଅଫିସିଆଲ୍ ୱେବ୍‌ସାଇଟ୍ https://www.ossc.gov.in କୁ ଯାଆନ୍ତୁ
  • APPLY ONLINE ଉପରେ କ୍ଲିକ୍ କରନ୍ତୁ
  • ନୂଆ ପ୍ରାର୍ଥୀ ହୋଇଥିଲେ New User ଉପରେ କ୍ଲିକ୍ କରନ୍ତୁ
  • ନିଜକୁ ପଞ୍ଜିକୃତ କରି ଆଗକୁ ବଢନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମ ଡାଉନ୍‌ଲୋଡ କରି ଫ୍ରିଣ୍ଟ୍ ବାହର କରନ୍ତୁ
Govt Jobs OSSC OSSC Jobs
Advertisment
Advertisment