Advertisment

OICL Recruitment 2024: OICLରେ ପୂରଣ ହେବ ପ୍ରଶାସନିକ ଅଧିକାରୀ ପଦବୀ; ଦରମା ୮୦ ହଜାରରୁ ଅଧିକ

ଆପଣ ଯଦି କୌଣସି ପ୍ରଶାସନିକ ଅଧିକାରୀ ଚାକିରି ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ଓରିଏଣ୍ଟାଲ ଇନସୁରାନ୍ସ କମ୍ପାନୀ ଲିମିଟେଡ୍ (OICL) ଏହି ସୁଯୋଗ ନେଇଆସିଛି। ପ୍ରଶାସନିକ ଅଧିକାରୀ ପଦବୀ ପାଇଁ ଏହା ଏକ ବିଜ୍ଞପ୍ତି ଜାରି କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
oicl recruitment 2024 Applied for administrative officer

oicl recruitment 2024 Applied for administrative officer

ଆପଣ ଯଦି କୌଣସି ପ୍ରଶାସନିକ ଅଧିକାରୀ ଚାକିରି ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ଓରିଏଣ୍ଟାଲ ଇନସୁରାନ୍ସ କମ୍ପାନୀ ଲିମିଟେଡ୍ (OICL) ଏହି ସୁଯୋଗ ନେଇଆସିଛି। ପ୍ରଶାସନିକ ଅଧିକାରୀ ପଦବୀ ପାଇଁ ଏହା ଏକ ବିଜ୍ଞପ୍ତି ଜାରି କରିଛି।

Advertisment

ଏହି ନିଯୁକ୍ତି ପ୍ରକ୍ରିୟାରେ OICL ରେ ଆକାଉଟାଣ୍ଟ୍, ମେଡିକାଲ ଅଫିସର୍, ଲ’ ଅଫିସର୍ ଆଦି ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୦୦ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OICL ର ଅଫିସିଆଲ୍ ୱେବସାଇଟ୍ orientalinsurance.org.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ OICL recruitment 2024 Applied for administrative officer Notification ଉପରେ କ୍ଲିକ୍ କରନ୍ତୁ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୧ ମାର୍ଚ୍ଚ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୨ ଏପ୍ରିଲ୍ ୨୦୨୪

ଖାଲି ପଦବୀ:

  • ଆକାଣ୍ଟ୍ସ – ୨୦ଟି ପୋଷ୍ଟ୍‌
  • ଆକ୍‌ଚୁଆରୀ – ୫ଟି ପୋଷ୍ଟ୍‌
  • ଇଞ୍ଜିନିୟରିଂ – ୧୫ଟି ପୋଷ୍ଟ୍‌
  • ଇଞ୍ଜିନିୟରିଂ (IT) – ୨୦ଟି ପୋଷ୍ଟ୍‌
  • ମେଡିକାଲ୍ ଅଫିସର୍ – ୨୦ଟି ପୋଷ୍ଟ୍‌
  • ଲ’ – ୨୦ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା
  • ବିସ୍ତୃତ ଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବାନିମ୍ନ ବୟସ –୨୧ ବର୍ଷ
  • ସର୍ବାଧିକ ବୟସ – ୩୩ ବର୍ଷ

ଆବେଦନ ଶୁଳ୍କ:

  • SC/ST/PwD/କମ୍ପାନୀର କର୍ମଚାରୀ – ୨୫୦ ଟଙ୍କା
  • ଅନ୍ୟମାନେ – ୧୦୦୦ ଟଙ୍କା

ଦରମା:

  • ସର୍ବନିମ୍ନ ମାସିକ ଦରମା – ୫୦, ୯୨୫ ଟଙ୍କା
  • ସର୍ବାଧିକ ମାସିକ ଦରମା –୮୫, ୦୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ପ୍ରାରମ୍ଭିକ ପରୀକ୍ଷା
  • ମୁଖ୍ୟ ପରୀକ୍ଷା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ୍

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ orientalinsurance.org.in କୁ ଯାଆନ୍ତୁ
  • ହୋମପେଜ୍‌ରେ 'OICL AO Recruitment 2024 Apply Online' ଲିଙ୍କରେ କ୍ଲିକ୍ କରନ୍ତୁ
  • ପଞ୍ଜିକରଣ କରିବା ପରେ ପଞ୍ଜିକରଣ ନମ୍ବର ଓ ପାସ୍‌ୱାର୍ଡ ମିଳିଯିବ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ପୈଠ କରନ୍ତୁ
  • ଫର୍ମ Submit କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟ୍ ବାହାର କରନ୍ତୁ
Govt Jobs
Advertisment
Advertisment