/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703243862.jpg)
Odisha Teacher
ରାଜ୍ୟରେ ପୂରଣ ହେବ ଶିକ୍ଷକ ପଦବୀ । ଶିକ୍ଷକ ନିଯୁକ୍ତି ବାବଦରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ରାଜ୍ୟରେ ଖୁବ ଶୀଘ୍ର ପୂରଣ ହେବାକୁ ଯାଉଛି ୧,୦୦୮ଟି ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାରମ୍ଭିକ ପଦ୍ଧତି ଆରମ୍ଭ ହୋଇଛି । ୨୩ ଗୋଟି ଭିନ୍ନ ଭିନ୍ନ ବିଷୟ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଏହି ନିଯୁକ୍ତି ଦିଆଯିବ ।
ପୂର୍ବରୁ ୫୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମାଧ୍ୟମିକ ବିଦ୍ୟାଳୟରୁ ଉନ୍ନୀତ ହୋଇଥିବା ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ନିଯୁକ୍ତି କରାଯିବ । ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଏହି ଚୟନ ଶେଷ ହେବା ପରେ ଉଚ୍ଚ ଶିକ୍ଷା ବିଭାଗରୁ ଆସି ଶିକ୍ଷାଦାନ କରୁଥିବା ଅତିଥି ଅଧ୍ୟାପକମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗକୁ ଫେରାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଶିକ୍ଷକ ନିଯୁକ୍ତି ସମ୍ବନ୍ଧିତ ସୂଚନା:
ରାଜ୍ୟରେ ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ୧୦୦୮ଟି ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାରମ୍ଭିକ ପଦ୍ଧତି ଆରମ୍ଭ ହୋଇଛି। ୨୩ ଗୋଟି ଭିନ୍ନ ଭିନ୍ନ ବିଷୟ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଏହି ନିଯୁକ୍ତି ଦିଆଯିବ।
ପୂର୍ବରୁ ୫୦ ଗୋଟି…
— I & PR Department, Odisha (@IPR_Odisha) December 21, 2023
ତେବେ ରାଜ୍ୟ ସରକାର ୧,୦୦୮ଟି ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ ପୂରଣ କରିବା ନେଇ ସୂଚନା ଦେଇଛନ୍ତି । ଯଦି ସରକାରଙ୍କ ପକ୍ଷରୁ ଏହି ପଦବୀ ଖୁବ୍ଶୀଘ୍ର ପୂରଣ କରାଯାଏ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ । ଦୀର୍ଘ ଦିନ ଧରି ଅନେକ ସ୍କୁଲରେ ଶିକ୍ଷକ ଅଭାବ ଦେଖିବାକୁ ମିଳୁଛି । ଫଳରେ ପାଠପଢ଼ାକୁ ନେଇ ପିଲାମାନେ ହଇରାଣ ହେଉଛନ୍ତି ।
ପ୍ରକାଶ ପାଇବାକୁ ଥିବା ୧,୦୦୮ଟି ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ ପାଇଁ ଅବେଦନ ତାରିଖ ଘୋଷଣା କରିନାହାନ୍ତି ସରକାର । ହେଲେ ଖୁବ୍ଶୀଘ୍ର ଏହି ସମସ୍ତ ପଦବୀ ପୂରଣ କରାଯିବା ନେଇ କହିଛନ୍ତି । ଏହି ସମ୍ବଦ୍ଧୀୟ ସୂଚନା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଟ୍ୱିଟ୍ କରି କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)