Advertisment

Odisha Police Recruitment 2024: ଗ୍ରାଜୁଏସନ୍ କରିଥିଲେ ଓଡ଼ିଶା ପୋଲିସ୍‌ରେ ଚାକିରି; ଦରମା ୧ ଲ‍କ୍ଷରୁ ଅଧିକ

ଏନେଇ ଓଡିଶା ପୋଲିସ୍ ନିଯୁକ୍ତି ବୋର୍ଡ (OPRB) ଏକ ସଂକ୍ଷିପ୍ତ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ୯୦୦ ଅଧିକ ପଦବୀ ପୂରଣ ହେବ। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
Odisha Police Recruitment 2024 apply for 933 post

Odisha Police Recruitment 2024 apply for 933 post

Advertisment

ଓଡ଼ିଶାରେ କିଏ ବା ସରକାରୀ ଚାକିରି କରିବାକୁ ନ ଚାହେଁ। ଏହା ଯଦି ପୋଲିସ୍ ବିଭାଗରେ ହୁଏ ତେବେ ଖୁସି କହିଲେ ନ ସରେ। ଓଡ଼ିଶାର ଅନେକ ଯୁବକ ମଧ୍ୟ ପୋଲିସ୍ ବିଭାଗରେ ଚାକିରି କରିବାକୁ ଆଗ୍ରହ ଦେଖାନ୍ତି ଏବଂ ବର୍ଷ ବର୍ଷ ଧରି ପ୍ରସ୍ତୁତି କରନ୍ତି। ଏନେଇ ଓଡିଶା ପୋଲିସ୍ ନିଯୁକ୍ତି ବୋର୍ଡ (OPRB) ଏକ ସଂକ୍ଷିପ୍ତ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ OPRB ରେ ପୋଲିସ୍ (ସଶସ୍ତ୍ର), ଷ୍ଟେସନ୍ ଅଫିସର (ଅଗ୍ନିଶମ ସେବା) ଏବଂ ଆସିଷ୍ଟାଣ୍ଟ ଜେଲରଙ୍କ ସମେତ ବିଭିନ୍ନ ଭୂମିକାରେ ସବ୍-ଇନ୍ସପେକ୍ଟର ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ୯୦୦ ଅଧିକ ପଦବୀ ପୂରଣ ହେବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ସମ୍ମାନଜନକ ଓଡିଶା ପୋଲିସ୍ ଫୋର୍ସରେ ଯୋଗଦେବାକୁ ଚାହୁଁଥିବା ସ୍ନାତକ ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ।

ଅଧିକ ପଢ଼ନ୍ତୁ: ଏହି Degrees କରିବାକୁ ଚିନ୍ତା କରୁଛନ୍ତି କି… ବେକାର ହୋଇପାରେ କ୍ୟାରିୟର୍

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OPRB ର ଅଫିସିଆଲ୍ ୱେବ୍‌ସାଇଟ୍‌ www.odishapolice.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Odisha Police Recruitment 2024 apply for 933 post Notification ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଘୋଷଣା ହେବ
  • ଅନ୍‌ଲାଇନ୍ ଆବେଦନ ଶେଷ – ଘୋଷଣା ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଖାଲି ପଦବୀ:

  • OPRB ରେ ପୋଲିସ୍ (ସଶସ୍ତ୍ର), ଷ୍ଟେସନ୍ ଅଫିସର (ଅଗ୍ନିଶମ ସେବା) ଏବଂ ଆସିଷ୍ଟାଣ୍ଟ ଜେଲରଙ୍କ ସମେତ ବିଭିନ୍ନ ଭୂମିକାରେ ସବ୍-ଇନ୍ସପେକ୍ଟର ପଦବୀରେ ମୋଟ୍ ୯୩୩ ଟି ପୋଷ୍ଟ୍ ପୂରଣ ହେବ।
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ପ୍ରାର୍ଥୀ ପ୍ରାସଙ୍ଗିକ ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିବା ଜରୁରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୨୫ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୩୫,୪୦୦ ଟଙ୍କା
  • ସର୍ବାଧିକ ଦରମା – ୧,୧୨,୪୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ରେଳବାଇରେ ପୂରଣ ହେବ ୧୦୦୦ରୁ ଅଧିକ ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଆବେଦନ ଶୁଳ୍କ:

  • SC, ST – ଦେୟମୁକ୍ତ
  • ସାଧାରଣ ବର୍ଗ/ OBC/ SEBC – ୨୮୫ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ମେଡିକାଲ୍ ଟେଷ୍ଟ୍
  • ଶାରିରୀକ ମାନକ ପରୀକ୍ଷା(PST)
  • ଶାରିରୀକ ଦକ୍ଷତା ପରୀକ୍ଷା (PET)
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ https://odishapolice.gov.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Sub Inspector of Police Recruitment 2024 ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: କର୍ମଚାରୀ ରାଜ୍ୟ ବୀମା ନିଗମରେ ପୂରଣ ହେବ ୬୦୦ରୁ ଅଧିକ ପଦବୀ; ଦରମା ୧ଲକ୍ଷ ୭୦ହଜାର ପରେ

Odisha Police Govt Jobs Job Search Job Seekers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ