/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708687579.jpg)
Odisha Police New Recruitment Apply For 3099 Posts
ଓଡ଼ିଶା ପୋଲିସ୍ରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଓଡ଼ିଶା ପୋଲିସ୍ ବିଭାଗ(OPD) ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ SI, କନଷ୍ଟେବଲ୍ ବାଟାଲିଅନ୍, ସିପାହୀ, SI ସଶସ୍ତ୍ର, ଡ୍ରାଇଭର MT, ଜୁନିଅର କ୍ଲର୍କ, କନଷ୍ଟେବଲ୍ ଯୋଗାଯୋଗ ଆଦି ପଦବୀ ପୂରଣ ହେବ।
Advertisment
ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ ମାଧ୍ୟମରେ ହେଉଥିବା ବେଳେ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ପ୍ରାର୍ଥୀ କେନ୍ଦ୍ର ସରକାର ଅଧିନରେ ଏହି ଚାକିରି କରିବେ। ଦଶମ ପାଶ୍ ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।
ଅଧିକ ପଢ଼ନ୍ତୁ: ସେଣ୍ଟ୍ରାଲ ବ୍ୟାଙ୍କ୍ରେ ଚାକିରି ପାଇଁ ତୁରନ୍ତ କରନ୍ତୁ ଆବେଦନ
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OPDର ଅଫିସିଆଲ୍ ୱେବ୍ସାଇଟ୍ https://odishapolice.gov.in/କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ତିନି ହଜାରରୁ ଅଧିକ ପଦବୀ ପୂରଣ ହେବ।
Advertisment
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ଫେବୃଆରୀ ୨୦୨୪
- ଅନ୍ଲାଇନ୍ ଆବେଦନ ଶେଷ – ମାର୍ଚ୍ଚ ୨୦୨୪
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଖାଲି ପଦବୀ:
- SI ପୋଲିସ୍ – ୭୦୪ଟି ପୋଷ୍ଟ୍
- ସଶସ୍ତ୍ର S – ୯୫ଟି ପୋଷ୍ଟ୍
- ସିପାହୀ / କନଷ୍ଟେବଲ୍ ବାଟାଲିଅନ୍ – ୧୫୧୩ଟି ପୋଷ୍ଟ୍
- ଡ୍ରାଇଭର MT – ୪୦୫ଟି ପୋଷ୍ଟ୍
- ଜୁନିଅର କ୍ଲର୍କ – ୧୭୭ଟି ପୋଷ୍ଟ୍
- କନଷ୍ଟେବଲ୍ ଯୋଗାଯୋଗ – ୩୦୦ଟି ପୋଷ୍ଟ୍
- ମୋଟ ପଦବୀ – ୩୦୯୯ଟି ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା:
- ପୋଲିସର SI / ସଶସ୍ତ୍ର SI – ଯେକୌସି ବିଷୟରେ ସ୍ନାତକ
- ସିପାହୀ / କନଷ୍ଟେବଲ୍ ବାଟାଲିଅନ୍ – ଦଶମ / ମାଟ୍ରିକ୍ ପାଶ୍
- ଡ୍ରାଇଭର MT – ଦଶମ ପାଶ ସହିତ ଡ୍ରାଇଭିଂ ଲାଇସେନ୍ସ
- ଜୁନିଅର କ୍ଲର୍କ – ଯେକୌସି ବିଷୟରେ ସ୍ନାତକ
- କନଷ୍ଟେବଲ୍ ଯୋଗାଯୋଗ – ପଦାର୍ଥ ବିଜ୍ଞାନ / ରସାୟନ ବିଜ୍ଞାନ ଏବଂ ଗଣିତ ସହିତ +2 ପାଶ୍
ବୟସ ସୀମା:
- ସର୍ବନିମ୍ନ ବୟସ – ୧୮ ବର୍ଷ
- ସର୍ବାଧିକ ବୟସ – ୩୮ ବର୍ଷ
ବୟସ କୋହଳ:
- OBC - ୦୩ ବର୍ଷ
- ST / SC / PWD/ESM - ୦୫ ବର୍ଷ
- PWD + SC / ST- ୧୫ ବର୍ଷ
ଚୟନ ପ୍ରକ୍ରିୟା:
- ଲିଖିତ ପରୀକ୍ଷା
- ଶାରିରୀକ ପରୀକ୍ଷା(PMT / PET)
- ଡକ୍ୟୁମେଣ୍ଟ୍ ଯାଞ୍ଚ
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
- HSC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
- + 2 ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
- ଦସ୍ତଖତ
- ଜାତି ପ୍ରମାଣପତ୍ର
- ଆଧାର କାର୍ଡ
- ଆବାସିକ ପ୍ରମାଣପତ୍ର
- ପାସପୋର୍ଟ ଆକାରର ଫଟୋଗ୍ରାଫ୍
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)